ବୁଢୀଆଣୀ ଲଢେଇ

ବୁଢୀଆଣୀ ଲଢେଇ
Ipsita Picture
By: Ipsita
Published On

 

ଜାପାନର କାଗୋଶିମା ଜିଲ୍ଲାର ଆଇରା ସହରରେ ପ୍ରାୟ ୪୦୦ ବର୍ଷରୁ ଅଧିକ ପୁରୁଣା ଏକ ଅନୋଖା ପରମ୍ପରା 'କୁମୋ ଗାସେନ୍' ବା ସ୍ପାଇଡର୍ ବ୍ୟାଟଲ୍ ଆଜି ବି ପାଳିତ ହୋଇଆସୁଛି ।  ଯେଉଁଥିରେ ମାଇ ବୁଢ଼ୀଆଣୀମାନଙ୍କ ମଧ୍ୟରେ ଲଢ଼େଇ କରାଯାଇଥାଏ । ବିଶ୍ୱାସ କରାଯାଏ ଯେ ସୈନ୍ୟମାନଙ୍କର ମନୋବଳ ବଢ଼ାଇବା ପାଇଁ ସାମୁରାଇ ଶିମାଜୁ ଯୋଶିହିରୋ ଏହି ପରମ୍ପରାର ଆରମ୍ଭ କରିଥିଲେ । ଏହି ପ୍ରତିଯୋଗିତାରେ ଦୁଇଟି ମାଇ 'ଗୋଲ୍ଡେନ୍ ଅର୍ବ-ୱିଭର୍' ବୁଢ଼ୀଆଣୀଙ୍କୁ ୬୦ ସେଣ୍ଟିମିଟର ଲମ୍ବର ଏକ କାଠି ଉପରେ ସାମନା ସାମନି ରଖାଯାଏ । ଯେଉଁଠାରେ ସେମାନେ ଜଣେ ଅନ୍ୟ ଜଣଙ୍କୁ କାମୁଡ଼ି କିମ୍ବା ଠେଲି କାଠିରୁ ତଳକୁ ଖସାଇବାକୁ ଚେଷ୍ଟା କରନ୍ତି । କ୍ରମାଗତ ୩ଟି ମ୍ୟାଚ୍ ଜିତିଥିବା ବୁଢ଼ୀଆଣୀ ପରବର୍ତ୍ତୀ ରାଉଣ୍ଡକୁ ଯାଏ । ପ୍ରତିବର୍ଷ ଜୁନ୍ ମାସର ତୃତୀୟ ରବିବାରରେ ଅନୁଷ୍ଠିତ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତେ ଭାଗ ନିଅନ୍ତି । ଏହାସହ ଏଥିରେ ଲଢ଼େଇ ବ୍ୟତୀତ ବୁଢ଼ୀଆଣୀମାନଙ୍କ ରଙ୍ଗ, ଶରୀର ଓ ଚମକ ଆଧାରରେ ମଧ୍ୟ ପ୍ରତିଯୋଗିତା କରାଯାଇଥାଏ ।

Tags: