ବିଟ୍‌ରୁଟ୍‌ କୋଫତା

ସାମଗ୍ରୀ – ୨ ଟି ବିଟ୍‌ ରୁଟ୍‌, ସିଝା ୨ ଟି ଆଳୁ, ସିଝା ଗାଜର, ଗ୍ରେଟ୍‌ ୧୦୦ ଗ୍ରାମ ପନିର, ୨ ଚାମଚ ବେସନ, ୪ ଟି କଞ୍ଚା ଲଙ୍କା, କଟାଯାଇଥିବା ଅଦା, କଟା ୩ ଟି ରସୁଣ କୋଲା, ଧନିଆ ପତ୍ର, କପ୍‌ ପୁଦିନା ପତ୍ର, ମଇଦା (ଗୋଳାଇବା ପାଇଁ) ୧ ଚାମଚ ଲଙ୍କା ପାଉଡର, ୧/୨ ଚାମଚ ଜିରା ପାଉଡର ,୧/୨ ଚାମଚ ଧନିଆ ପାଉଡର ,୧/୨ ଚାମଚ ପାନମଧୁରି୍‌ ପାଉଡର , […]

ବିଟ୍‌ରୁଟ୍‌ କୋଫତା
Samaya Live Picture
Published On

ସାମଗ୍ରୀ – ୨ ଟି ବିଟ୍‌ ରୁଟ୍‌, ସିଝା ୨ ଟି ଆଳୁ, ସିଝା ଗାଜର, ଗ୍ରେଟ୍‌ ୧୦୦ ଗ୍ରାମ ପନିର, ୨ ଚାମଚ ବେସନ, ୪ ଟି କଞ୍ଚା ଲଙ୍କା, କଟାଯାଇଥିବା ଅଦା, କଟା ୩ ଟି ରସୁଣ କୋଲା, ଧନିଆ ପତ୍ର, କପ୍‌ ପୁଦିନା ପତ୍ର, ମଇଦା (ଗୋଳାଇବା ପାଇଁ) ୧ ଚାମଚ ଲଙ୍କା ପାଉଡର, ୧/୨ ଚାମଚ ଜିରା ପାଉଡର ,୧/୨ ଚାମଚ ଧନିଆ ପାଉଡର ,୧/୨ ଚାମଚ ପାନମଧୁରି୍‌ ପାଉଡର , ୧ ଚାମଚ ଚାଟ୍‌ ମସଲା, ସ୍ୱାଦ ଅନୁସାରେ ଲୁଣ, ତେଲ । ଗ୍ରେଭି ପାଇଁ: ୩ ଟି ଟମାଟୋ ,୨ ପିଆଜ, ୨ ଟି ତେଜପତ୍ର , ୧ ଚାମଚ ଅଦା ରସୁଣ ପେଷ୍ଟ , ୧ ଚାମଚ ଲଙ୍କା ପାଉଡର , ୧/୨ ଚାମଚ ହଳଦୀ , ୧ ଚାମଚ ଗରମ ମସଲା , ୧ ଚାମଚ କାଜୁ ପାଉଡର , ୧/୪ କପ୍‌ ତାଜା କ୍ରିମ , ୧ ଚାମଚ ଘିଅ ।
ପ୍ରଣାଳୀ – ପ୍ରଥମେ ପ୍ୟାନରେ ବେସନକୁ ଅଳ୍ପ ଭାଜି ନିଅନ୍ତୁ । ଏହାପରେ ଏକ ପାତ୍ରରେ ସମସ୍ତ କଟା ପରିବା, ଗୁଣ୍ଡ ମସଲା, ପନିରକୁ ମିଶାଇ ନିଅନ୍ତୁ । ଏହାପରେ ଏଥିରେ ବେସନ ପକାଇ ଏକ ଶୁଖିଲା ଗୁଣ୍ଡ ପ୍ରସ୍ତୁତ କରନ୍ତୁ । ଏହି ମିଶ୍ରଣକୁ ଛୋଟଛୋଟ ଗୋଲ କରି ମଇଦାରେ ଗଡାଇ ଗରମ ତେଲରେ ଛାଣି ନିଅନ୍ତୁ । ଏହାପରେ ଟମାଟୋ, ପିଆଜକୁ ବାଟି ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଗୋଟିଏ ପ୍ୟାନରେ ଘିଅ ଗରମ କରନ୍ତୁ ଏଥିରେ ତେଜପତ୍ର ଓ ଅଦାରସୁଣ ପେଷ୍ଟ ପକାନ୍ତୁ । ଏହାପରେ ଏଥିରେ ସମସ୍ତ ଗୁଣ୍ଡ ମସଲା ଓ କାଜୁ ଗୁଣ୍ଡ ପକାଇ କଷନ୍ତୁ । ପାଣି ଦେଇ ଫୁଟାନ୍ତୁ । ଗ୍ରେଭି ପ୍ରସ୍ତୁତ ହେବା ପରେ ଏଥିରେ ପୂର୍ବରୁ ଛଣା ଯାଇଥିବା ବଲ୍‌ ଗୁଡିକୁ ପକାନ୍ତୁ । ଅଳ୍ପ ସମୟ ଫୁଟିବା ପରେ ଗ୍ୟାସ ବନ୍ଦ କରି ନିଅନ୍ତୁ, ପ୍ରସ୍ତୁତ ହୋଇଯିବ ବିଟ୍‌ରୁଟ୍‌ କୋଫତା ।

Tags: