ବାର୍ଷିକ ସ୍କୁଲ ଦେୟ ୧୧ ଲକ୍ଷରୁ ଅଧିକ
ସୋସିଆଲ ମିଡିଆରେ ଅନେକ ସମୟରେ ସ୍କୁଲ ପିଲାଙ୍କ ଫିସ୍କୁ ନେଇ ଚର୍ଚ୍ଚା ଦେଖିବାକୁ ମିଳିଥାଏ । ସେହିଭଳି ଏକ ଘଟଣା ବର୍ତ୍ତମାନ ପୁଣି ଚର୍ଚ୍ଚା ସାଉଁଟିଛି । ରେଡିଟ୍ ସାଇଟ୍ରେ ଗୁଗୁଲ୍ରେ କାର୍ଯ୍ୟରତ ଦମ୍ପତିଙ୍କ ପୋଷ୍ଟ ବର୍ତ୍ତମାନ ଖୁବ ଭାଇରାଲ ହେବାଲେ ଲାଗିଛି । ପୋଷ୍ଟ ଅନୁସାରେ ତାଙ୍କର ବର୍ଷକୁ ୧୧.୨ ଲକ୍ଷ ଟଙ୍କା ସ୍କୁଲ ଫିସ୍ରେ ଯାଉଛି, ଯେଉଁଥିରେ ତାଙ୍କର ଗୋଟିଏ ପିଲା ହିଁ ପାଠ ପଢୁଛି । ଏହି ପୋଷ୍ଟଟି ବର୍ତ୍ତମାନ ସୋସିଆଲ ମିଡିଆରେ […]
ସୋସିଆଲ ମିଡିଆରେ ଅନେକ ସମୟରେ ସ୍କୁଲ ପିଲାଙ୍କ ଫିସ୍କୁ ନେଇ ଚର୍ଚ୍ଚା ଦେଖିବାକୁ ମିଳିଥାଏ । ସେହିଭଳି ଏକ ଘଟଣା ବର୍ତ୍ତମାନ ପୁଣି ଚର୍ଚ୍ଚା ସାଉଁଟିଛି । ରେଡିଟ୍ ସାଇଟ୍ରେ ଗୁଗୁଲ୍ରେ କାର୍ଯ୍ୟରତ ଦମ୍ପତିଙ୍କ ପୋଷ୍ଟ ବର୍ତ୍ତମାନ ଖୁବ ଭାଇରାଲ ହେବାଲେ ଲାଗିଛି । ପୋଷ୍ଟ ଅନୁସାରେ ତାଙ୍କର ବର୍ଷକୁ ୧୧.୨ ଲକ୍ଷ ଟଙ୍କା ସ୍କୁଲ ଫିସ୍ରେ ଯାଉଛି, ଯେଉଁଥିରେ ତାଙ୍କର ଗୋଟିଏ ପିଲା ହିଁ ପାଠ ପଢୁଛି । ଏହି ପୋଷ୍ଟଟି ବର୍ତ୍ତମାନ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚାକୁ ଖୋରାକ ଯୋଗାଉଛି । ଆଜିକାଲି ପାଠ ପଢା ଏକ ବ୍ୟବସାୟରେ ପରିଣତ ହୋଇ ସାରିଛି, ଯାହା ବିଭିନ୍ନ ସମସ୍ୟା ସୃଷ୍ଟି କରୁଛି ବୋଲି ମତ ପ୍ରକାଶ ପାଇବାରେ ଲାଗିଛି । ପୋଷ୍ଟରେ ତାଙ୍କ ଭଳି ଅନେକ ଲୋକ କମେଣ୍ଟ ଦେବା ଆରମ୍ଭ କରିଛନ୍ତି ଯେଉଁମାନେ ତାଙ୍କ ରୋଜଗାରର ସିଂହ ଭାଗ ପିଲାଙ୍କ ପାଠ ପଢା ପାଇଁ ଖର୍ଚ୍ଚ କରୁଛନ୍ତି । ସେହିଭଳି ଏହି ପାଠ ପଢା କୌଣସି ଉଚ୍ଚଶିକ୍ଷା ନୁହେଁ ବରଂ ପ୍ରାଥମିକ ଶିକ୍ଷାରେ ଯାଉଛି । ସେହିଭଳି କିଛି ଲୋକ ଏତେମାତ୍ରାର ଅର୍ଥ ଦେଇ ପିଲାଙ୍କୁ ପାଠ ପଢାଇବାକୁ ବାରଣ ମଧ୍ୟ କରିଛନ୍ତି ।




