ମା ବେଙ୍ଗ ପେଟ ଫାଟିଲା
ପିଲାଦିନେ ଅନେକ ଗପ ଏଭଳି ଥାଏ ଯିଏ ମଜାରେ ମଜାରେ ଆମକୁ ଜୀବନର ଅନେକ କିଛି ନୀତି ଶିକ୍ଷା ଶିଖାଇଥାଏ । ଏହି ଗପ ଗୁଡିକ ଯେ ଖାଲି ମନୋରଞ୍ଜନ ପାଇଁ ହୋଇଥାଏ ତାହା ନୁହେଁ । ଏହା ଆମକୁ ଜୀବନ ସମ୍ପର୍କରେ ଅନେକ କିଛି ଶିଖାଇ ଥାଆନ୍ତି । ଜୀବନରେ ଆଈମା କାହାଣୀ ପେଡିରେ ଏଭଳି ଅନେକ କାହାଣୀ ଅଛି ଯିଏ ଜୀବନରେ ଆମକୁ ଅନେକ କିଛି ଶିକ୍ଷା ପ୍ରଦାନ କରିଥାଏ । ଜୀବନରେ କିଭଳି […]
ପିଲାଦିନେ ଅନେକ ଗପ ଏଭଳି ଥାଏ ଯିଏ ମଜାରେ ମଜାରେ ଆମକୁ ଜୀବନର ଅନେକ କିଛି ନୀତି ଶିକ୍ଷା ଶିଖାଇଥାଏ । ଏହି ଗପ ଗୁଡିକ ଯେ ଖାଲି ମନୋରଞ୍ଜନ ପାଇଁ ହୋଇଥାଏ ତାହା ନୁହେଁ । ଏହା ଆମକୁ ଜୀବନ ସମ୍ପର୍କରେ ଅନେକ କିଛି ଶିଖାଇ ଥାଆନ୍ତି ।
ଜୀବନରେ ଆଈମା କାହାଣୀ ପେଡିରେ ଏଭଳି ଅନେକ କାହାଣୀ ଅଛି ଯିଏ ଜୀବନରେ ଆମକୁ ଅନେକ କିଛି ଶିକ୍ଷା ପ୍ରଦାନ କରିଥାଏ । ଜୀବନରେ କିଭଳି ଗର୍ବ କରିବା ଖୁବ ଖରାପ ହୋଇଥାଏ, ଏବଂ ଏହି ଗର୍ବ ପାଇଁ ଆମର ଅନେକ କ୍ଷତି ହୋଇଥାଏ ସେ ସମ୍ପର୍କରେ ଅନେକ କାହାଣୀ ଆମକୁ ଶିକ୍ଷା ଦେଇଥାଆନ୍ତି । ସେହିଭଳି ଏକ କାହାଣୀ ହେଲା ଫୁଲେଇ ବେଙ୍ଗ, ଯିଏ ଗର୍ବ କରିବା କାରଣରୁ କିଭଳି ତାର ସର୍ବନାଶ ହୋଇଥିଲା ଏଥିରେ ଦର୍ଶାଯାଇଛି । ଆସନ୍ତୁ ଜାଣିବା କାହାଣୀର ମୂଳ ବସ୍ତୁ ।
ଏକଦା ଗୋଟିଏ ବେଙ୍ଗ ତାର ଛୁଆ ପିଲାଙ୍କୁ ଧରି ଗୋଟିଏ ଗାଁରେ ସାରୁଗଛ ମୂଳେ ଘର କରିଥିଲା । ବର୍ଷା ଦିନେ ସମସ୍ତେ ଏଠାରେ ଖୁବ ସୁଖରେ ଜୀବନ ବଞ୍ଚିଥାଆନ୍ତି । ବେଙ୍ଗ ପିଲାଙ୍କୁ ଆହାର ଯୋଗାଇ ଦେଇଥାଏ ଏବଂ ଭଲରେ ରଖିଥାଏ । ତେବେ ଏହି ବେଙ୍ଗଟି ଅଧିକ ଗର୍ବି ଥିଲା । ନିଜକୁ ସବୁ ଆସେ ବୋଲି ମନେମନେ ତାର ଧାରଣା ଥିଲା । ଦୁନିଆରେ ସମସ୍ତଙ୍କ ଠାରୁ ସେ ବଡବୋଲି ସବୁବେଳେ ଭାବିଥାଏ । କେହି ତାକୁ କମ ବୋଲି କହିଦେଲେ ସେ ସହି ପାରିନଥାଏ । ତେବେ ଦିନେ ବେଙ୍ଗଟି ଖାଦ୍ୟ ଖୋଜିବାକୁ ବାହାରକୁ ଯାଇଥାଏ । ଏହି ସମୟରେ ତାର ଛୁଆମାନେ ସାରୁ ଗଛତଳେ ଖେଳୁ ଥାଆନ୍ତି । ଠିକ୍ ସେତେବେଳେ ଗୋଟିଏ ଷଣ୍ଢ ସେଠାକୁ ଆସିଲା । ଷଣ୍ଢଟି ଖୁବ ବଡ ହୋଇଥିଲା । ତାକୁ ଦେଖି ବେଙ୍ଗଛୁଆମାନେ ଖୁବ ଡରିଯାଇଥିଲେ ଏବଂ ଲୁଚି ଯାଇଥିଲେ । କିଛି ସମୟ ପରେ ଷଣ୍ଢଟି ସେହି ସ୍ଥାନ ଛାଡି ପଳେଇ ଯାଇଥିଲା । ତେବେ ଏହାର କିଛି ସମୟ ପରେ ମା ବେଙ୍ଗ ଘରକୁ ଫେରିଥିଲା । ତାକୁ ଦେଖି ପିଲାମାନେ ତା ପାଖକୁ ଦୌଡିଆସିଥିଲେ । ପାଖକୁ ଆସି ଦିନରେ ଦେଖିଥିବା ଜୀବକଥା କହିବାକୁ ଲାଗିଲେ । ତେବେ ଜୀବଟି ଖୁବ ବଡ ଥିଲା ବୋଲି ପିଲାମାନେ ମାଆକୁ କହିଥିଲେ । ଏହା ଶୁଣି ବେଙ୍ଗ କହିଲା ମୁଁ ସବୁଠାରୁ ବଡ, ମୋ ଠାରୁ ଆଉ କେହି ବଡ ନାହାନ୍ତି । ତେବେ ଏହାର ଉତ୍ତରରେ ପିଲାମାନେ କହିଲେ ନା ମାଆ ସେ ତମଠାରୁ ଖୁବ ଅଧିକ ବଡ ଥିଲା, ଏହି କଥାଟି ମାଆ ବେଙ୍ଗକୁ ଖରାପ ଲାଗିଲା । ତାର ଗର୍ବକୁ ଆଘାତ ଦେଲା ଏହି କଥା ତେଣୁ ସେ ରାଗିଯାଇ ନିଜ ପେଟକୁ ଫୁଲାଇବା ଆରମ୍ଭ କରିଥିଲା । ଯେପରି ସେହି ଜୀବ ଭଳି ବଡ ଦେଖାଯିବ । କିଛି ସମୟ ପେଟ ଫୁଲାଇବା ପରେ ସେ ପଚାରିଥିଲା ଏବେ କିଏ ବଡ, ଉତ୍ତରରେ ପିଲାମାନ ସେହି ଜୀବ ବୋଲି କହିଥିଲେ । ଏହିପରି ସେ ନିଜକୁ ଫୁଲାଇବାରେ ଲାଗିଲା ହେଲେ ଷଣ୍ଢ ଠାରୁ ବଡ ହୋଇପାରିଲା ନାହିଁ । ତେବେ ବେଙ୍ଗଟି ରାଗରେ ନିଜକୁ ଏତେମାତ୍ରାରେ ଫୁଲାଇ ଦେଲାକି ତାର ପେଟ ଫାଟିଗଲା ଓ ତାର ମୃତ୍ୟୁ ଘଟିଲା । ତେଣୁ ଅତି ଗର୍ବରୁ ମୃତ୍ୟୁ ହୋଇଥାଏ ବୋଲି ଏହି ଗପରୁ ଶିକ୍ଷା ମିଳିଥାଏ । ନିଜକୁ ସମସ୍ତଙ୍କଠୁ ବଡ ବୋଲି ଭାବିବା ଏକ ବଡ ଭୁଲ, ଦୁନିଆରେ ଆମକୁ ସମସ୍ତଙ୍କ ପାଖରୁ କିଛି ନା କିଛି ଶିକ୍ଷା ମିଳିଥାଏ, ତେଣୁ ସବୁବେଳେ ଅନ୍ୟମାନଙ୍କୁ ସମ୍ମାନ ଦେବାର ଆବଶ୍ୟକତା ରହିଛି ବୋଲି ଏହି ଗପ ଶିକ୍ଷା ଦେଇଥାଏ ।




