ମହିଳାଙ୍କୁ ପ୍ରସାଦ ମନା
ବିହାରରେ ଅନେକ ପ୍ରସିଦ୍ଧ ମନ୍ଦିର ଅଛି, ଯେଉଁଠାକୁ ପ୍ରତିବର୍ଷ ଅଗଣିତ ଶ୍ରଦ୍ଧାଳୁମାନଙ୍କର ସୁଅ ଛୁଟିଥାଏ । ସେଥିମଧ୍ୟରୁ ଜମୁରେ ଅବସ୍ଥିତ ଝୁମରାଜ ମନ୍ଦିର ପ୍ରସିଦ୍ଧ ଥିବାବେଳେ ଏହା ହେଉଛି ଲୋକମାନଙ୍କ ଆସ୍ଥାର ଏକ କେନ୍ଦ୍ର । ପ୍ରତି ମାସରେ ଏଠାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥାଏ । ହେଲେ ଏହି ମନ୍ଦିରର ଏକ ଭିନ୍ନ ତଥା ଅଜବ ନିୟମ ରହିଛି । ଏହା ଅନ୍ତର୍ଗତ ଆଜି ବି ମହିଳାଙ୍କ ସହିତ ଏଠାରେ ଭେଦଭାବ କରାଯାଏ । […]
ବିହାରରେ ଅନେକ ପ୍ରସିଦ୍ଧ ମନ୍ଦିର ଅଛି, ଯେଉଁଠାକୁ ପ୍ରତିବର୍ଷ ଅଗଣିତ ଶ୍ରଦ୍ଧାଳୁମାନଙ୍କର ସୁଅ ଛୁଟିଥାଏ । ସେଥିମଧ୍ୟରୁ ଜମୁରେ ଅବସ୍ଥିତ ଝୁମରାଜ ମନ୍ଦିର ପ୍ରସିଦ୍ଧ ଥିବାବେଳେ ଏହା ହେଉଛି ଲୋକମାନଙ୍କ ଆସ୍ଥାର ଏକ କେନ୍ଦ୍ର । ପ୍ରତି ମାସରେ ଏଠାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥାଏ । ହେଲେ ଏହି ମନ୍ଦିରର ଏକ ଭିନ୍ନ ତଥା ଅଜବ ନିୟମ ରହିଛି । ଏହା ଅନ୍ତର୍ଗତ ଆଜି ବି ମହିଳାଙ୍କ ସହିତ ଏଠାରେ ଭେଦଭାବ କରାଯାଏ । ଏମାନଙ୍କୁ ମନ୍ଦିରର ପ୍ରସାଦ ଖାଇବାକୁ ଦିଆଯାଏ ନାହିଁ । କେବଳ ପୁରୁଷମାନଙ୍କୁ ହିଁ ପ୍ରସାଦ ଖାଇବାକୁ ଦିଆଯାଇଥାଏ । ହେଲେ ସେମାନେ ଏହାକୁ କେବଳ ମନ୍ଦିର ମଧ୍ୟରେ ହିଁ ଖାଇପାରିବେ । ଏହି ପ୍ରସାଦକୁ ଘରକୁ ନେଇପାରିବେ ନାହିଁ ବୋଲି ନିୟମ ରହିଛି । ଅର୍ଥାତ୍ ଏହି ମନ୍ଦିରର ଏକ ବିଶେଷ ପ୍ରସାଦ ଥାଏ ଯାହାକୁ କେବଳ ମନ୍ଦିର ପରିସରରେ ଖାଇବା ଲାଗି ଅନୁମତି ଥାଏ । ଏଠାରେ ସମସ୍ତଙ୍କ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ସ୍ଥାନୀୟ ଲୋକେ କୁହନ୍ତି । ଏହି ମନ୍ଦିର ସ୍ଥାପନା ପଛରେ ଏକ ରୋଚକ କାହାଣୀ ମଧ୍ୟ ରହିଛି । ଅତୀତରେ ଏଠାରେ ଗୋଟି ଏ ଜଙ୍ଗଲ ଥିଲା ଏବଂ ଏକଦା ହରିଦ୍ୱାରର କେତେକ ପୂଜାରୀ ଏହି ବାଟ ଦେଇ ଯାଉଥିଲେ । ଶେଷରେ ଯାଉଥିବା ପୂଜାରୀଙ୍କୁ ବାଘ ଆକ୍ରମଣ କରିବା ଫଳରେ ସେଠାରେ ହିଁ ତାଙ୍କର ମୃତୁ୍ୟ ହୋଇଯାଇଥିଲା । ହେଲେ ତାଙ୍କ ସାଥୀମାନେ ତାଙ୍କୁ ଏହି ଅବସ୍ଥାରେ ଛାଡ଼ିକି ପଳାଇଥିଲେ । ଏହାର ବହୁଦିନ ପରେ ଏଠାରେ ଜଣେ ଚାଷୀ ଚାଷ କରିବା ଲାଗି ଆସିଲେ । ସେଠାରେ ପଡ଼ିଥିବା ପୂଜାରୀଙ୍କ କଙ୍କାଳକୁ ଦେଖି ଏହାକୁ ଜାଳିଦେଇଥିଲେ । ପରେ ସେଠାରେ ଫସଲ ରୋଇଲେ । ଫସଲ ପ୍ରସ୍ତୁତ ହେବା ପରେ ତାକୁ କାଟି ଘରକୁ ପଳାଇଥିଲେ । ପରଦିନ ଆସି ଦେଖିଲେ ଯେ ସେଠାରେ ପୂର୍ବଭଳି ଫସଲ ଥିଲା ଏବଂ ତାକୁ ମଧ୍ୟ କାଟି ନେଇ ଘରକୁ ପଳାଇଲେ । ଅନେକ ଦିନ ପର୍ଯ୍ୟନ୍ତ ତାଙ୍କ ସହିତ ଏହି ସମାନ ଘଟଣା ଘଟିଲା । ଏହାପରେ ଚାଷୀଜଣଙ୍କ ଏହାର କାରଣ ଜାଣିବାକୁ ପ୍ରାର୍ଥନା କଲେ ଏବଂ ପୂଜାରୀଜଣକ ପ୍ରକଟ ହୋଇ ତାଙ୍କୁ ଅଗ୍ନୀ ଦେଇଥିବାରୁ ତାଙ୍କର ସମସ୍ତ ମନସ୍କାମନା ପୂରା କରିବା ଲାଗି ଆଶୀର୍ବାଦ ଦେଲେ । ଏହାପରେ ଚାଷୀଜଣକ ଏହି ସ୍ଥାନରେ ମାଟିର ଏକ ପିଣ୍ଡ ପ୍ରସ୍ତୁତ କରି ପୂଜାର୍ଚ୍ଚନା କଲେ, ଯାହା ଆଜି ମଧ୍ୟ ଜାରି ରହିଛି ।




