ଭିଣୋଇ ବାଣ୍ଟନ୍ତି ଚିନି
ମଧ୍ୟପ୍ରଦେଶ ଗୋଟିଏ ଏଭଳି ରାଜ୍ୟ ଯେଉଁଠାରେ ବିଭିନ୍ନ ଧର୍ମ ଓ ସମୁଦାୟର ଲୋକ ବାସ କରିଥାଆନ୍ତି । ଏଠାରେ ଥିବା ବିଭିନ୍ନ ଧର୍ମର ଲୋକଙ୍କର ପରମ୍ପରା ମଧ୍ୟ ଭିନ୍ନ ହୋଇଥାଏ । ଏଠାରେ ଏଭଳି କିଛି ପୁରୁଣା ପରମ୍ପରା ରହିଛି ଯାହା ଶତାଧିକ ବର୍ଷ ପରେ ମଧ୍ୟ ପାଳନ କରାଯାଇଥାଏ । ସେହିଭଳି ଏକ ପରମ୍ପରା ମଧ୍ୟପ୍ରଦେଶର ବୁରହାନପୁରରେ ୫୦୦ ବର୍ଷ ହେବ ପାଳନ ହେଉଛି । ଏହି ପରମ୍ପରା ଅନୁସାରେ ଯଦି ଶ୍ୱଶୁରଘରେ ଶଳାର ପୁଅ […]
ମଧ୍ୟପ୍ରଦେଶ ଗୋଟିଏ ଏଭଳି ରାଜ୍ୟ ଯେଉଁଠାରେ ବିଭିନ୍ନ ଧର୍ମ ଓ ସମୁଦାୟର ଲୋକ ବାସ କରିଥାଆନ୍ତି । ଏଠାରେ ଥିବା ବିଭିନ୍ନ ଧର୍ମର ଲୋକଙ୍କର ପରମ୍ପରା ମଧ୍ୟ ଭିନ୍ନ ହୋଇଥାଏ । ଏଠାରେ ଏଭଳି କିଛି ପୁରୁଣା ପରମ୍ପରା ରହିଛି ଯାହା ଶତାଧିକ ବର୍ଷ ପରେ ମଧ୍ୟ ପାଳନ କରାଯାଇଥାଏ । ସେହିଭଳି ଏକ ପରମ୍ପରା ମଧ୍ୟପ୍ରଦେଶର ବୁରହାନପୁରରେ ୫୦୦ ବର୍ଷ ହେବ ପାଳନ ହେଉଛି । ଏହି ପରମ୍ପରା ଅନୁସାରେ ଯଦି ଶ୍ୱଶୁରଘରେ ଶଳାର ପୁଅ ଜନ୍ମ ହୋଇଥାଏ ତେବେ ଭିଣୋଇଙ୍କୁ ଚିନି ବାଣ୍ଟିବାକୁ ହୋଇଥାଏ । ଭିଣୋଇ ଘରକୁ ଘର ବୁଲି ଚିନି ଦେଇ ସେମାନଙ୍କୁ ଭୋଜି ପାଇଁ ନିମନ୍ତ୍ରଣ କରିଥାଆନ୍ତି । ଏହି ପ୍ରଥା ପାଖାପାଖି ୫୦୦ ବର୍ଷ ହେଲା ପାଳନ ହୋଇ ଆସୁଛି । ସମସ୍ତ କୁଟୁମ୍ବ ମିଳିମିଶି ଚିନିର ଅଖା କିଣିଥାଆନ୍ତି ଯାହାପରେ ଏହି ପରମ୍ପରା ପାଳନ ହୋଇଥାଏ । ଏହାପରେ ଏକ ବଡ ଭୋଜିର ଆୟୋଜନ ହୋଇଥାଏ । ସେହିଭଳି ବଣ୍ଟାଯାଉଥିବା ଚିନିର ମାପ ମଧ୍ୟ ରହିଛି । ପ୍ରତି ଘରେ ବ୍ୟାଣ୍ଡବଜାଇ ଖୁବ ଖୁସିରେ ୨୦୦ ଗ୍ରାମର ଚିନି ବଣ୍ଟା ଯାଇଥାଏ ।




