ଭୂତିଆ ସହର

ବର୍ତ୍ତମାନ ସମୟରେ ସୁନ୍ଦର ଘରଟିଏ ପାଇବା ପାଇଁ ଲୋକେ ଯେକୌଣସି ବି ମୂଲ୍ୟ ଦେବା ପାଇଁ ପଛାଉନାହାନ୍ତି । ମାତ୍ର ଚୀନ୍‌ରେ ମାର୍ବଲ୍‌ ତଥା ମୂଲ୍ୟବାନ ପଥରରେ ନିର୍ମିତ ଅନେକ ବଙ୍ଗଳା ଖାଲି ପଡିଛି । ଏହି ବଙ୍ଗଳାଗୁଡିକ ଖୁବ୍‌ ସୁନ୍ଦର ହୋଇଥିବା ସତ୍ତେ୍ୱ ଏଠାରେ କେହି ରହିବାକୁ ଚାହୁଁନାହାନ୍ତି । ତେଣୁ ଏହି ବିଳାଶପୂର୍ଣ୍ଣ ସହର ବର୍ତ୍ତମାନ ଭୂତ ସହରରେ ପରିଣତ ହୋଇଛି । ଚୀନ୍‌ର ଉତ୍ତରପୂର୍ବ ପ୍ରାନ୍ତ ଗ୍ରୀନ୍‌ଲାଣ୍ଡ୍‌ରେ ଥିବା ମେଗା ବିଳାଶ ଭିଲ୍ଲାରେ […]

Samaya Live Picture
Published On

ବର୍ତ୍ତମାନ ସମୟରେ ସୁନ୍ଦର ଘରଟିଏ ପାଇବା ପାଇଁ ଲୋକେ ଯେକୌଣସି ବି ମୂଲ୍ୟ ଦେବା ପାଇଁ ପଛାଉନାହାନ୍ତି । ମାତ୍ର ଚୀନ୍‌ରେ ମାର୍ବଲ୍‌ ତଥା ମୂଲ୍ୟବାନ ପଥରରେ ନିର୍ମିତ ଅନେକ ବଙ୍ଗଳା ଖାଲି ପଡିଛି । ଏହି ବଙ୍ଗଳାଗୁଡିକ ଖୁବ୍‌ ସୁନ୍ଦର ହୋଇଥିବା ସତ୍ତେ୍ୱ ଏଠାରେ କେହି ରହିବାକୁ ଚାହୁଁନାହାନ୍ତି । ତେଣୁ ଏହି ବିଳାଶପୂର୍ଣ୍ଣ ସହର ବର୍ତ୍ତମାନ ଭୂତ ସହରରେ ପରିଣତ ହୋଇଛି । ଚୀନ୍‌ର ଉତ୍ତରପୂର୍ବ ପ୍ରାନ୍ତ ଗ୍ରୀନ୍‌ଲାଣ୍ଡ୍‌ରେ ଥିବା ମେଗା ବିଳାଶ ଭିଲ୍ଲାରେ ଏଭଳି ହୋଇଛି । ପୂର୍ବରୁ ଏଠାରେ ଅନେକ ଧନୀ ବ୍ୟକ୍ତି ରହୁଥିବାବେଳେ ବର୍ତ୍ତମାନ ଏଠାକୁ କୌଣସି ବି ମଣିଷ ଆସୁନାହାନ୍ତି । ସୂଚନା ମୁତାବକ, ୨୦୧୦ରେ ଗ୍ରୀନ୍‌ଲାଣ୍ଡ୍‌ର ଲିଆଓନିଙ୍ଗ୍‌ରେ ଦେଶର ସବୁଠୁ ଧନୀ ବ୍ୟକ୍ତିଙ୍କ ପାଇଁ ୨୬୦ଟି ୟୁରୋପିଆନ୍‌ ଷ୍ଟାଇଲ୍‌ର ଭିଲ୍ଲାର ଗେଷ୍ଟ ମ୍ୟାନ୍‌ସନ୍‌ ପ୍ରୋଜେକ୍ଟ ଆରମ୍ଭ କରାଯାଇଥିଲା । ପ୍ରାୟ ଦୁଇବର୍ଷ ପର୍ଯ୍ୟନ୍ତ ଏଠାରେ ଜୋର୍‌ସୋର୍‌ରେ କାମ ଚାଲିଲା । ମାତ୍ର ଅଚାନକ ହିଁ ଏହି ପ୍ରୋଜେକଫକୁ ଅଧାରେ ଛାଡିଦିଆଗଲା । ବର୍ତ୍ତମାନ ସୁଦ୍ଧା ଏହାର ସଠିକ୍‌ କାରଣ ଜଣାପଡିନଥିଲେ ବି ଫଣ୍ଡ୍‌ର ଆବଶ୍ୟକତା କିମ୍ବା କ୍ରେତା ମିଳିନଥିବାରୁ ଏହା ଶେଷ ହୋଇପାରିନାହିଁ ବୋଲି ଅନେକ ଲୋକ କୁହନ୍ତି । ବର୍ତ୍ତମାନ ଏଠାରେ ଭୂତ ପ୍ରେତଙ୍କ ଉପସ୍ଥିତିକୁ ସ୍ଥାନୀୟ ଲୋକେ ଅନୁଭବ କରୁଥିବା ଜଣାପଡିଛି ।

Tags: