ବୁଦ୍ଧିଆ କାଉ

ବୁଦ୍ଧି ଆମର ସବୁଠାରୁ ବଡ ବଳ ଏହାକୁ ପିଲାଦିନେ ଗପ ମାଧ୍ୟମରେ ସବୁ ଶିଶୁଙ୍କୁ ଶିକ୍ଷା ଦିଆଯାଇଥାଏ । ଆଈମା କାହାଣୀ ପେଡିରୁ ଏଭଳି ଅନେକ ଗପ ଆମେ ପିଲାଦିନେ ଶୁଣିଥାଉ ଯାହା ଆମକୁ ଅନେକ ଶିକ୍ଷା ପ୍ରଦାନ କରିଥାଏ । ଏହି କାହାଣୀରେ ସବୁବେଳେ ବିଭିନ୍ନ ପ୍ରାଣୀଙ୍କ ସହାୟତାରେ ଜୀବନର ଖୁବ ଗୁରୁତ୍ବପୂର୍ଣ୍ଣ ଶିକ୍ଷାକୁ ପିଲାଙ୍କୁ ଦିଆଯାଇଥାଏ । ଏହି ଗପର ତାଲିକା ବେଶ୍ ଲମ୍ବା । ଆସନ୍ତୁ ସେହିଭଳି ଏକ ଗପ ବୁଦ୍ଧିଆ କାଉ […]

ବୁଦ୍ଧିଆ କାଉ
Samaya Live Picture
Published On

ବୁଦ୍ଧି ଆମର ସବୁଠାରୁ ବଡ ବଳ ଏହାକୁ ପିଲାଦିନେ ଗପ ମାଧ୍ୟମରେ ସବୁ ଶିଶୁଙ୍କୁ ଶିକ୍ଷା ଦିଆଯାଇଥାଏ । ଆଈମା କାହାଣୀ ପେଡିରୁ ଏଭଳି ଅନେକ ଗପ ଆମେ ପିଲାଦିନେ ଶୁଣିଥାଉ ଯାହା ଆମକୁ ଅନେକ ଶିକ୍ଷା ପ୍ରଦାନ କରିଥାଏ । ଏହି କାହାଣୀରେ ସବୁବେଳେ ବିଭିନ୍ନ ପ୍ରାଣୀଙ୍କ ସହାୟତାରେ ଜୀବନର ଖୁବ ଗୁରୁତ୍ବପୂର୍ଣ୍ଣ ଶିକ୍ଷାକୁ ପିଲାଙ୍କୁ ଦିଆଯାଇଥାଏ । ଏହି ଗପର ତାଲିକା ବେଶ୍ ଲମ୍ବା । ଆସନ୍ତୁ ସେହିଭଳି ଏକ ଗପ ବୁଦ୍ଧିଆ କାଉ ସମ୍ପର୍କରେ ଜାଣିବା । ଯାହା ଆମକୁ ବୁଦ୍ଧି ସମ୍ପର୍କରେ ଶିକ୍ଷା ଦେଇଥାଏ ।
ଏକଦା ଗୋଟିଏ କାଉ ଜଙ୍ଗଲରେ ରହୁଥିଲା । ସେ ସେହି ବଣରେ ଚରିବୁଲି ନିଜର ପେଟ ପୁରାଇଥାଏ । ଭୋକ ଲାଗିଲେ ଜଙ୍ଗଲରୁ ପୋକଜୋକ ଖାଇଥାଏ ଏବଂ ଶୋଷ ଲାଗିଲେ ପାଣି ପିଇଥାଏ । ଏହିଭଳି ସେ ସବୁଦିନ କରିଥାଏ । ହେଲେ ଖରାଦିନ ଆସିବା ପରେ ସେ ଦିନେ ଏକ ସମସ୍ୟାରେ ପଡିଲା । ଖରା କାରଣରୁ ଜଙ୍ଗଲରେ ପାଣିର ଅଭାବ ଦେଖାଦେଇଥିଲା । କାଉକୁ ଯେତେବେଳେ ଶୋଷ ଲାଗିଲା ସେତେବେଳେ ସେ ପାଣି ଖୋଜି ବୁଲିଲା । ଦେଖିଲା କେଉଁ ସ୍ଥାନରେ ବି ପାଣି ନାହିଁ । କିଛି ସମୟ ପରେ ଏକ ସ୍ଥାନରେ ମାଠିଆ ଥୁଆ ହୋଇଥିବା କାଉଟି ଦେଖିବାକୁ ପାଇଲା । ହେଲେ ଦେଖିଲା ମାଠିଆର ଚକିରେ ପାଣି ପଡିଛି, ତେଣୁ ତାକୁ ପିଇବାକୁ ଅସୁବିଧା ହେଲା । ତାର ମୁହଁ ପାଇବ ନାହିଁ । ହେଲେ କାଉଟି ଖୁବ ବୁଦ୍ଧିବାନ ଥିଲା । ପ୍ରଥମେ ସେ ନିରାଶ ହୋଇଥିଲା କିନ୍ତୁ ଏହାପରେ କିଛି ସମୟ ଏ ସମ୍ପର୍କରେ ଚିନ୍ତା କରିଥିଲା । ଚିନ୍ତା କରିବାପରେ ତାକୁ ଏକ ଉପାୟ ଆସିଥିଲା । ସେ ମାଠିଆର ଆଖପାଖରେ ଥିବା ଗୋଡିକୁ ଗୋଟାଇବା ଆରମ୍ଭ କଲା । ଏହି ଗୋଡି ଗୁଡିକୁ ସେ ଧୀରେଧୀରେ ମାଠିଆରେ ପକାଇବାକୁ ଲାଗିଲା । ଗୋ଼ଡି ପଡିବା ପରେ ମାଠିଆର ପାଣି ଉପରକୁ ଉଠିବାକୁ ଲାଗିଲା । ଧୀରେଧୀରେ ପାଣି ପୁରା ଉପରକୁ ଉଠିଗଲା ଏବଂ ମୁହଁ ପାଖକୁ ପଳାଇ ଆସିଲା । ଏହାପରେ କାଉ ଏହାକୁ ଖୁବ ସହଜରେ ପିଇ ପାରିଲା । ନିଜର ବୁଦ୍ଧି ଲଗାଇ ସେ ନିଜର ଶୋଷକୁ ମେଣ୍ଟାଇ ପାରିଥିଲା । ତେଣୁ ବୁଦ୍ଧି ଥିଲେ ଜୀବନରେ କୌଣସି ସ୍ଥାନରେ ଆମେ ହାରିବା ନାହିଁ ବୋଲି କୁଆଟି ସମସ୍ତଙ୍କୁ ଶିକ୍ଷା ଦେଇଥିଲା । କେବେ ହେଲେ କୌଣସି ସମସ୍ୟାରେ ପଡିବା ସମୟରେ ବ୍ୟସ୍ତ ନହୋଇ ଧୀରେସୁସ୍ତେ ନିଜର ବୁଦ୍ଧି ଲଗାଇ ଆମେ ସମାଧାନ କରିପାରିବା ବୋଲି ଏହି ଗଳ୍ପରୁ ଶିକ୍ଷା ମିଳିଥାଏ ।

Tags: