ବିଲେଇ କରିଥାଏ ଭାବ ପ୍ରକାଶ

ଅନେକ ସମୟରେ ମଣିଷ ନିଜର ମନର ଭାବ ପ୍ରକାଶ କରିବାପାଇଁ ମୁହଁର ସହାୟତା ନେଇଥାଏ । ମୁହଁରେ ବିଭିନ୍ନ ଭଙ୍ଗି ବା ଫେସିଆଲ ଏକ୍ସପ୍ରେସନ୍‌ ଦେଇ ଖୁସି କିମ୍ବା ରାଗକୁ ବ୍ୟକ୍ତ କରିଥାଏ । ଏଥିରୁ ତାର ମନର ଭାଷା ବୁଝି ହୋଇଥାଏ । ହେଲେ ସାଧାରଣତଃ ଆମେ ଜାଣିଛେ ପଶୁମାନେ ଏପରି କରିବାରେ ଅସମର୍ଥ, କିନ୍ତୁ ଏହାକୁ ମିଛ ପ୍ରମାଣିତ କରିଛି ଜଣେ ବୈଜ୍ଞାନିକଙ୍କ ଗବେଷଣା । ନିକଟରେ ଜଣେ ଗବେଷକ ପାଖାପାଖି ବର୍ଷେ ପରିଶ୍ରମ […]

ବିଲେଇ କରିଥାଏ ଭାବ ପ୍ରକାଶ
Samaya Live Picture
Published On

ଅନେକ ସମୟରେ ମଣିଷ ନିଜର ମନର ଭାବ ପ୍ରକାଶ କରିବାପାଇଁ ମୁହଁର ସହାୟତା ନେଇଥାଏ । ମୁହଁରେ ବିଭିନ୍ନ ଭଙ୍ଗି ବା ଫେସିଆଲ ଏକ୍ସପ୍ରେସନ୍‌ ଦେଇ ଖୁସି କିମ୍ବା ରାଗକୁ ବ୍ୟକ୍ତ କରିଥାଏ । ଏଥିରୁ ତାର ମନର ଭାଷା ବୁଝି ହୋଇଥାଏ । ହେଲେ ସାଧାରଣତଃ ଆମେ ଜାଣିଛେ ପଶୁମାନେ ଏପରି କରିବାରେ ଅସମର୍ଥ, କିନ୍ତୁ ଏହାକୁ ମିଛ ପ୍ରମାଣିତ କରିଛି ଜଣେ ବୈଜ୍ଞାନିକଙ୍କ ଗବେଷଣା । ନିକଟରେ ଜଣେ ଗବେଷକ ପାଖାପାଖି ବର୍ଷେ ପରିଶ୍ରମ କରିବା ପରେ ଗୋଟିଏ ବିଲେଇର ୨୭୬ଟି ଫେସିଆଲ ଏକ୍ସପ୍ରେସନ୍‌ ରେକର୍ଡ କରିବାରେ ସମର୍ଥ ହୋଇଛନ୍ତି । ଏହି ବିଲେଇର ମୁହଁ ତାର ମନରେ ଥିବା ରାଗ ଠାରୁ ଖୁସି ମଧ୍ୟରେ ଥିବା ଅନେକ ଭାବକୁ ପ୍ରକାଶ କରିଛି । ଏହି ଗବେଷଣା ଅନୁସାରେ ସେମାନେ ମଧ୍ୟ ନିଜର ମନର ଭାବକୁ ପ୍ରକାଶ କରିବା ପାଇଁ ମୁହଁର ସହାୟତା ନେଇଥାଆନ୍ତି ବୋଲି ଜଣା ପଡିଛି । ମଣିଷଙ୍କ ଭଳି ସେମାନଙ୍କର ମଧ୍ୟ ମନର ଆଇନା ମୁହଁ ହୋଇଥାଏ । ରିପୋର୍ଟ ଅନୁସାରେ ଏହି ଏକ୍ସପ୍ରେସନ ମଧ୍ୟରେ ଆଖିର ବିଭିନ୍ନ ଭଙ୍ଗୀ, ଓଠର ବିଭିନ୍ନ ଆକାର, କାନକୁ ବିଭିନ୍ନ ଢଙ୍ଗରେ ହଲାଇବା ଆଦି ସମ୍ପୃକ୍ତ ରହିଛି । ତେବେ ଆମେରିକାର ଏହି ଗବେଷକଙ୍କୁ ଏଥିପାଇଁ ଖୁବ ପରିଶ୍ରମ କରିବାକୁ ପଡିଛି । ଘଣ୍ଟାଘଣ୍ଟା ଧରି ବିଲେଇକୁ ଜଗିବା ପରେ ସେ ଏହି ଫେସିଆଲ ଏକ୍ସପ୍ରେସନ ସମ୍ପର୍କରେ ଜାଣିବାକୁ ପାଇଥିଲେ ।

Tags: