ମନ୍ଦିରରେ ହୋଇଥାଏ ଚିକିତ୍ସା !
ବିଶ୍ୱରେ ଏମିତି ଅନେକଗୁଡ଼ିଏ ମନ୍ଦିର ଅଛି ଯାହାର ଡିଜାଇନ୍ ଓ ମାନ୍ୟତା ସମ୍ପୂର୍ଣ୍ଣ ରୂପେ ଭିନ୍ନ ଥାଏ । ଏହି ମନ୍ଦିରଗୁଡ଼ିକ ଅନ୍ୟ କୌଣସି ବି ମନ୍ଦିର ସହିତ ଆଦୌ ମେଳ ଖାଏନାହିଁ । ସେଥିମଧ୍ୟରୁ ଗାଜିଆବାଦରେ ଥିବା କେଶରୀ ମାତା ମନ୍ଦିର ଅନ୍ୟତମ । ଏହି ମନ୍ଦିରରେ ହାତୁଡ଼ିରେ ରୋଗୀମାନଙ୍କର ଚିକିତ୍ସା କରାଯାଇଥାଏ । ଯେଉଁମାନଙ୍କର ପେଟସମସ୍ୟା ଥାଏ ଏବଂ କୌଣସି ଡାକ୍ତରଙ୍କର ଔଷଧ ଫଳପ୍ରଦ ହୁଏନାହିଁ, ସେମାନଙ୍କ ଗୋଡରେ ହାତୁଡ଼ି ପିଟାଯାଏ । ଏଭଳି […]
ବିଶ୍ୱରେ ଏମିତି ଅନେକଗୁଡ଼ିଏ ମନ୍ଦିର ଅଛି ଯାହାର ଡିଜାଇନ୍ ଓ ମାନ୍ୟତା ସମ୍ପୂର୍ଣ୍ଣ ରୂପେ ଭିନ୍ନ ଥାଏ । ଏହି ମନ୍ଦିରଗୁଡ଼ିକ ଅନ୍ୟ କୌଣସି ବି ମନ୍ଦିର ସହିତ ଆଦୌ ମେଳ ଖାଏନାହିଁ । ସେଥିମଧ୍ୟରୁ ଗାଜିଆବାଦରେ ଥିବା କେଶରୀ ମାତା ମନ୍ଦିର ଅନ୍ୟତମ । ଏହି ମନ୍ଦିରରେ ହାତୁଡ଼ିରେ ରୋଗୀମାନଙ୍କର ଚିକିତ୍ସା କରାଯାଇଥାଏ । ଯେଉଁମାନଙ୍କର ପେଟସମସ୍ୟା ଥାଏ ଏବଂ କୌଣସି ଡାକ୍ତରଙ୍କର ଔଷଧ ଫଳପ୍ରଦ ହୁଏନାହିଁ, ସେମାନଙ୍କ ଗୋଡରେ ହାତୁଡ଼ି ପିଟାଯାଏ । ଏଭଳି କରିବା ଦ୍ୱାରା ପେଟ ସମସ୍ୟା ହ୍ରାସ ପାଏ ବୋଲି ସ୍ଥାନୀୟ ଲୋକଙ୍କ ବିଶ୍ୱାସ ରହିଛି । ହାତୁଡ଼ି ମାରି ଚିକିତ୍ସା କରାଯିବା ସହିତ ହୋମୋପାଥିକ ଔଷଧ ମଧ୍ୟ ଦିଆଯାଏ । କେଶରୀ ମାତାଙ୍କ ମନ୍ଦିରରେ ବର୍ଷ ବର୍ଷରୁ ଏହି ପରମ୍ପରା ଚାଲିଆସିଛି । ତେବେ ହାତୁଡ଼ି ମାରିବାର ୫ରୁ ୬ ଦିନ ମଧ୍ୟରେ ରୋଗର ପ୍ରଭାବ କମିଥାଏ ବୋଲି କୁହାଯାଏ ।




