ଭଡାରେ ମିଳିଥାଆନ୍ତି ଆଈମା’
ଆଜିକାଲି ପିଲାମାନେ ନିଜ ବାପାମାଆଙ୍କ ପାଖରେ ରହିବା ଫଳରେ ଅଜାଆଈ, ଜେଜେବାପା ଜେଜେମାଆଙ୍କ ପ୍ରେମରୁ ବଞ୍ଚିତ ହେଉଛନ୍ତି । ସମସ୍ତେ ଆଜିକାଲି ବାହାରେ ରହୁଥିବାର ଏହା ମଧ୍ୟ ଅନ୍ୟ ଏକ କାରଣ ସାଜୁଛି । ପ୍ରାୟତଃ ଲୋକ ବୃତିଗତ କାରଣରୁ ବାହାର ଦେଶରେ ରହୁଛନ୍ତ ଯେଉଁ କାରଣରୁ ସେମାନେ ନିଜ ପରିବାର ସହିତ ସମୟ ବିତାଇ ପାରୁ ନାହାନ୍ତି । ତେବେ ଜାପାନରେ ଏହି ସମସ୍ୟାକୁ ସମାଧାନ କରିବାକୁ ଏକ ପ୍ରୟାସ ଆରମ୍ଭ ହୋଇଛି । ଏଠାରେ […]
ଆଜିକାଲି ପିଲାମାନେ ନିଜ ବାପାମାଆଙ୍କ ପାଖରେ ରହିବା ଫଳରେ ଅଜାଆଈ, ଜେଜେବାପା ଜେଜେମାଆଙ୍କ ପ୍ରେମରୁ ବଞ୍ଚିତ ହେଉଛନ୍ତି । ସମସ୍ତେ ଆଜିକାଲି ବାହାରେ ରହୁଥିବାର ଏହା ମଧ୍ୟ ଅନ୍ୟ ଏକ କାରଣ ସାଜୁଛି । ପ୍ରାୟତଃ ଲୋକ ବୃତିଗତ କାରଣରୁ ବାହାର ଦେଶରେ ରହୁଛନ୍ତ ଯେଉଁ କାରଣରୁ ସେମାନେ ନିଜ ପରିବାର ସହିତ ସମୟ ବିତାଇ ପାରୁ ନାହାନ୍ତି । ତେବେ ଜାପାନରେ ଏହି ସମସ୍ୟାକୁ ସମାଧାନ କରିବାକୁ ଏକ ପ୍ରୟାସ ଆରମ୍ଭ ହୋଇଛି । ଏଠାରେ ଏକ କମ୍ପାନୀ ତାର ଗ୍ରାହକଙ୍କୁ ଭଡାରେ ଅଜାଆଈ ଯୋଗେଇ ଦେଉଛନ୍ତି । କମ୍ପାନୀ ପକ୍ଷରୁ “ଓକେ ଗ୍ରାଣ୍ଡମା’ ନାମରେ ଏକ ସେବା ପ୍ରଦାନ କରାଯାଉଛି । ଯେଉଁଥିରେ ୬୦ ରୁ ୯୪ ବର୍ଷର ମହିଳାଙ୍କୁ ଭଡାରେ ନେଇ ହେବ । ୨୦୧୨ରେ ଏହି ସେବା ଆରମ୍ଭ ହୋଇଥିଲା । ବର୍ତ୍ତମାନ ଜାପାନରେ ଏହି ସେବା ଖୁବ ଲୋକପ୍ରିୟ ପାଲଟିଛି । ଏହି ସେବାରେ ଲୋକମାନଙ୍କ ଭଡା ବାବଦକୁ ଘଣ୍ଟାପ୍ରତି ପାଖାପାଖି ୧୮୦୦ ଟଙ୍କା ଦେବାକୁ ହୋଇଥାଏ, ଯେଉଁଥିରେ ପରିବହନ ଶୁକ୍ଳ ଓ ଅନ୍ୟ ଖର୍ଚ୍ଚ ଅଲଗା ରହିଥାଏ । ଲୋକମାନେ ଏହି ସେବାକୁ ଖୁବ ପ୍ରଶଂସା କରୁଥିବାର ଦେଖିବାକୁ ମିଳୁଛି । ଆଜିକାଲିର ଯୁବପିଢି ଏହି ମହିଳାଙ୍କୁ ଠାରୁ ଅନେକ ଜ୍ଞାନ ହାସଲ କରିଥାଆନ୍ତି, ଯାହା ତାଙ୍କୁ ଜୀବନରେ ଖୁବ ସହାୟକ ହୋଇଥାଏ । ସେମାନେ ଏହି ମହିଳାଙ୍କ ସହିତ ଖୁବ ଭଲ ସମୟ ବିତାଇଥାଆନ୍ତି ବୋଲି କମ୍ପାନୀ ପକ୍ଷରୁ ମତ ଦିଆଯାଇଛି




