ମଣିଷ ପାଲଟୁଛି ଭାଲୁ !

ମଣିଷ ପାଲଟୁଛି ଭାଲୁ !
Ipsita Picture
By: Ipsita
Published On


ଉତ୍ତର ପ୍ରଦେଶର କିଛି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଉତ୍ତର ପ୍ରଦେଶର ବିଜନୈରରେ ନିକଟରେ କୃଷକମାନେ ଭାଲୁ ପୋଷାକରେ ବୁଲୁଥିବାର ଦେଖିବାକୁ ମିଳୁଛି । ତେବେ ଏଭଳି କରିବା ପଛରେ ମାଙ୍କଡମାନଙ୍କର ଭୂମିକା ରହିଛି । ସୂଚନା ଅନୁସାରେ ଏଠାରେ କିଛି ସମୟ ହେଲା ମାଙ୍କଡମାନେ କୃଷକଙ୍କ ଫସଲ ନଷ୍ଟ କରୁଛନ୍ତି, ଯାହାକୁ ରୋକିବାକୁ କୃଷକମାନେ ଏଭଳି ପଦକ୍ଷେପ ନେଇଛନ୍ତି । ସମସ୍ତେ ପଇସା ଏକାଠି କରି ଭାଲୁର ପୋଷାକ ପ୍ରସ୍ତୁତ କରି ପିନ୍ଧୁଛନ୍ତି । ଏହି ଡ୍ରେସକୁ ସେମାନେ ପାଳିକରି ଜଣେଜଣେ ପିନ୍ଧି ଫସଲକୁ ଜଗୁଛନ୍ତି, ଯାହାର ଭିଡିଓ ନିକଟରେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି । ସେହିଭଳି ଏହି ପ୍ରକ୍ରିୟା ଖୁବ ଉପକାରୀ ସାବସ୍ତ୍ୟ ହୋଇଛି । ଭାଲୁ ଭୟରେ ମାଙ୍କଡମାନେ ବର୍ତ୍ତମାନ ଆଉ କୃଷିକ୍ଷେତକୁ ନଷ୍ଟ କରୁନାହାନ୍ତି, ଯାହା ଫଳରେ ସେମାନଙ୍କର ଫସଲ ବର୍ତ୍ତମାନ ସୁରକ୍ଷିତ ଅଛି । ଏହିପରି ଭାବେ ଅନେକ ଦିନ ହେଲା ସେମାନେ ନିଜର ଫସଲକୁ ସୁରକ୍ଷା ଦେଇଆସୁଛନ୍ତି ।

Tags: