ଭାରତୀୟ ଡାକସେବା
ଡାକସେବା ବିନା ଯେପରି ଯୋଗାଯୋଗ ଅଧୁରା । ଆଜିକା ତାରିଖରେ ଏହାର ଅନେକ ସେବା ବନ୍ଦ ହୋଇଛି ସତ ହେଲେ ଦୀର୍ଘ ୧୭୦ ବର୍ଷ ଧରି ଏହା ଲୋକଙ୍କୁ ସେବା ଯୋଗାଇ ଆସୁଛି । ଯେତେବେଳେ ଇଣ୍ଟରନେଟ୍, ଟେକ୍ନୋଲୋଜି, ମୋବାଇଲ କୌଣସିର ସୁବିଧା ନଥିଲା ସେତେବେଳେ ଏହା ଲୋକଙ୍କର ଜୀବନରେଖା ଭାବେ କାର୍ଯ୍ୟ କରିଛି । ସାଧାରଣ ଲୋକଙ୍କ ପାଇଁ ଏହାର ସେବା ଅବର୍ଣ୍ଣିନୀୟ । ୧୮୫୪ ମସିହା ଅକ୍ଟୋବର ୧ରେ ଭାରତୀୟ ଡାକସେବାର ଜନ୍ମ ହୋଇଥିଲା […]
ଡାକସେବା ବିନା ଯେପରି ଯୋଗାଯୋଗ ଅଧୁରା । ଆଜିକା ତାରିଖରେ ଏହାର ଅନେକ ସେବା ବନ୍ଦ ହୋଇଛି ସତ ହେଲେ ଦୀର୍ଘ ୧୭୦ ବର୍ଷ ଧରି ଏହା ଲୋକଙ୍କୁ ସେବା ଯୋଗାଇ ଆସୁଛି । ଯେତେବେଳେ ଇଣ୍ଟରନେଟ୍, ଟେକ୍ନୋଲୋଜି, ମୋବାଇଲ କୌଣସିର ସୁବିଧା ନଥିଲା ସେତେବେଳେ ଏହା ଲୋକଙ୍କର ଜୀବନରେଖା ଭାବେ କାର୍ଯ୍ୟ କରିଛି । ସାଧାରଣ ଲୋକଙ୍କ ପାଇଁ ଏହାର ସେବା ଅବର୍ଣ୍ଣିନୀୟ । ୧୮୫୪ ମସିହା ଅକ୍ଟୋବର ୧ରେ ଭାରତୀୟ ଡାକସେବାର ଜନ୍ମ ହୋଇଥିଲା । ଯେଉଁଥିରେ ଆଜି ପାଖାପାଖି ୪ ଲକ୍ଷରୁ ଅଧିକ କର୍ମଚାରୀ କାର୍ଯ୍ୟରତ ଅଛନ୍ତି । ଭାରତରେ ଯେତେବେଳେ ବ୍ରିଟିଶ ଶାସନ ଜାରି ରହିଥିଲା ସେହି ସମୟରେ ଏହି ସେବାର ଆରମ୍ଭ ହୋଇଥିଲା । ସେବେଠାରୁ ଏବେ ପର୍ଯ୍ୟନ୍ତ ଲୋକଙ୍କର ଏକ ବିଶ୍ବସ୍ତ ସେବା ଭାବେ ଏହାର ନାଁ ରହିଛି । ସ୍ବାଧୀନତା ପରେ ଏହାର ରୁପରେଖ ବଦଳାଯାଇ ଥିଲା । ଯାହାପରେ ଏହି ବିଭାଗ ଆହୁରି ବିଶ୍ବାସନୀୟ ଭାବେ ଭାରତୀୟଙ୍କୁ ସେବା ଯୋଗାଇଥିଲା । କାଳକ୍ରମେ ଏହାର ଅନେକ ଉପଯୋଗୀ ସେବାକୁ ବନ୍ଦ କରାଯାଇଛି । ଟେକ୍ନୋଲୋଜି ଓ ଯୁଗ ଅନୁସାରେ ଏହାକୁ ମଧ୍ୟ ବଦଳାଯାଇଛି । ବର୍ତ୍ତମାନ ଡାକଘରର ରୂପ ଢେର ବଦଳୁଥିବାର ଦେଖିବାକୁ ମିଳିଛି, ହେଲେ ଆଜି ବି ଲୋକଙ୍କ ମନରେ ଡାକଘର ପାଇଁ ସେହି ବିଶ୍ବାସନୀୟତା ବଜାୟ ରହିଛି । ସ୍ବାଧୀନତା ସମୟରେ ଭାରତରେ ୨୩,୩୪୪ଟି ପୋଷ୍ଟ ଅଫିସ ରହିଥିଲା । ଏହାପରେ ବର୍ତ୍ତମାନ ଅର୍ଥାତ ୨୦୨୫ରେ ଏହି ସଂଖ୍ୟା ୧,୬୪,୯୮୭ରେ ପହଞ୍ଚିଛି । ଯେଉଁଥିରୁ ୯୦ ପ୍ରତିଶତ ଗ୍ରାମାଞ୍ଚଳରେ ରହିଛି । ଆଜି ବି ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କର ବିଭିନ୍ନ କାର୍ଯ୍ୟ ପାଇଁ ପସନ୍ଦ ଡାକଘର ହୋଇଥାଏ ।




