ମହାକାଶର ପ୍ରଥମ ଖାଦ୍ୟ

ସବୁବେଳେ ମହାକାଶ ବିଷୟରେ ଜାଣିବା ପାଇଁ ସମସ୍ତେ ଖୁବ ଉତ୍ସୁକ ରହିଥାଆନ୍ତି । ଏଠାରେ ରହିବା ସମୟରେ ମହାକାଶଚାରୀମାନେ କଣ ଖାଆନ୍ତି, କିଭଳି ନିଜର ଦୈନନ୍ଦିନ କାର୍ଯ୍ୟ କରିଥାଆନ୍ତି ଏହାକୁ ନେଇ ଅନେକ ଆଲୋଚନା ହେଉଥିବାର ଦେଖିବାକୁ ମିଳିଥାଏ । ତେବେ ପ୍ରଥମଥର ଯେତେବେଳେ ମହାକାଶରେ ମହାକାଶଚାରୀ ପାଦ ରଖିଥିଲେ ସେତେବେଳେ ସେ କଣ ଖାଇଥିଲେ । ଏ ସମ୍ପର୍କରେ ଜାଣିବାକୁ ସମସ୍ତଙ୍କର ସବୁବେଳେ ଉତ୍ସୁକତା ରହିଥାଏ । ତେବେ ନାସାର ଅଫିସିଆଲ େଓ୍ୱବସାଇଟ୍‌ରେ ଥିବା ସୂଚନା […]

ମହାକାଶର ପ୍ରଥମ ଖାଦ୍ୟ
Samaya Live Picture
Published On

ସବୁବେଳେ ମହାକାଶ ବିଷୟରେ ଜାଣିବା ପାଇଁ ସମସ୍ତେ ଖୁବ ଉତ୍ସୁକ ରହିଥାଆନ୍ତି । ଏଠାରେ ରହିବା ସମୟରେ ମହାକାଶଚାରୀମାନେ କଣ ଖାଆନ୍ତି, କିଭଳି ନିଜର ଦୈନନ୍ଦିନ କାର୍ଯ୍ୟ କରିଥାଆନ୍ତି ଏହାକୁ ନେଇ ଅନେକ ଆଲୋଚନା ହେଉଥିବାର ଦେଖିବାକୁ ମିଳିଥାଏ । ତେବେ ପ୍ରଥମଥର ଯେତେବେଳେ ମହାକାଶରେ ମହାକାଶଚାରୀ ପାଦ ରଖିଥିଲେ ସେତେବେଳେ ସେ କଣ ଖାଇଥିଲେ । ଏ ସମ୍ପର୍କରେ ଜାଣିବାକୁ ସମସ୍ତଙ୍କର ସବୁବେଳେ ଉତ୍ସୁକତା ରହିଥାଏ । ତେବେ ନାସାର ଅଫିସିଆଲ େଓ୍ୱବସାଇଟ୍‌ରେ ଥିବା ସୂଚନା ଅନୁସାରେ ୧୯୬୧ ଏପ୍ରିଲ ୧୨ରେ ସୋଭିଏତ ମହାକାଶଚାରୀୟୁରି ଏ ଗାଗାରିନ୍‌ ପ୍ରଥମଥର ପାଇଁ ମହାକାଶ ଯାଇଥିଲେ । ସେ ପୃଥିବାର ପ୍ରଥମ ମଣିଷଭାବେ ମହାକାଶରେ ପାଦ ଦେଇଥିଲେ । ତେବେ ସେ ଏଠାରେ ପ୍ରଥମଥର ପାଇଁ ମାଂସର ପେଷ୍ଟକୁ ଏକ ଆଲୁମିନିଅମ ଟ୍ୟୁବ ସାହାଯ୍ୟରେ ଖାଇଥିଲେ । ଯାହାର ସୂଚନା ନାସାର େଓ୍ୱବସାଇଟରେ ରହିଛି । ଏହାସହିତ ସେ ଚକୋଲେଟ୍‌ ସସ୍‌ ମଧ୍ୟ ଖାଇଥିଲେ । ଏହି ଟ୍ୟୁବ୍‌ରୁ ସିଧା ମୁହଁରେ ଖାଇବାକୁ ବାହାର କରି ଖାଇବାକୁ ହୋଇଥାଏ । ତେବେ ବର୍ତ୍ତମାନ ମହାକାଶଚାରୀଙ୍କ ଖାଦ୍ୟରେ ଅନେକ ପରିବର୍ତ୍ତନ ଆସିଛି ।

Tags: