ମସ୍ତିଷ୍କକୁ ଛୁଟି

ଆଜିକାଲିର ଅତ୍ୟାଧୁନିକ ଲାଇଫ୍‌ ଷ୍ଟାଇଲ୍‌ ସମସ୍ତଙ୍କୁ ଆକର୍ଷିତ କରିଛି । ଆଗକୁ ଯିବା ରେସ୍‌ରେ ସମସ୍ତେ ଆଧୁନିକତାର ଚାକଚକ୍ୟକୁ ଆପଣାଉଛନ୍ତି । ବିଭିନ୍ନ ପ୍ରକାରର ଜ୍ଞାନକୌଶଳକୁ ବ୍ୟବହାର କରି ଆଗକୁ ମାଡି ଚାଲିଛନ୍ତି । ବିଜ୍ଞାନକୁ ବ୍ୟବହାର କରି ନିରନ୍ତର ତଥ୍ୟର ଆଦାନ ପ୍ରଦାନ, ଡିଜିଟାଲ ନଏଜ୍‌, ସବୁବେଳେ କାର୍ଯ୍ୟଭାର ତଳେ ଚାପି ହୋଇ ଏକ ଅଣନିଃଶ୍ୱାସୀ ଜୀବନ ମଣିଷ ବିତାଉଛି । ଯେଉଁ କାରଣରୁ ବ୍ରେନ୍‌ ଭାକେସନ୍‌ର ଆବଶ୍ୟକତା ଶହେ ଗୁଣା ବଢିଯାଇଛି । ତେବେ […]

ମସ୍ତିଷ୍କକୁ ଛୁଟି
Samaya Live Picture
Published On

ଆଜିକାଲିର ଅତ୍ୟାଧୁନିକ ଲାଇଫ୍‌ ଷ୍ଟାଇଲ୍‌ ସମସ୍ତଙ୍କୁ ଆକର୍ଷିତ କରିଛି । ଆଗକୁ ଯିବା ରେସ୍‌ରେ ସମସ୍ତେ ଆଧୁନିକତାର ଚାକଚକ୍ୟକୁ ଆପଣାଉଛନ୍ତି । ବିଭିନ୍ନ ପ୍ରକାରର ଜ୍ଞାନକୌଶଳକୁ ବ୍ୟବହାର କରି ଆଗକୁ ମାଡି ଚାଲିଛନ୍ତି । ବିଜ୍ଞାନକୁ ବ୍ୟବହାର କରି ନିରନ୍ତର ତଥ୍ୟର ଆଦାନ ପ୍ରଦାନ, ଡିଜିଟାଲ ନଏଜ୍‌, ସବୁବେଳେ କାର୍ଯ୍ୟଭାର ତଳେ ଚାପି ହୋଇ ଏକ ଅଣନିଃଶ୍ୱାସୀ ଜୀବନ ମଣିଷ ବିତାଉଛି । ଯେଉଁ କାରଣରୁ ବ୍ରେନ୍‌ ଭାକେସନ୍‌ର ଆବଶ୍ୟକତା ଶହେ ଗୁଣା ବଢିଯାଇଛି । ତେବେ ଏହି ବିନା ବିଶ୍ରାମରେ ଦୌଡ କେବଳ ମାନସିକ ସ୍ତରରେ ଆମକୁ କ୍ଲାନ୍ତ କରୁଛି ତାହା ନୁହେଁ ଏହି କାରଣରୁ ଆମର ଅନେକ ମାନସିକ ସମସ୍ୟା ମଧ୍ୟ ହେଉଥିବାର ଦେଖିବାକୁ ମିଳୁଛି । ଏହି କାରଣରୁ ଅନେକ ମାନସିକ ସମସ୍ୟା ଯେପରି ଆଙ୍ଗ୍‌ଜାଇଟି, ଡିପ୍ରେସନ୍‌ ଆଦି ଜନ୍ମ ନେଇଥାଏ । ତେବେ ଆଜିକାଲିର ବୈଜ୍ଞାନିକଙ୍କ ଭାଷାରେ ଏହି ସମସ୍ତ ସମସ୍ୟାର ଗୋଟିଏ ଆଣ୍ଟିଡୋଜ୍‌ ବ୍ରେନ ଭାକେସନ୍‌ । ବ୍ରେନ୍‌ ଭାକେସନ୍‌ ଆମକୁ ହେଲ୍‌ଦି ଲାଇଫ୍‌ଷ୍ଟାଇଲ ଦେବାରେ ବେଶ୍‌ ସହଯୋଗ କରିଥାଏ ।
ଭାକେସନ୍‌ ବା ଛୁଟି କାଟିବାର ଅର୍ଥ ସମସ୍ତଙ୍କ ପାଇଁ ସମାନ ନଥାଏ । କେତେଜଣଙ୍କ ପାଇଁ ଭାକେସନ୍‌ର ମାନେ ଏକ୍ସାଇଟିଂ ପ୍ଲେସ୍‌କୁ ବୁଲିବାକୁ ଯିବା । ସେହିଭଳି କେତେକଙ୍କ ପାଇଁ କୌଣସି ଶାନ୍ତ ସ୍ଥାନରେ ସମୟ ବିତାଇବା । ଯୁବଗୋଷ୍ଠୀଙ୍କ ପାଇଁ ଭାକେସନ୍‌ର ଅର୍ଥ ସାଙ୍ଗସାଥୀ, ମଜାମସ୍ତି । ହେଲେ ମଧ୍ୟବୟସ୍କଙ୍କ ପାଇଁ ଭାକେସନ୍‌୍‌ ମାନେ ପରିବାର ସହ ଖୁସିରେ ସମୟ କାଟିବା । ତେଣୁ ବୟସ ଓ ବ୍ୟକ୍ତିତ୍ୱ ହିସାବରେ ଛୁଟିର ଅର୍ଥ ମଧ୍ୟ ବଦଳିଯାଇଥାଏ । ହେଲେ ଏହି ବ୍ରେନ୍‌ ଭାକେସନ୍‌ର ଅର୍ଥ ସମସ୍ତଙ୍କ ପାଇଁ ସମାନ ରହିଥାଏ । ବ୍ରେନ୍‌ ଭାକେସନ୍‌ର ଅର୍ଥ ମସ୍ତିଷ୍କକୁ ଆରାମ ଦେବା । ଏହାର ଅର୍ଥ ବାହାର ବ୍ୟସ୍ତ ବହୁଳ ଜୀବନରୁ ନିଜ ପାଇଁ କିଛି ସମୟ କାଢିବା । ନିଜ ସହ ନିରୋଳାରେ କିଛି ସମୟ ବିତାଇବାକୁ ବ୍ରେନ୍‌ ଭାକେସନ୍‌ର ପ୍ରକୃତ ଅର୍ଥ କୁହାଯାଇଥାଏ । ଏହି ପ୍ରକ୍ରିୟାରେ ବ୍ୟକ୍ତିଙ୍କୁ ବାହାର ଦୁନିଆରୁ ଯଥା ସମ୍ଭବ ଦୂରରେ ରହିବାକୁ ହୋଇଥାଏ । ବିଭିନ୍ନ ଡିଜିଟାଲ୍‌ ଡିଷ୍ଟ୍ରାକସନ୍‌, ଅଫିସ୍‌ର ବିଭିନ୍ନ ଚିନ୍ତା ଆଦିଠାରୁ ଦୂରରେ ରହି ମାନସିକ ଶାନ୍ତି ଆଣିବାକୁ ହୋଇଥାଏ । ଏହି ପ୍ରକ୍ରିୟା ସହାୟତାରେ ଆମ ମସ୍ତିଷ୍କକୁ କିଛି ସମୟ ମିଳିଥାଏ, ଯାହା ସାହାଯ୍ୟରେ ସେ ନିଜକୁ ରିଚାର୍ଜ କରିଥାଏ । ବ୍ରେନ୍‌ ଭାକେସନ୍‌ ପରେ ଗୋଟିଏ ମସ୍ତିଷ୍କର କାର୍ଯ୍ୟକ୍ଷମତା ବଢିବାରେ ଲାଗିଥାଏ । ଯଦି ଜଣେ ବ୍ୟକ୍ତି ଅଧିକ ଦିନ ଧରି ଗୋଟିଏ ସ୍ଥାନରେ ରହିଥାଆନ୍ତି ତେବେ ତାଙ୍କର କ୍ରିଏଟିଭିଟି ମଧ୍ୟ କମି ଯାଇଥାଏ । ନିଜର ଆଖପାଖର ସିନେରିରେ ପରିବର୍ତ୍ତନ ହେବା ମଣିଷକୁ ତାର ରୁଟିନ୍‌ ଲାଇଫରୁ ବ୍ରେକ୍‌ ଦେଇଥାଏ, ଯାହା ବେଳେବେଳେ ଆମର ଅଧିକ ଦରକାର ହୋଇଥାଏ । ବ୍ରେନ ଟିକେ ରିଲାକ୍ସ ହେଲେ ଏହାର ପ୍ରଭାବ ଆମର ଅନ୍ୟ ସମସ୍ତ କାର୍ଯ୍ୟ ଉପରେ ମଧ୍ୟ ପଡିଥାଏ । ଯେଉଁ ବ୍ୟକ୍ତି ମାନସିକ ସ୍ତରରେ ଶାନ୍ତ ରହିଥାଆନ୍ତି ସେମାନଙ୍କର ଅନ୍ୟ କାର୍ଯ୍ୟ ଉପରେ ଫୋକସ ରହିଥାଏ । ସମସ୍ତ କାର୍ଯ୍ୟକୁ ସେମାନେ ଭଲ ରୂପେ ସମ୍ପାଦନ କରିଥାଆନ୍ତି ।

Tags: