ବିଶ୍ୱ ଦରବାରରେ ହସ୍ତତନ୍ତ

ବିଶ୍ୱ ଦରବାରରେ ହସ୍ତତନ୍ତ
Ipsita Picture
By: Ipsita
Published On

 

ଓଡ଼ିଶାର ସମ୍ବଲପୁରୀ, ବୋମକାଇ ଏବଂ ଖଣ୍ଡୁଆ ପରି ହସ୍ତତନ୍ତ ସାମଗ୍ରୀକୁ ଆଜି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ନୂତନ ପରିଚୟ ମିଳିଛି । ଏହା ପଛରେ ରହିଛି କିଛି ଦକ୍ଷ ଡିଜାଇନର ଓ ମାଷ୍ଟର ବୁଣାକାରଙ୍କ ଅକ୍ଳାନ୍ତ ପରିଶ୍ରମ । ସେମାନେ ଅନେକ ପରିଶ୍ରମ କରି ଓଡ଼ିଶାର ହସ୍ତତନ୍ତକୁ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ରିପ୍ରେଜେଣ୍ଟ କରୁଥିବା ଦେଖିବାକୁ ମିଳୁଛି । ଏହି ତାଲିକାରେ ଅନେକ ସାମିଲ ଥିବାବେଳେ ସେଥିରୁ କିଛି ଡିଜାଇନରଙ୍କ ସମ୍ପର୍କରେ ।

33333

 ସୁଜିତ ମେହେର

ବେଙ୍ଗାଲୁରୁ ଭିତ୍ତିକ ଓଡ଼ିଆ ଡିଜାଇନର ସୁଜିତ ମେହେର ଓଡ଼ିଶାର ପାରମ୍ପରିକ ବସ୍ତ୍ରକୁ ଆଧୁନିକ ଫ୍ୟାସନ ସହ ଯୋଡ଼ିବାରେ ଜଣେ ଅଗ୍ରଣୀ ବ୍ୟକ୍ତିତ୍ୱ। ଓଡ଼ିଶାର ହସ୍ତତନ୍ତକୁ ଆନ୍ତର୍ଜାତୀୟ ପ୍ରତିଷ୍ଠା ଦେବାରେ ତାଙ୍କର ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ । ସେ କଳାହାଣ୍ଡିର ବିଲୁପ୍ତପ୍ରାୟ 'ହାବାସପୁରୀ' ହସ୍ତତନ୍ତର ପୁନରୁଦ୍ଧାର କରି ଏହାକୁ ବିଦେଶୀ ବଜାରରେ ଲୋକପ୍ରିୟ କରାଇଛନ୍ତି । ଗ୍ରାମୀଣ ବୁଣାକାରଙ୍କୁ ସ୍ୱାବଲମ୍ବୀ କରିବା ଏବଂ ସେମାନଙ୍କ ଉତ୍ପାଦକୁ ଗ୍ଲୋବାଲ୍ ବ୍ରାଣ୍ଡରେ ପରିଣତ କରିବା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ । ତାଙ୍କର ଏହି କାର୍ଯ୍ୟ ପାଇଁ ତାଙ୍କୁ ଅନେକ ପ୍ରଶଂସା ପ୍ରତିଟି ସମୟରେ ମିଳିଥାଏ ।

reemly-mohanty-fashion-apparel-bhubaneshwar-thumb

ରିମଲି ମହାନ୍ତି

ଭୁବନେଶ୍ୱରର ଜଣାଶୁଣା ଡିଜାଇନର ରିମଲି ମହାନ୍ତି ନିଜର ସ୍ୱତନ୍ତ୍ର ଶୈଳୀ ପାଇଁ ବେଶ୍ ପରିଚିତ ।  ତାଙ୍କର ସଂଗ୍ରହ ନିଲା ଏ ଏଜୁର ଚାର୍ମ  ଆନ୍ତର୍ଜାତୀୟ ପ୍ଲାଟଫର୍ମରେ ଓଡ଼ିଶାର ହସ୍ତତନ୍ତ ପରମ୍ପରାକୁ ପ୍ରଦର୍ଶିତ କରି ବେଶ୍ ପ୍ରଶଂସା ସାଉଁଟିଛି । ସେ ପାରମ୍ପରିକ ବୁଣାକାରୀ କୌଶଳକୁ ସମସାମୟିକ ଡିଜାଇନ୍ ସହ ମିଶାଇ ନୂତନ ପିଢ଼ି ପାଇଁ ଆକର୍ଷଣୀୟ ପୋଷାକ ପ୍ରସ୍ତୁତ କରୁଛନ୍ତି । ଯାହାକୁ ଯୁବପିଢି ଖୁବ ଭଲପାଇବା ଦେଉଥିବା ଦେଖିବାକୁ ମିଳୁଛି । ତାଙ୍କର ଡିଜାଇନ ଗୁଡିକ ଖୁବ ୟୁନିକ ହୋଇଥାଏ ଯାହା ପରମ୍ପରା ସହିତ ଆଧୁନିକତାକୁ ଖୁବ ସୁନ୍ଦର ଭାବେ ମିଶ୍ରଣ କରିଥାଏ ।

DVfrT-HU0AEM9SY

 ସୁକାନ୍ତି ମେହେର

ସୁକାନ୍ତି ମେହେର ଓଡ଼ିଶାର ଜଣେ ଗର୍ବ ଓ ଗୌରବ। ତାଙ୍କର ନିଆରା କାର୍ଯ୍ୟପାଇଁ ତାଙ୍କୁ ଜାତୀୟ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି । ସମ୍ବଲପୁରୀ ବସ୍ତ୍ରର ଜଟିଳ ଏବଂ ସୂକ୍ଷ୍ମ ବୁଣାକାରୀ କାମରେ ସେ ସିଦ୍ଧହସ୍ତ । ନିଜର ନିଖୁଣ କାରୁକାର୍ଯ୍ୟ ଜରିଆରେ ସେ ଓଡ଼ିଶାର ସଂସ୍କୃତିକୁ ଜାତୀୟ ସ୍ତରରେ ପ୍ରତିଷ୍ଠିତ କରାଇଛନ୍ତି ।

ljuti

 ଗୁଞ୍ଜନ ଜୈନ

ଦିଲ୍ଲୀର ଡିଜାଇନର ଗୁଞ୍ଜନ ଜୈନ ଓଡ଼ିଶାର ହସ୍ତତନ୍ତ ଉପରେ ବହୁ ଗବେଷଣା କରିଛନ୍ତି । ତାଙ୍କର ସଂସ୍ଥା 'ବୃକ୍ଷ' ମୁଖ୍ୟତଃ ବୋମକାଇ ଏବଂ ସମ୍ବଲପୁରୀ ବସ୍ତ୍ରର ମୂଳ ଶୈଳୀକୁ ବଜାୟ ରଖିବା ପାଇଁ କାର୍ଯ୍ୟ କରେ । ତାଙ୍କ କାର୍ଯ୍ୟପାଇଁ ତାଙ୍କୁ ୟୁନେସ୍କୋ ପରି ଆନ୍ତର୍ଜାତୀୟ ସଂସ୍ଥା ଦ୍ୱାରା ସେ ସମ୍ମାନିତ କରାଯାଇଛି । ଯାହା ଓଡ଼ିଶାର ବୟନଶିଳ୍ପ ପାଇଁ ଏକ ବଡ଼ ସଫଳତା। ତାଙ୍କର କାର୍ଯ୍ୟ ସବୁବେଳେ ଦେଶ ଓ ରାଜ୍ୟର ସଂସ୍କୃତିକୁ ବଞ୍ଚାଇ ରଖିବା ।

Tags: