ମିଛ ଖବର ପ୍ରଚାର କରିବା ଏକ ଅଭ୍ୟାସ

ଅନେକ ସମୟରେ ଅନଲାଇନ୍‌ରେ ବା ସୋସିଆଲ ମିଡିଆରେ ଅନେକ ଖବର ଏଭଳି ବ୍ୟାପିଥାଏ ଯେଉଁଗୁଡିକ ମିଛ ହୋଇଥାଏ । ତେବେ ଏହି ସବୁ ଖବର ବେଳେବେଳେ ଅଜାଣତରେ ମଧ୍ୟ ଲୋକମାନେ ପ୍ରଚାର ପସ୍ରାର କରିଥାଆନ୍ତି । ଏହାର ସୂଚନା ବର୍ତ୍ତମାନ ଏକ ଗବେଷଣାରେ ଜଣା ପଡିଛି । ଏହି ରିପୋର୍ଟ ଅନୁସାରେ ଅନେକ ୟୁଜର୍ସ ଏଭଳି ଥାଆନ୍ତି ଯେଉଁମାନେ ତଥ୍ୟକୁ ନବୁଝି ପ୍ରଚାର କରିଥାଆନ୍ତି । ଏହି ଗବେଷଣାରେ ଅନେକ ଲୋକଙ୍କୁ ସାମିଲ କରାଯାଇଥିଲା । ସେମାନେ […]

ମିଛ ଖବର ପ୍ରଚାର କରିବା ଏକ ଅଭ୍ୟାସ
Samaya Live Picture
Published On

ଅନେକ ସମୟରେ ଅନଲାଇନ୍‌ରେ ବା ସୋସିଆଲ ମିଡିଆରେ ଅନେକ ଖବର ଏଭଳି ବ୍ୟାପିଥାଏ ଯେଉଁଗୁଡିକ ମିଛ ହୋଇଥାଏ । ତେବେ ଏହି ସବୁ ଖବର ବେଳେବେଳେ ଅଜାଣତରେ ମଧ୍ୟ ଲୋକମାନେ ପ୍ରଚାର ପସ୍ରାର କରିଥାଆନ୍ତି । ଏହାର ସୂଚନା ବର୍ତ୍ତମାନ ଏକ ଗବେଷଣାରେ ଜଣା ପଡିଛି । ଏହି ରିପୋର୍ଟ ଅନୁସାରେ ଅନେକ ୟୁଜର୍ସ ଏଭଳି ଥାଆନ୍ତି ଯେଉଁମାନେ ତଥ୍ୟକୁ ନବୁଝି ପ୍ରଚାର କରିଥାଆନ୍ତି । ଏହି ଗବେଷଣାରେ ଅନେକ ଲୋକଙ୍କୁ ସାମିଲ କରାଯାଇଥିଲା । ସେମାନେ ଅନେକ ସମୟରେ ଖବରର ସତ୍ୟାସତ ନଜାଣି ଏହାକୁ ଫରଓ୍ୱାର୍ଡ କରିଥାଆନ୍ତି ବୋଲି ମତ ଦେଇଥିଲେ । ତେବେ କିଛିଜଣଙ୍କର ଏହା ଏକ ପ୍ରକାର ଅଭ୍ୟାସରେ ପରିଣତ ହୋଇଯାଇଥାଏ, ଯେଉଁ କାରଣରୁ ମିଛ ଖବର ଖୁବ ବେଗରେ ପ୍ରସାରିତ ହୋଇଥାଏ । ତେବେ ଏହି ଅଭ୍ୟାସକୁ କମାଇବା ପାଇଁ ଲୋକଙ୍କୁ ସଚେତନ ହେବାର ଆବଶ୍ୟକତା ରହିଛି ।

Tags: