ଭାରତନାଟ୍ୟମ ନାଚି ବିଶ୍ୱରେକର୍ଡ
ମାଙ୍ଗାଲୁରୁର ଜଣେ ଛାତ୍ରୀ ନିଜ ନାଁକୁ ଏକ ନୂଆ ରେକର୍ଡରେ ସାମିଲ କରିଛନ୍ତି । ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ଏକ ନୂଆ ସ୍ତରକୁ ନେଇଛନ୍ତି ଏହି ଛାତ୍ରୀ ଜଣଙ୍କ । ୧୭୦ ଘଣ୍ଟା ପର୍ଯ୍ୟନ୍ତ ନୃତ୍ୟକରି ସେ କରିଛନ୍ତି ନୂଆ ରେକର୍ଡ । ସେ ଆଠଦିନ ଧରି ଭାରତନାଟ୍ୟମ ନୃତ୍ୟ କରିବା ପରେ ତାଙ୍କ ନାଁରେ ଏହି ରେକର୍ଡ ସାମିଲ ହୋଇଛି । ସେ ଲଗାତାର ୮ ଦିନ ଧରି ଏହି ନୃତ୍ୟ କରିଥିଲେ ଯେଉଁଥିରେ […]
ମାଙ୍ଗାଲୁରୁର ଜଣେ ଛାତ୍ରୀ ନିଜ ନାଁକୁ ଏକ ନୂଆ ରେକର୍ଡରେ ସାମିଲ କରିଛନ୍ତି । ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ଏକ ନୂଆ ସ୍ତରକୁ ନେଇଛନ୍ତି ଏହି ଛାତ୍ରୀ ଜଣଙ୍କ । ୧୭୦ ଘଣ୍ଟା ପର୍ଯ୍ୟନ୍ତ ନୃତ୍ୟକରି ସେ କରିଛନ୍ତି ନୂଆ ରେକର୍ଡ । ସେ ଆଠଦିନ ଧରି ଭାରତନାଟ୍ୟମ ନୃତ୍ୟ କରିବା ପରେ ତାଙ୍କ ନାଁରେ ଏହି ରେକର୍ଡ ସାମିଲ ହୋଇଛି । ସେ ଲଗାତାର ୮ ଦିନ ଧରି ଏହି ନୃତ୍ୟ କରିଥିଲେ ଯେଉଁଥିରେ ସେ ଏକ ଘଣ୍ଟାର ନୃତ୍ୟପରେ ପାଞ୍ଚ ମିନିଟ୍ର ବ୍ରେକ ନେଉଥିଲେ । ସେ ଏହି ନୃତ୍ୟ ଜୁଲାଇ ୨୧ରେ ଆରମ୍ଭ କରି ଜୁଲାଇ ୨୮ରେ ସାରିଥିଲେ । ତେବେ ତାଙ୍କୁ ଏହି ନୃତ୍ୟ କରିବାରେ ଅନେକ କଷ୍ଟ ହୋଇଥିଲା । ସେ ତିନି ଘଣ୍ଟା ନାଚିବା ପରେ ୧୫ ମିନିଟ୍ର ବ୍ରେକ ନେଉଥିଲେ । ଏହି ଅକ୍ଲାନ୍ତ ପରିଶ୍ରମ ପରେ ତାଙ୍କୁ ଓ୍ୱାଲïର୍ ରେକର୍ଡ ମିଳିଥିବାନେଇ ସୂଚନା ମିଳିଛି ।




