ବିକ୍ରି ହେଲା ଝରଣା !
ଆମେରିକାର ଓରେଗାନଠାରେ ଥିବା 'ଅବିକ୍କା' ଜଳପ୍ରପାତ ପ୍ରାୟ ୧୮ କୋଟି ଟଙ୍କାରେ ବିକ୍ରି ହୋଇଛି । ପ୍ରାୟ ୯୨ ଫୁଟ ଉଚ୍ଚରୁ ସିଧାସଳଖ ପାହାଡ଼ ଉପରୁ ପଡୁଥିବା ଏହି ଜଳପ୍ରପାତ ବହୁ ବର୍ଷ ଧରି ଲୋକଙ୍କର ଅତି ପ୍ରିୟ ସ୍ଥାନ ହୋଇ ରହିଆସିଛି । ସୂଚନା ଅନୁସାରେ ଏହି ଜଳପ୍ରପାତଟି ଏକ ବ୍ୟକ୍ତିଗତ ସମ୍ପତ୍ତି ମଧ୍ୟରେ ରହିଛି, ଯାହା ଗତ ୧୦୦ ବର୍ଷରୁ ଅଧିକ ସମୟ ଧରି ଏକ ଏନଜିଓ ପାଖରେ ଥିଲା । ଏହା ବ୍ୟକ୍ତିଗତ ସମ୍ପତ୍ତି ହୋଇଥିଲେ ମଧ୍ୟ ସାଧାରଣ ଲୋକେ ଏଠାକୁ ବୁଲିବାକୁ ଯାଇପାରୁଥିଲେ। ହେଲେ ଚଳିତ ବର୍ଷ ଆରମ୍ଭରେ ଯେତେବେଳେ ଏହି ଏନଜିଓ ଏହାକୁ ଅନଲାଇନରେ ବିକ୍ରି ପାଇଁ ତାଲିକାଭୁକ୍ତ କରିଥିଲା । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ନିରାଶାଭାବ ସୃଷ୍ଟି ହୋଇଥିଲା ଯେ ନୂତନ ମାଲିକ ଏହାକୁ ସାଧାରଣ ଜନତାଙ୍କ ପାଇଁ ବନ୍ଦ କରିଦେଇପାରନ୍ତି । ଏହି ସମସ୍ୟାକୁ ଦୃଷ୍ଟିରେ ରଖି କିଛି ନେତା ଏକାଠି ହୋଇ ପ୍ରାୟ ୧୮ କୋଟି ଟଙ୍କା ବିନିମୟରେ ଏହି ସ୍ଥାନକୁ କିଣିନେଇଛନ୍ତି । ଏବେ ସେମାନେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଏହି ଜଳପ୍ରପାତ ସାଧାରଣ ଲୋକଙ୍କ ପାଇଁ କେବେବି ବନ୍ଦ କରାଯିବ ନାହିଁ । ଏହି ସ୍ଥାନଟି ଆଡଭେଞ୍ଚର୍ ପୂର୍ଣ୍ଣ ଥିବାରୁ ପର୍ଯ୍ୟଟକଙ୍କୁ ଖୁବ ପସନ୍ଦ ଆସିଥାଏ । ତେଣୁ ପ୍ରତି ସମୟରେ ଅନେକ ପର୍ଯ୍ୟଟକଙ୍କର ଏଠାକୁ ସୁଅ ଛୁଟିଥାଏ ।



