ମନସୁନ ସ୍କିନ୍

ମନସୁନ ଆସିଲେ ସମସ୍ତେ ନିଜ ଡ୍ରେସର ଯତ୍ନ ନେବା ଆରମ୍ଭ କରିଥାଆନ୍ତି ହେଲେ ନିଜ ତ୍ବଚାକୁ ଭୁଲି ଯାଆନ୍ତି । କିନ୍ତୁ ଏହି ଦିନେ ପୋଷାକ ଭଳି ନିଜ ତ୍ବଚାର ମଧ୍ୟ ଖୁବ ଯତ୍ନ ନେବାର ଆବଶ୍ୟକତା ରହିଛି । ଆସନ୍ତୁ ଜାଣିବା ଏହି ଦିନେ ଆପଣଙ୍କ ସ୍କିନ୍ ଡିମାଣ୍ଡ କଣ ରହିଥାଏ । ସାଧାରଣତଃ ଅନେକ ସମୟରେ ଏଭଳି ଦେଖିବାକୁ ମିଳେ ଆମ ଚର୍ମ ଖୁବ ତେଲିଆ ଦେଖାଯାଉଥାଏ ହେଲେ ଏହା ଭିତରୁ ହାଇଡ୍ରେଟ ନଥାଏ […]

ମନସୁନ ସ୍କିନ୍
Samaya Live Picture
Published On


ମନସୁନ ଆସିଲେ ସମସ୍ତେ ନିଜ ଡ୍ରେସର ଯତ୍ନ ନେବା ଆରମ୍ଭ କରିଥାଆନ୍ତି ହେଲେ ନିଜ ତ୍ବଚାକୁ ଭୁଲି ଯାଆନ୍ତି । କିନ୍ତୁ ଏହି ଦିନେ ପୋଷାକ ଭଳି ନିଜ ତ୍ବଚାର ମଧ୍ୟ ଖୁବ ଯତ୍ନ ନେବାର ଆବଶ୍ୟକତା ରହିଛି । ଆସନ୍ତୁ ଜାଣିବା ଏହି ଦିନେ ଆପଣଙ୍କ ସ୍କିନ୍ ଡିମାଣ୍ଡ କଣ ରହିଥାଏ ।

ସାଧାରଣତଃ ଅନେକ ସମୟରେ ଏଭଳି ଦେଖିବାକୁ ମିଳେ ଆମ ଚର୍ମ ଖୁବ ତେଲିଆ ଦେଖାଯାଉଥାଏ ହେଲେ ଏହା ଭିତରୁ ହାଇଡ୍ରେଟ ନଥାଏ । ଭିତରୁ ଏହାକୁ ପାଣିର ଖୁବ ଅଧିକ ଆବଶ୍ୟକତା ରହିଥାଏ । କିନ୍ତୁ ଏହା ଜାଣିବା କଷ୍ଟ ହୋଇଥାଏ, ତେଣୁ ଧୀରେଧୀରେ ଆମ ଚର୍ମ ନଷ୍ଟ ହେବାକୁ ଲାଗିଥାଏ । ଏଥିରେ ଡଲ୍ ନେସ ବଢିଥାଏ ଏବଂ ଏହାର ଗ୍ଲୋ କମିବାରେ ଲାଗିଥାଏ । ତେବେ ଏହି ଲକ୍ଷଣକୁ ପ୍ରଥମେ ଚିହ୍ନିବାର ଆବଶ୍ୟକତା ରହିଛି, ଯାହାଫଳରେ ଆମେ ଏହାର ଯତ୍ନ ଖୁବ ଭଲ ଭାବରେ ନେଇପାରିବା ।

ସବୁ ପ୍ରକାର ତ୍ବଚା ହୋଇପାରିବ ଡି ହାଇଡ୍ରେଟ
ପ୍ରଥମେ ଆମକୁ ଏହା ଜାଣିବାକୁ ହୋଇଥାଏ । ଯାହଫଳରେ ଆମେ ଏହାର ଅଧିକ କେୟାର କରିପାରିବା । ଏହି ସମୟରେ ଆମେ ଅଧିକ ସମୟ ଏସି ରୁମରେ ବିତାଇଥାଉ ତେଣୁ ଏହା ମଧ୍ୟ ଏକ କାରଣ ହୋଇପାରେ ସ୍କିନ୍ ଡ୍ରାଏ ହେବାର । ତେବେ ଶୀତଦିନେ ଏହା ସହଜରେ ଜଣା ପଡିଥାଏ ହେଲେ ମନସୁନରେ ଏହା ଜାଣିବା କଷ୍ଟ ହୋଇଥାଏ । କାରଣ ଏହାର ଲକ୍ଷଣ ଖୁବ କମ ରହିଥାଏ । ଏହିଦିନେ କିଛି ଲୋକଙ୍କର ଚର୍ମ ତେଲିଆ ଲାଗିଥାଏ କିନ୍ତୁ ଡିହାଇଡ୍ରେଟ ମଧ୍ୟ ହୋଇଥାଏ । ଏପରି ସ୍ଥଳେ ନିଜର ଯତ୍ନ ଓ ଖାଦ୍ୟ ପ୍ରତି ଅଧିକ ଧ୍ୟାନ ଦେବାକୁ ହୋଇଥାଏ ନଚେତ ତ୍ବଚା ନଷ୍ଟ ହେବାର ସମ୍ଭାବନା ଅଧିକ ରହିଥାଏ ।

ଘରୋଇ ଟିପ୍ସ
ତେବେ କିଛିଟା ଟିପ୍ସ ରହିଛି ଯାହାକୁ ପ୍ରତିଦିନ ଅନୁକରଣ କରି ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । ପ୍ରଥମେ ନିଜର କେୟାର ରୁଟିନରେ ପରିବର୍ତ୍ତନ ଆଣନ୍ତୁ । ନିଜର ମୁହଁକୁ କେବେ ହେଲେ ଦୁଇଥର କ୍ଲିଞ୍ଜ କରନନ୍ତୁ ନାହିଁ । ଏପରି କରିବା ଦ୍ବାରା ତ୍ବଚା ଶୁଷ୍କ ହେବାର ଆଶଙ୍କା ବଢିଥାଏ । ତ୍ବଚାରୁ ଜଳୀୟ ଅଂଶ କମିବା ସହିତ ଏହାର ଗ୍ଲୋ ଦୂରେଇ ଯାଇଥାଏ । ସେହିଭଳି ଏହି ସମୟରେ କଦାପି ମଶ୍ଚରାଇଜର ଲଗାଇବା ଭୁଲନ୍ତୁ ନାହିଁ । ଚର୍ମ ତେଲିଆ ଲାଗିଲେ ମଧ୍ୟ ମଶ୍ଚରାଇଜର ଲାଗନ୍ତୁ । ଯାହାଫଳରେ ତ୍ବଚାକୁ ପୋଷଣ ସହିତ ଆଦ୍ରତା ମିଳିବ ଏବଂ ଏହା ସୁସ୍ଥ ରହିବ । ତ୍ବଚାରେ ଗ୍ଲୋ ମଧ୍ୟ ବଜାୟ ରହିବ । ତେବେ ଆପଣ ଜେଲ୍ ବେସ୍ କିମ୍ବା ୱାଟର ବେସ ମଶ୍ଚରାଇଜର କ୍ରିମ ବ୍ୟବହାର କରିପାରିବେ । ସେହିଭଳି ଏହି ଦିନେ ଖରା କମ ଥିଲେ ମଧ୍ୟ ବାହାରକୁ ଯିବା ସମୟରେ ସନସ୍କ୍ରିନ ଲଗାନ୍ତୁ । ଏହାକୁ ଲଗାଇବାକୁ କେବେ ବି ଭୁଲନ୍ତୁ ନାହିଁ । ସନ୍ ସ୍କ୍ରିନ ଆପଣଙ୍କୁ ସୂର୍ଯ୍ୟ ଓ ବାହାର ପରିବେଶର ଅନେକ ଖରାପ ପ୍ରଭାବରୁ ବଞ୍ଚାଇବ ।

Tags: