ବିଲେଇଙ୍କ ସହିତ ଭୋଜନ
ଶୀର୍ଷକଟି ଆପଣଙ୍କୁ ସେହିଭଳି କିଛି ସ୍ୱତନ୍ତ୍ରତା ନେଇ ବାର୍ତ୍ତା ଦେଉନଥିବ, କିନ୍ତୁ ଘଟଣାଟି ଖୁବ ସ୍ୱତନ୍ତ୍ର । ସାଧାରଣତଃ ଘରେ ଆମେ ମାନେ ରଖିଥିବା ପୋଷା ବିଲେଇଙ୍କୁ ଧରି ଖାଇବା ଖାଇଥାଉ । ହେଲେ ବାହାରେ କାଫେରେ ଖାଇବା ସମୟରେ ବିଲେଇ ପାଖରେ ବସିବା ଅସମ୍ଭବ ଭଳି ମନେ ହୁଏ । ବିଦେଶରେ ଏପରି କାଫେ ଥାଇପାରେ ହେଲେ ଭାରତରେ ଏହା ବିରଳ । ତେବେ ବର୍ତ୍ତମାନ ଦିଲ୍ଲୀର ଏକ କାଫେ ସୋସିଆଲ ମିଡିଆରେ ଖୁବ ଭାଇରାଲ […]
ଶୀର୍ଷକଟି ଆପଣଙ୍କୁ ସେହିଭଳି କିଛି ସ୍ୱତନ୍ତ୍ରତା ନେଇ ବାର୍ତ୍ତା ଦେଉନଥିବ, କିନ୍ତୁ ଘଟଣାଟି ଖୁବ ସ୍ୱତନ୍ତ୍ର । ସାଧାରଣତଃ ଘରେ ଆମେ ମାନେ ରଖିଥିବା ପୋଷା ବିଲେଇଙ୍କୁ ଧରି ଖାଇବା ଖାଇଥାଉ । ହେଲେ ବାହାରେ କାଫେରେ ଖାଇବା ସମୟରେ ବିଲେଇ ପାଖରେ ବସିବା ଅସମ୍ଭବ ଭଳି ମନେ ହୁଏ । ବିଦେଶରେ ଏପରି କାଫେ ଥାଇପାରେ ହେଲେ ଭାରତରେ ଏହା ବିରଳ । ତେବେ ବର୍ତ୍ତମାନ ଦିଲ୍ଲୀର ଏକ କାଫେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଥିବାର ଦେଖିବାକୁ ମିଳୁଛି । କାଫେର ନାଁ ରହିଛି ଓଭେନ୍ କିସ୍ଡ କ୍ୟାଟ୍ କାଫେ, ଯେଉଁଠାର ଆପଣ ପର୍ସିଆନ ବ୍ରିଡ୍ର ବିଲେଇଙ୍କ ସହିତ ଭୋଜନ କରିବାର ସୁଯୋଗ ପାଇବେ । ଏହି କାଫେଟିକୁ ଏକ ଦମ୍ପତି ପରିଚାଳନା କରୁଛନ୍ତି । ଏଠାକୁ ଆସୁଥିବା ଗ୍ରାହକମାନେ ଏଠାରେ ବିଲେଇଙ୍କ ସହିତ ଖାଇବାର ମଜା ନେଇ ପାରିବେ । ସେମାନେ ବିଲେଇଙ୍କ ସହିତ ଖେଳିପାରିବେ, ଫଟୋ ଓ ଭିଡିଓ ମଧ୍ୟ ଉଠାଇ ପାରିବେ । ଏହି ନିଆରା ଥିମ୍ ସମସ୍ତଙ୍କୁ ବର୍ତ୍ତମାନ ଆକୃଷ୍ଠ କରିବାରେ ଲାଗିଛି । କାଫେଟିର ଚର୍ଚ୍ଚା ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ।




