ମନୋରଞ୍ଜନରୁ ମୁଣ୍ଡବିନ୍ଧା
ଆଜିକାଲିର ଯୁଗକୁ ସୋସିଆଲ ମିଡିଆର ଯୁଗ କହିଲେ ଭୁଲ ହେବ ନାହିଁ । ସମସ୍ତ କାମ ପାଇଁ ସୋସିଆଲ ମିଡିଆର ବ୍ୟବହାର ବହୁଳ ରହୁଛି । ତେବେ ଏହି ସୋସିଆଲ ମିଡିଆରେ ସବୁଠାରୁ ଅଧିକ ବ୍ୟବହାର ହେଉଥିବା ବିଷୟବସ୍ତୁହେଲା ରିଲ୍ସ । ଯାହା ବର୍ତ୍ତମାନ ଯୁବପିଢିକୁ ପାଗଳ କରିଛି ବୋଲି ଚର୍ଚ୍ଚା ହେଉଛି । ତେବେ ଆସନ୍ତୁ ପଢିବା ଏହାର ଭଲ ଓ ଭେଲ ସମ୍ପର୍କରେ । ରିଲ୍ସ କହିଲେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଥିବା ମାତ୍ର […]
ଆଜିକାଲିର ଯୁଗକୁ ସୋସିଆଲ ମିଡିଆର ଯୁଗ କହିଲେ ଭୁଲ ହେବ ନାହିଁ । ସମସ୍ତ କାମ ପାଇଁ ସୋସିଆଲ ମିଡିଆର ବ୍ୟବହାର ବହୁଳ ରହୁଛି । ତେବେ ଏହି ସୋସିଆଲ ମିଡିଆରେ ସବୁଠାରୁ ଅଧିକ ବ୍ୟବହାର ହେଉଥିବା ବିଷୟବସ୍ତୁହେଲା ରିଲ୍ସ । ଯାହା ବର୍ତ୍ତମାନ ଯୁବପିଢିକୁ ପାଗଳ କରିଛି ବୋଲି ଚର୍ଚ୍ଚା ହେଉଛି । ତେବେ ଆସନ୍ତୁ ପଢିବା ଏହାର ଭଲ ଓ ଭେଲ ସମ୍ପର୍କରେ ।

ରିଲ୍ସ କହିଲେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଥିବା ମାତ୍ର ଏକରୁ ଦେଢ ମିନିଟର ସର୍ଟ ଭିଡିଓକୁ ବୁଝାଇଥାଏ । ଏହାକୁ ଦେଖିଦେଖି କେତେବେଳେ ଘଣ୍ଟାଘଣ୍ଟା ସମୟ ବିତିଯାଇଥାଏ ତାହାର ସୂଚନା ମିଳିନଥାଏ । ଏହାକୁ ବର୍ତ୍ତମାନ ଏକ ପ୍ରକାର ନିଶା ସହିତ ମଧ୍ୟ ତୂଳନା କରାଯାଉଛି । ସୋସିଆଲ ମିଡିଆ ଖୋଲିଲେ ଛୋଟଛୋଟ ରିଲ୍ସ ଆପଣଙ୍କ ପେଜରେ ଶୋ କରିବା ଆରମ୍ଭ ହୋଇଥାଏ । ଏଥିରେ ଗୀତ,ଗପ, ମଜାକଥା, ନାଚ, ବିଭିନ୍ନ ସ୍ଥାନ ସମ୍ପର୍କରେ ତଥ୍ୟ ଭଳି ବିଭିନ୍ନ ପ୍ରକାର ଭିଡିଓ ସାମିଲ ରହିଥାଏ । ଏଥିରେ କିଛିକିଛି ତଥ୍ୟ ଏଭଳି ରହିଥାଏ ଯାହା ଆମର ଦୌନନ୍ଦିନ ଜୀବନରେ କାମରେ ମଧ୍ୟ ଆସିଥାଏ । ସେହିଭଳି କିଛି ତଥ୍ୟ ପ୍ରଦାନକାରୀ ରିଲ୍ସ ମଧ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ । ଏହି ରିଲ୍ସ ବିଶେଷଭାବେ ଫେସବୁକ, ଇନ୍ଷ୍ଟାଗ୍ରାମ ଓ ୟୁଟ୍ୟୁବ ଭଳି ସୋସିଆଲ ପ୍ଲାଟଫର୍ମରେ ଦେଖିବାକୁ ମିଳିଥାଏ । ଏଗୁଡିକରେ ବିଶ୍ବର ବିଭିନ୍ନ କଣ୍ଟେଣ୍ଟ ଦେଖିବାକୁ ମିଳିଥାଏ । ତେବେ ଏହା ଯେତିକି ଶିକ୍ଷଣୀୟ ହୋଇଥାଏ ସେତିକି ଖରାପ ମଧ୍ୟ ହୋଇଥାଏ । ଏହାର ଅନେକ ନକରାତ୍ମକ ପ୍ରଭାବ ରହିଛି ଯାହା ଶାରିରୀକ ଓ ମାନସିକସ୍ବାସ୍ଥ୍ୟ ଉପରେ ପଡିଥାଏ । ଏହା ଅନେକ ଶିଶୁଙ୍କର ବର୍ତ୍ତମାନ ବିଭିନ୍ନ ସମସ୍ୟାର କାରଣ ସାଜୁଛି । ଏଭଳି ଅନେକ ସ୍ବାସ୍ଥ୍ୟ ସମସ୍ୟା ବର୍ତ୍ତମାନ ଦେଖିବାକୁ ମିଳୁଛି ଯାହା ସୋସିଆଲ ମିଡିଆର ରିଲ୍ସ କାରଣରୁ ଆରମ୍ଭ ହେଉଛି । ତେଣୁ ବର୍ତ୍ତମାନ ଅଭିଭାବକଙ୍କ ଉପରେ ଏହା ଏକପ୍ରକାର ଚାପ ପକାଇବା ଆରମ୍ଭ କରିଛି ।




