ମସ୍ତିଷ୍କ ପାଇଁ ଭଲ ନୁହେଁ ଚୁଲି ଧୂଆଁ
ନୂଆ ଗବେଷଣା ଅନୁସାରେ ଘରେ ରୋଷେଇ ହେଉଥିବା କାଠ, ଗୋବର ଘସି କିମ୍ବା କିରୋସିନି କାରଣରୁ ଆମ ମସ୍ତିଷ୍କ ଉପରେ ନକାରାତ୍ମକ ପ୍ରଭାବ ପଡିଛି । ବିଶେଷଭାବେ ଗ୍ରାମୀଣ ଅଞ୍ଚଳରେ ରହୁଥିବା ମହିଳାଙ୍କ କ୍ଷେତ୍ରରେ ଏହା ଦେଖିବାକୁ ମିଳିଛି ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି । ଏହି କ୍ଷେତ୍ରକୁ ସବୁବେଳେ ଅଣଦେଖା କରାଯାଇଥାଏ ହେଲେ ଏହାର ଅନେକ ନକାରାତ୍ମକ ପ୍ରଭାବ ରହିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି । ଏହାପୂର୍ବରୁ ମଧ୍ୟ ଅନେକ ଗବେଷଣାରେ ମିଳିଥିବା ତଥ୍ୟ ଅନୁସାରେ […]
ନୂଆ ଗବେଷଣା ଅନୁସାରେ ଘରେ ରୋଷେଇ ହେଉଥିବା କାଠ, ଗୋବର ଘସି କିମ୍ବା କିରୋସିନି କାରଣରୁ ଆମ ମସ୍ତିଷ୍କ ଉପରେ ନକାରାତ୍ମକ ପ୍ରଭାବ ପଡିଛି । ବିଶେଷଭାବେ ଗ୍ରାମୀଣ ଅଞ୍ଚଳରେ ରହୁଥିବା ମହିଳାଙ୍କ କ୍ଷେତ୍ରରେ ଏହା ଦେଖିବାକୁ ମିଳିଛି ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି । ଏହି କ୍ଷେତ୍ରକୁ ସବୁବେଳେ ଅଣଦେଖା କରାଯାଇଥାଏ ହେଲେ ଏହାର ଅନେକ ନକାରାତ୍ମକ ପ୍ରଭାବ ରହିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି । ଏହାପୂର୍ବରୁ ମଧ୍ୟ ଅନେକ ଗବେଷଣାରେ ମିଳିଥିବା ତଥ୍ୟ ଅନୁସାରେ ରୋଷେଇ ହେବା ସମୟରେ ବାହାରୁଥିବା ଧୂଆଁ ଆମର ଫୁସ୍ଫୁସ୍ ଓ ହୃତପିଣ୍ଡ ପାଇଁ କ୍ଷତିକାରକ ହୋଇଥାଏ । ବର୍ତ୍ତମାନର ସୂଚନା ଅନୁସାରେ ଏହାର ନକାରାତ୍ମକ ପ୍ରଭାବ ଆମର ସ୍ମୃତି ଶକ୍ତି ଓ ଭାବିବା ଶକ୍ତି ଉପରେ ପଡିଥାଏ । ଏହି ଗବେଷଣାରେ କର୍ଣ୍ଣାଟକର ପାଖାପାଖି ୪ ହଜାରରୁ ଅଧିକ ମହିଳାଙ୍କୁ ସାମିଲ କରାଯାଇଥିଲା ଯେଉଁମାନଙ୍କର ବୟସ ୪୫ ବର୍ଷ ଉପରେ । ସେହିଭଳି କିଛି ପ୍ରତିଯୋଗୀଙ୍କ ଉପରେ ଏମ୍ଆର୍ଆଇ ସ୍କାନ ମଧ୍ୟ କରାଯାଇଥିଲା, ଯେଉଁଥିରେ ଅନେକ ତଥ୍ୟ ମିଳିଥିଲା । ତେଣୁ ବର୍ତ୍ତମାନ ଏହି ଦିଗରେ ଧ୍ୟାନ ଦେବାର ସମୟ ଆସିଛି ବୋଲି ଏହି ରିପୋର୍ଟରେ ପରାମର୍ଶ ଦିଆଯାଇଛି ।




