ମନୁଷ୍ୟକୃତ ଗର୍ଭାଶୟ
ଆମେରିକା ନିଜର ଉନ୍ନତ ଧରଣର ଚିକିତ୍ସା ବିଜ୍ଞାନ ପାଇଁ ସାରା ବିଶ୍ୱରେ ପରିଚିତ । ତେବେ ବର୍ତ୍ତମାନ ନିଜର ଆଉଏକ ଆବିଷ୍କାର ପାଇଁ ପୁଣି ଚର୍ଚ୍ଚାକୁ ଆସିଛି ଆମେରିକା । ଆମେରିକାରେ ପ୍ରସ୍ତୁତ ହୋଇଛି ମନୁଷ୍ୟକୃତ ଗର୍ଭାଶୟ, ଯେଉଁଥିରେ ଅପରିପକ୍ୱ ଶିଶୁଙ୍କୁ ରଖାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ଏହା ଅନେକ ପରିବାରକୁ ଖୁବ ସହାୟତା ଦେବ ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି । ଏନେଇ ସେମାନେ ଅନେକ ପରୀକ୍ଷଣ କରିବା ପରେ ସୂଚନା ଦେଇଛନ୍ତି । […]
ଆମେରିକା ନିଜର ଉନ୍ନତ ଧରଣର ଚିକିତ୍ସା ବିଜ୍ଞାନ ପାଇଁ ସାରା ବିଶ୍ୱରେ ପରିଚିତ । ତେବେ ବର୍ତ୍ତମାନ ନିଜର ଆଉଏକ ଆବିଷ୍କାର ପାଇଁ ପୁଣି ଚର୍ଚ୍ଚାକୁ ଆସିଛି ଆମେରିକା । ଆମେରିକାରେ ପ୍ରସ୍ତୁତ ହୋଇଛି ମନୁଷ୍ୟକୃତ ଗର୍ଭାଶୟ, ଯେଉଁଥିରେ ଅପରିପକ୍ୱ ଶିଶୁଙ୍କୁ ରଖାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ଏହା ଅନେକ ପରିବାରକୁ ଖୁବ ସହାୟତା ଦେବ ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି । ଏନେଇ ସେମାନେ ଅନେକ ପରୀକ୍ଷଣ କରିବା ପରେ ସୂଚନା ଦେଇଛନ୍ତି । ସାଧାରଣତଃ ଗୋଟିଏ ଶିଶୁ ଅପରିପକ୍ୱ ଅବସ୍ଥାରେ ଜନ୍ମନେଲେ ତାର ବିଭିନ୍ନ ସମସ୍ୟା ଦେଖାଦେଇଥାଏ । ଗବେଷକମାନେ ପାଖାପାଖି ୩୦୦ଟି ପରୀକ୍ଷଣ କରିବା ପରେ ଏହି ଫଳାଫଳରେ ପହଞ୍ଚିଥିବା ମତ ଦେଇଛନ୍ତି । ସୂଚନା ଅନୁସାରେ ଏହି ପରୀକ୍ଷା ସମୟରେ ଜୀବଜନ୍ତୁମାନଙ୍କର ବ୍ରେନ୍ ଡେଭଲପ୍ମେଣ୍ଟ ହେବା ସହିତ ପୋଷଣ ମଧ୍ୟ ଠିକ୍ ଭାବେ ମିଳିଥିଲା । ଏହାସହିତ ଲିଭର ମଧ୍ୟ ସଠିକ ଢଙ୍ଗରେ କାର୍ଯ୍ୟ କରୁଥିବା ଜଣାପଡିଥିଲା । ଏହା ହଜାରହଜାର ଶିଶୁଙ୍କ ପାଇଁ ଉପକାରୀ ସାବ୍ୟସ୍ତ ହେବ ବୋଲି ପ୍ରସ୍ତୁତକାରୀ କମ୍ପାନୀ ମତଦେଇଛନ୍ତି ।




