ବୁଢିଅସୁରୁଣୀ

ପିଲାଦିନେ ଗପ ଶୁଣିବାକୁ ସମସ୍ତଙ୍କୁ ଭଲଲାଗିଥାଏ । ବିଶେଷଭାବେ ଛୋଟ ପିଲାମାନେ ଭୁତ ଗପ ଶୁଣିବାକୁ ବେଶି ଆଗ୍ରହ ଦେଖାଇଥାଆନ୍ତି । ଯାହା ବେଶ୍ ମନୋରଞ୍ଜନକର ହୋଇଥାଏ । ସେହିଭଳି ଏକ ଭୁତ କାହାଣୀହେଲା ବୁଢି ଅସୁରୁଣୀ । ପିଲାଦିନେ ସନ୍ଧ୍ୟା ହେଉ କିମ୍ବା ଅପରାହ୍ନ ସବୁସମୟରେ ଆଇ କିମ୍ବା ଜେଜେ ମାଆଙ୍କୁ ଧରି ଗପ ଶୁଣିବାକୁ ସମସ୍ତେ ବସି ଯାଆନ୍ତି । ସେମାନେ ବି ମନରୁ ଭାବି ଶବ୍ଦକୁ ଶବ୍ଦ ଖଞ୍ଜି ଅନେକ ଗପ କହି […]

ବୁଢିଅସୁରୁଣୀ
Samaya Live Picture
Published On

ପିଲାଦିନେ ଗପ ଶୁଣିବାକୁ ସମସ୍ତଙ୍କୁ ଭଲଲାଗିଥାଏ । ବିଶେଷଭାବେ ଛୋଟ ପିଲାମାନେ ଭୁତ ଗପ ଶୁଣିବାକୁ ବେଶି ଆଗ୍ରହ ଦେଖାଇଥାଆନ୍ତି । ଯାହା ବେଶ୍ ମନୋରଞ୍ଜନକର ହୋଇଥାଏ । ସେହିଭଳି ଏକ ଭୁତ କାହାଣୀହେଲା ବୁଢି ଅସୁରୁଣୀ ।

ପିଲାଦିନେ ସନ୍ଧ୍ୟା ହେଉ କିମ୍ବା ଅପରାହ୍ନ ସବୁସମୟରେ ଆଇ କିମ୍ବା ଜେଜେ ମାଆଙ୍କୁ ଧରି ଗପ ଶୁଣିବାକୁ ସମସ୍ତେ ବସି ଯାଆନ୍ତି । ସେମାନେ ବି ମନରୁ ଭାବି ଶବ୍ଦକୁ ଶବ୍ଦ ଖଞ୍ଜି ଅନେକ ଗପ କହି ଚାଲନ୍ତି । ସେଥିରୁ କିଛି ବେଶ୍ ମଜାଦାର ହୋଇଥିବାବେଳେ କିଛି ନୀତିଶିକ୍ଷାରେ ଭରପୁର ହୋଇଥାଏ । ପିଲାଙ୍କୁ ସମାଜ ବିଷୟରେ ଅନେକ ଜ୍ଞାନ ଏହି ଗପ ମାଧ୍ୟମରେ ଦିଆଯାଇଥାଏ । ସେହିଭଳି କିଛି ଗପ ଥାଏ ଯାହା ପୁରାପୁରି କାଳ୍ପନିକ ହୋଇଥାଏ, କିନ୍ତୁ ଏଗୁଡିକ ଶୁଣିବାକୁ ଖୁବ ମଜାଦାର ହୋଇଥାଏ । ଏହି ଗପକୁ ଶୁଣି ଯେଉଁ ପିଲା ନଖାଇ ଜିଦି କରୁଥାଏ ସେ ତାର ଭାତକୁ ଜଲଦି ଜଲଦି ଖାଇଦେଇଥାଏ । ସେହିଭଳି କିଏ ଯଦି ଜିଦି କିଛି ଜିନିଷ ପାଇଁ ଜିଦ୍ ଧରିଥାଏ ତେବେ ସେ ଜିଦ୍ ଛାଡିଦେଇଥାଏ । ଏହିଭଳି ଅନେକ କାହାଣୀ ଭିତରେ ଗୋଟିଏ କାହାଣୀ ହେଲା ବୁଢୀ ଅସୁରୁଣୀ କଥା । ଯେଉଁ ଗପଟିକୁ ସବୁ ଛୋଟପିଲା ଶୁଣିଥିବେ । ତେବେ ଆସନ୍ତୁ ଜାଣିବା କଣ ଏହାର ବିଷୟ ବସ୍ତୁ…..

ଏକଦା ଗୋଟିଏ ଛୋଟ ଝିଅକୁ ଜଣେ ଅସୁରୁଣୀ ବନ୍ଦି କରି ନେଇଯାଇଥିଲା । ଅସୁରୁଣୀ ପାଖକୁ ଯିବା ସମୟରେ ପିଲାଟି ଖୁବ ଛୋଟ ଥିଲା । ପ୍ରଥମରୁ ଅସୁରୁଣୀ ସହିତ ଝିଅଟି ମିଳିମିଶି ଚଳୁଥିଲା । ସେ ଅସୁରୁଣୀକୁ ନିଜ ପରିବାର ଭାବରେ ଦେଖୁଥିଲା । ହେଲେ ଝିଅଟି ବଡ ହେବା ପରେ ଧୀରେଧୀରେ ତାକୁ ବାହାର ଦୁନିଆ ତାର ଘର ଦୁନିଆ ଭିତରେ ଫରକ ଜଣା ପଡିଲା । ଝିଅଟି ବଡ ହେବାପରେ ବୁଢି ଅସୁରୁଣୀଠାରୁ ମୁକୁଳିବାକୁ ଅନେକ ଚେଷ୍ଟା କଲା । ସେ ତାକୁ ମାରିବାକୁ ବିଭିନ୍ନ ପ୍ରକାର ଚେଷ୍ଟା କରି ବିଫଳ ହେଲା । କୈାଣସି ଉପାୟରେ ସେ ତାକୁ ମାରିପାରିଲା ନାହିଁ । ଏହାପରେ ସେ ସବୁବେଳେ ମନ ଦୁଃଖରେ ରହିଥାଏ । ଏହାରିଭିତରେ ତାର ସମ୍ପର୍କ ଜଣେ ବାହାରର ପୁଅ ସହ ଗଢିଉଠିଥିଲା । ଉଭୟ ଭଲ ବନ୍ଧୁ ପାଲଟି ସାରିଥିଲେ । ସେ ତାକୁ ବାଟ ବତାଇଲା, ଅସୁରୁଣୀମାନଙ୍କର ଜୀବନ ନାଟିକା କେଉଁଠିଥାଏ କେବଳ ତାଙ୍କୁ ହିଁ ଜଣଥାଏ । ଏହାପରେ ଝିଅଟି ଏକ କୌଶଳ ବାହାର କରି ବୁଢି ଅସୁରୁଣୀଠାରୁ ତାର ଜୀବନ ନାଟିକା ସମ୍ପର୍କରେ ବୁଝିବାକୁ ଚେଷ୍ଟା କଲା । ବୁଢି ଅସୁରୁଣୀ ମୁଣ୍ଡରେ ତେଲ ଲଗାଇବା ବେଳେ ତାକୁ କହିଲା, ମାଆ ଯଦି ତୋର କଣ ହୋଇଯାଏ ତେବେ ମୁଁ କେମିତି ରହିବି । ଏହାର ଉତ୍ତରରେ ଅସୁରୁଣୀ କହିଲା ମୋର କିଛି ହେବନାହିଁ । ମୁଁ ଏତେ ସହଜରେ ମିରିବି ନାହିଁ । ତାପରେ ଝିଅଟି ତାକୁ ପଚାରିଲା କଣ ପାଇଁ । ଏହାର ଉତ୍ତରରେ ବୁଢି କହିଲା ମୋର ଜୀବନ ନାଟିକା ବହୁତ ଭିତରେ ଅଛି । ଏଠାରୁ ଅଳ୍ପ ଦୂରରେ ସାତତାଳ ପାଣିର ଏକ ପୋଖରୀ ରହିଛି । ତା ଭିତରେ ଏକ ସିନ୍ଦୁକ ରହିଛି ଯେଉଁଠିରେ ସାତଟି ଚାବି ପଡିଛି । ତା ଭିତରେ ଏକ ଫରୁଆ ଅଛି ଯେଉଁଥିରେ ଗୋଟିଏ ମନ୍ଦାର ଫୁଲ ରହିଛି । ସେହି ମନ୍ଦାର ଫୁଲ ଭିତରେ ଥିବା ଭଅଁରରେ ମୋ ଜୀବନ ରହିଛି । ମୋତେ ମାରିବାକୁ ହେଲେ ସେହି ଭଅଁରକୁ ମାରିବାକୁ ପଡିବ । ଏହାଶୁଣି ଝିଅଟି ହଁ କରି ରହିଲା । ରାତିରେ ଏ ସମ୍ପର୍କରେ ବହୁତ ଭାବିଲା । ସକାଳୁ ବୁଢି ଅସୁରୁଣୀ ଶିକାର କରିବାକୁ ଯିବା ପରେ ଝିଅଟି ନିଜ ସାଙ୍ଗଙ୍କୁ ସମସ୍ତ କଥା ଜଣାଇଥିଲା । ଏହାପରେ ଉଭୟ ମିଶି ସେହି ପାଣିକୁ ଖୋଜିଥିଲେ ଯାହାପରେ ସେଥିରେ ପଶି ସିନ୍ଦୁକ ପାଇଥିଲେ ହେଲେ ତାର ଚାବି ସେମାନଙ୍କ ପାଖରେ ନଥିଲା । ତେଣୁ ସେମାନେ ଫେରି ଆସିଲେ । ଏହାପରେ ଝିଅଟି ବୁଦ୍ଧି ଲଗାଇ ବୁଢିଅସୁରୁଣୀ ପାଖରେ ଥିବା ଚାବିକୁ ସଂଗ୍ରହ କରିଥିଲା । ଯାହାପରେ ସେମାନେ ପୁଣି ସେହି ସ୍ଥାନକୁ ଫେରି ସିନ୍ଦୁକକୁ ଖୋଲିଥିଲେ ଏବଂ ଫରୁଆ କାଢିଥିଲେ । ଏହାପରେ ଅନେକ ପରିଶ୍ରମ କରି ଭଅଁରକୁ ମାରିିଥିଲେ । ଯାହାପରେ ଏପଟେ ବୁଢି ଅସୁରୁଣୀ ମଧ୍ୟ ମରିଯାଇଥିଲା । ଏହାପରେ ଝିଅଟି ବୁଢି ଅସୁରୁଣୀ କବଳରୁ ବଞ୍ଚିଯାଇଥିଲା ।

Tags: