ବୟସ୍କଙ୍କ ପାଇଁ ନୂଆ ନିୟମ
ମାକ୍ ଡୋନାଲଲ୍ଡରେ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି । ବିଶେଷ କରି ସ୍କୁଲ ଛୁଟି ଆରମ୍ଭ ହୋଇଗଲେ ପିଲାମାନଙ୍କ ଭିଡ ଏହି ରେସ୍ତୋରାଁରେ ଦେଖିବାକୁ ମିଳିଥାଏ । ହେଲେ ଏହି ଗହଳି କାରଣରୁ ଅନେକ ସମୟରେ ବୟସ୍କମାନଙ୍କୁ ସମସ୍ୟା ଉପୁଜିଥାଏ । ତେଣୁ ଏଭଳି ସମସ୍ୟାକୁ ଆଖିରେ ରଖି ଆମେରିକାରେ ଥିବା ମାକ୍ଡୋନାଲଲ୍ଡ କାଫେର କିଛି ଆଉଟଲେଟରେ ନିଆରା ବ୍ୟବସ୍ଥା କରାଯାଇଛି । କିଛି ଆଉଟ୍ଲେଟ୍ରେ ନିର୍ଦ୍ଧିଷ୍ଟଭାବେ କିଛି ସ୍ଥାନକୁ ବୟସ୍କଙ୍କ ପାଇଁ ସଂରକ୍ଷିତ କରି ରଖାଯାଇଛି […]
ମାକ୍ ଡୋନାଲଲ୍ଡରେ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି । ବିଶେଷ କରି ସ୍କୁଲ ଛୁଟି ଆରମ୍ଭ ହୋଇଗଲେ ପିଲାମାନଙ୍କ ଭିଡ ଏହି ରେସ୍ତୋରାଁରେ ଦେଖିବାକୁ ମିଳିଥାଏ । ହେଲେ ଏହି ଗହଳି କାରଣରୁ ଅନେକ ସମୟରେ ବୟସ୍କମାନଙ୍କୁ ସମସ୍ୟା ଉପୁଜିଥାଏ । ତେଣୁ ଏଭଳି ସମସ୍ୟାକୁ ଆଖିରେ ରଖି ଆମେରିକାରେ ଥିବା ମାକ୍ଡୋନାଲଲ୍ଡ କାଫେର କିଛି ଆଉଟଲେଟରେ ନିଆରା ବ୍ୟବସ୍ଥା କରାଯାଇଛି । କିଛି ଆଉଟ୍ଲେଟ୍ରେ ନିର୍ଦ୍ଧିଷ୍ଟଭାବେ କିଛି ସ୍ଥାନକୁ ବୟସ୍କଙ୍କ ପାଇଁ ସଂରକ୍ଷିତ କରି ରଖାଯାଇଛି । ଏହି ସ୍ଥାନକୁ ୧୬ ବର୍ଷରୁ କମ ପିଲାଙ୍କୁ ଯିବାକୁ ଅନୁମତି ନାହିଁ, ଯାହାଫଳରେ ବୟସ୍କମାନେ ଆରାମରେ ସେମାନଙ୍କ ଖାଦ୍ୟ ଖାଇପାରିବେ । ସେହିଭଳି ଏହି ସ୍ୱତନ୍ତ୍ର ନିୟମ ସପ୍ତାହରେ କେବଳ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ରହିବ । ଏହି ନିୟମ ପରେ ସେଠିକାର ବୟସ୍କମାନେ ସନ୍ତୋଷ ପ୍ରକାଶ କରିଥିବା ଦେଖିବାକୁ ମିଳିଛି ।




