ମନପସନ୍ଦ ଖାଇବା ପାଇଁ କୋର୍ଟରେ ଆବେଦନ

ମନପସନ୍ଦ ଖାଇବା ପାଇଁ କୋର୍ଟରେ ଆବେଦନ
Ipsita Picture
By: Ipsita


ଅଷ୍ଟ୍ରେଲିଆର ଏକ ଘଟଣା ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛି । ଜଣେ କଏଦୀ ନିଜ ମନପସନ୍ଦର ଖାଦ୍ୟ ପାଇଁ ସୁପ୍ରିମ କୋର୍ଟ ପହଞ୍ଚିଛନ୍ତି । କଏଦୀଙ୍କ ମତରେ ତାଙ୍କୁ ଜେଲରେ ଅଷ୍ଟ୍ରେଲିଆର ପରିଚିତ ଖାଇବା ଭେଜିମାଇଟ ଦିଆଯାଉ ନାହିଁ । ଏହି ଖାଦ୍ୟ ଖାଇବା ତାଙ୍କର ମାନବାଧିକାର । ୫୪ ବର୍ଷର ଏହି କଏଦୀ ଜଣଙ୍କ ହତ୍ୟା ଅଭିଯୋଗରେ ସଜା କାଟୁଛନ୍ତି । ସୂଚନା ଅନୁସାରେ ଅଷ୍ଟ୍ରେଲିଆର ୮୦ ପ୍ରତିଶତ ଘରେ ଏହାକୁ ଖିଆଯାଇଥାଏ । ତେଣୁ ତାଙ୍କୁ ଜେଲରେ ଏହା ପ୍ରଦାନ କରାଯାଉନାହିଁ ଯାହା ତାଙ୍କ ମାନବାଧିକାରର ଉଲ୍ଲଂଘନ ହେଉଥିବାରୁ ସେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ତେବେ ଜେଲ ପ୍ରଶାସନ ପକ୍ଷରୁ ୨୦୦୬ରୁ ବେଜିମାଇଟ ବିତରଣ କରାଯିବା ଉପରେ ରୋକ ଲଗାଯାଇଛି । ଏହପଛରେ କଏଦୀଙ୍କ ସୁରକ୍ଷାକୁ କାରଣ ଭାବେ ଦର୍ଶାଯାଇଛି । କାରଣ ଏଥିରୁ ମଦ ପ୍ରସ୍ତୁତ କରାଯାଇପାରିବ ଏବଂ ଏଥିରେ ଡ୍ରଗ୍ସକୁ ମଧ୍ୟ ଲୁଚାଯାଇପାରିବ ।

Read More ପୁରୁଷ ପୁରୁଷ ଭିତରେ ବିବାହ

Tags: