ଭାଇରାଲ ଟେସଲା ଡିନର

ଏଲନ୍‌ ମସ୍କଙ୍କର ଟେସଲା ଡିନର ବର୍ତ୍ତମାନ ଖୁବ ଚର୍ଚ୍ଚା ସାଉଁଟିବାରେ ଲାଗିଛି । କାଲିଫର୍ଣ୍ଣିଆର ହଲିଉଡରେ ଖୋଲାଯାଇଥିବା ଏହି ସ୍ଥାନ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ସାଉଁଟିବାରେ ଲାଗିଛି । ଏଠାରେ କେବଳ ଖାଦ୍ୟ ନୁହେଁ ବିଭିନ୍ନ ପ୍ରକାର ସୁବିଧା ରହିଛି, ଯାହା ଗ୍ରାହକଙ୍କୁ ଆକୃଷ୍ଟ କରିବାରେ ଲାଗିଛି । ଏଠାରେ ଗ୍ରାହକମାନେ ସୁସ୍ୱାଦୁ ଖାଦ୍ୟ ଖାଇବା ସହିତ ନିଜର କାର ଚାର୍ଜ ମଧ୍ୟ କରିପାରିବେ । ଏହାସହିତ ଏଠାରେ ସମସ୍ତ କାର୍ଯ୍ୟ ରୋବଟମାନେ କରୁଥିବାର ଦେଖିବାକୁ […]

ଭାଇରାଲ ଟେସଲା ଡିନର
Samaya Live Picture
Published On

ଏଲନ୍‌ ମସ୍କଙ୍କର ଟେସଲା ଡିନର ବର୍ତ୍ତମାନ ଖୁବ ଚର୍ଚ୍ଚା ସାଉଁଟିବାରେ ଲାଗିଛି । କାଲିଫର୍ଣ୍ଣିଆର ହଲିଉଡରେ ଖୋଲାଯାଇଥିବା ଏହି ସ୍ଥାନ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ସାଉଁଟିବାରେ ଲାଗିଛି । ଏଠାରେ କେବଳ ଖାଦ୍ୟ ନୁହେଁ ବିଭିନ୍ନ ପ୍ରକାର ସୁବିଧା ରହିଛି, ଯାହା ଗ୍ରାହକଙ୍କୁ ଆକୃଷ୍ଟ କରିବାରେ ଲାଗିଛି । ଏଠାରେ ଗ୍ରାହକମାନେ ସୁସ୍ୱାଦୁ ଖାଦ୍ୟ ଖାଇବା ସହିତ ନିଜର କାର ଚାର୍ଜ ମଧ୍ୟ କରିପାରିବେ । ଏହାସହିତ ଏଠାରେ ସମସ୍ତ କାର୍ଯ୍ୟ ରୋବଟମାନେ କରୁଥିବାର ଦେଖିବାକୁ ମିଳିବ, ଯାହା ଏକ ଆଡ୍‌ଭାନ୍ସଡ୍‌ କାଫେର ପରିବେଶ ଦେଇଥାଏ । ଏହାସହିତ ଏଠାରେ ଖୁବ ବଡବଡ ସ୍କ୍ରିନ୍‌ ମଧ୍ୟ ଲାଗିଛି ଯେଉଁଠି ଗ୍ରାହକମାନେ ଫିଲ୍ମ ଦେଖିପାରିବେ । ସେହିଭଳି ଏଠାରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ଅର୍ଗାନିକ ହେବା ସହିତ ସ୍ଥାନୀୟ ଅଞ୍ଚଳରେ ଚାଷୀଙ୍କ ଠାରୁ ସଂଗ୍ରହ କରାଯାଉଥିବା ସୂଚନା ରହିଛି । ଏଠାରେ ମିଳୁଥିବା ଟେଲସା ବର୍ଗର ଖୁବ ଭାଇରାଲ ହେଉଛି । ସେହିଭଳି ଟେଲସା କାରରୁ ମଧ୍ୟ ଗ୍ରାହକମାନେ ଏହି ଖାଦ୍ୟ ଅର୍ଡର କରିପାରିବେ । ଏହି କାଫେଟି ବର୍ତ୍ତମାନ ସ୍ଥାନୀୟ ଲୋକଙ୍କ ଭିତରେ ଖୁବ ଭାଇରାଲ ହେଉଛି ।

Tags: