ବିଶ୍ୱ ଓଜୋନ ଦିବସ
ବିଶ୍ୱ ଓଜୋନ ଦିବସ ବା ଅନ୍ତଃରାଷ୍ଟ୍ରୀୟ ଓଜୋନ ସ୍ତର ସଂରକ୍ଷଣ ଦିବସ ସାରା ବିଶ୍ୱରେ ପ୍ରତିବର୍ଷ ୧୬ ସେପ୍ଟେମ୍ବର ଦିନ ପାଳିତ ହୁଏ । ୧୯୯୪ ମସିହାରୁ ପାଳିତ ହୋଇ ଆସୁଥିବା ଏହି ଦିବସର ମୂଳ ଉଦ୍ଦେଶ୍ୟ ହେଲା ବାୟୁ ମଣ୍ଡଳକୁ ଘେରି ରହିଥିବା ଓଜୋନ ସ୍ତରର ସଂରକ୍ଷଣ କରିବା ସହ ଏହାକୁ କ୍ଷୀଣ ହେଲେ ସୃଷ୍ଟି ହେଉଥିବା ଭୟାବହତା ସଂପର୍କରେ ବିଶ୍ୱବାସୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଇବା । ବିଭିନ୍ନ କାରଣ ମଧ୍ୟରେ ସୌର-ପବନ ଅନେକ […]
ବିଶ୍ୱ ଓଜୋନ ଦିବସ ବା ଅନ୍ତଃରାଷ୍ଟ୍ରୀୟ ଓଜୋନ ସ୍ତର ସଂରକ୍ଷଣ ଦିବସ ସାରା ବିଶ୍ୱରେ ପ୍ରତିବର୍ଷ ୧୬ ସେପ୍ଟେମ୍ବର ଦିନ ପାଳିତ ହୁଏ । ୧୯୯୪ ମସିହାରୁ ପାଳିତ ହୋଇ ଆସୁଥିବା ଏହି ଦିବସର ମୂଳ ଉଦ୍ଦେଶ୍ୟ ହେଲା ବାୟୁ ମଣ୍ଡଳକୁ ଘେରି ରହିଥିବା ଓଜୋନ ସ୍ତରର ସଂରକ୍ଷଣ କରିବା ସହ ଏହାକୁ କ୍ଷୀଣ ହେଲେ ସୃଷ୍ଟି ହେଉଥିବା ଭୟାବହତା ସଂପର୍କରେ ବିଶ୍ୱବାସୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଇବା । ବିଭିନ୍ନ କାରଣ ମଧ୍ୟରେ ସୌର-ପବନ ଅନେକ ସମୟରେ ପୃଥିବୀ ଉପରିସ୍ଥ ଓଜୋନ ସ୍ତରର କ୍ଷତି କରିଥାନ୍ତି । ଯାହାଦ୍ୱାରା ଓଜୋନ ସ୍ତର ଦେଇ କ୍ଷତିକାରକ ଅତି ବାଇଗଣୀ ବିକୀରଣ ଭୁପୃଷ୍ଠକୁ ପ୍ରବେଶ କରିଥାଏ । ଯାହା ଆମମାନଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ୧୯୮୭ ମସିହା ୧୬ ସେପେଫମ୍ବରରେ ମଣ୍ଟ୍ରିଲ ପ୍ରୋଟୋକଲ ନାମକ ଏକ ଅନ୍ତରାଷ୍ଟ୍ରୀୟ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା । ଏହି ସନ୍ଧିର ମୂଳ ଲକ୍ଷ୍ୟ ଥିଲା ବାୟୁମଣ୍ଡଳରେ ଓଜୋନ ସ୍ତରକୁ କ୍ଷୀଣ ବା ହ ୍ରାସ କରୁଥିବା କିଛି ପଦାର୍ଥର ପ୍ରସ୍ତୁତି ବା ଉତ୍ପାଦନକୁ ବନ୍ଦ କରିବା । ଯଦ୍ୱାରା ଓଜୋନ ସ୍ତରକୁ ସଂରକ୍ଷଣ କରାଯାଇପାରିବ । ଏହି ଐତିହାସିକ ଦିନକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ୧୯ ଡିସେମ୍ବର ୨୦୦୦ ଦିନ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ୧୬ ସେପେଫମ୍ବରକୁ ଅନ୍ତଃରାଷ୍ଟ୍ରୀୟ ଓଜୋନ ସ୍ତର ସଂରକ୍ଷଣ ଦିବସ ରୂପେ ପାଳିବାକୁ ଏକ ଘୋଷଣାନାମା ଗୃହୀତ ହେଲା । ଏହାପରଠାରୁ ଓଜୋନ ସ୍ତରର ହ ୍ରାସ ରୋକିବା ଦିଗରେ ଅଧିକରୁ ଅଧିକ ଗବେଷଣା ଜାରି ରଖାଯାଇଛି । ଏହା ସହିତ ଏ ସମ୍ପର୍କରେ ନିଆଯାଉଥିବା ପଦେକ୍ଷେପଗୁଡ଼ିକ ବିଷୟରେ ସର୍ବସାଧାରଣକୁ ସଚେତନ ମଧ୍ୟ କରାଯାଉଛି ।




