ବିରଳ ରେକର୍ଡ

ବିରଳ ରେକର୍ଡ
Ipsita Picture
By: Ipsita
Published On

 

ଆମେରିକାର ଆୟୋୱା ବାସିନ୍ଦା କ୍ୟାମେଲିଆ ମୋଟ ୩୮,୧୬୨ଟି ପୁରାତନ ଚାମଚ ସଂଗ୍ରହ କରି ଏକ ନୂଆ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । କ୍ୟାମେଲିଆଙ୍କର ଏହି ନିଆରା ନିଶା ବହୁ ବର୍ଷ ପୂର୍ବେ ତାଙ୍କ ଜେଜେମା'ଙ୍କ ଠାରୁ ଉପହାର ସ୍ୱରୂପ ପାଇଥିବା ଏକ ରୁପା କଟଲରି ସେଟ୍‌ରୁ ଆରମ୍ଭ ହୋଇଥିଲା, ଯାହା ପରବର୍ତ୍ତୀ ସମୟରେ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଭିନ୍ନ ଭିନ୍ନ ଡିଜାଇନ୍‌ର ଚାମଚ ସଂଗ୍ରହ କରିବାରେ ପରିଣତ ହୋଇଥିଲା । ବର୍ତ୍ତମାନ ତାଙ୍କର ଏହି ବିଶାଳ ସଂଗ୍ରହ 'ମିସିସିପି ସ୍ପୁନ୍ ଗ୍ୟାଲେରୀ' ନାମକ ଏକ ସୁନ୍ଦର ମ୍ୟୁଜିୟମରେ ରୂପାନ୍ତରିତ ହୋଇଛି । ଯେଉଁଠାରେ ମହାରାଣୀ ଭିକ୍ଟୋରିଆଙ୍କ ସମୟର ଐତିହାସିକ ଚାମଚ ଠାରୁ ଆରମ୍ଭ କରି ଫ୍ରାନ୍ସ, ଜର୍ମାନୀ, ନରୱେ ଏବଂ କୋରିଆ ଭଳି ଦେଶର ହସ୍ତନିର୍ମିତ ତଥା କଳାତ୍ମକ ଚାମଚମାନ ଶୋଭା ପାଉଛି । ଏହି ଗ୍ୟାଲେରୀରେ ହଜାର ହଜାର ସଂଖ୍ୟାରେ ଏଭଳି ଅନନ୍ୟ ଏବଂ ପ୍ରାଚୀନ ଚାମଚ ରହିଛି, ଯାହା ପର୍ଯ୍ୟଟକଙ୍କ ପାଇଁ ଏକ ମୁଖ୍ୟ ଆକର୍ଷଣ ପାଲଟିଛି ।

Tags: