ବାର୍ଷିକ ପର୍ବ
ଶ୍ରୀଜଗନ୍ନାଥଙ୍କର ମନ୍ଦିରରେ ପ୍ରତିଦିନ ଠାକୁରଙ୍କର କୌଣସି ନା କୌଣସି ପର୍ବ ପାଳନ କରାଯାଇଥାଏ । ଯେଉଁଥିପାଇଁ ପ୍ରତି ସମୟରେ ମନ୍ଦିରରେ ଗହଳି ଚହଳି ଲାଗିଥାଏ । ସମସ୍ତ ସେବାୟତ ଠାକୁରଙ୍କର ଏହି ରୀତିନୀତିରେ ସାମିଲ ହେଉଥିବାର ଦେଖିବାକୁ ମିଳିଥାଏ । ସପ୍ତପୁରୀ ଅମାବାସ୍ୟା ଭାଦ୍ରବ ଅମାବାସ୍ୟା ଦିନ ସକାଳ ଧୂପ ସହ ସାତପୁରୀ ଭୋଗ ମଧ୍ୟ ଘଣ୍ଟ, ଶଙ୍ଖ, କାହାଳି ଆଦି ପଟୁଆର ସହ ରୋଷରୁ ପୋଖରିଆକୁ ଆସେ । ପଣ୍ଡା, ପତି, ମୁଦିରସ୍ତ ତିନିବାଡରେ ବନ୍ଦାପନା […]
ଶ୍ରୀଜଗନ୍ନାଥଙ୍କର ମନ୍ଦିରରେ ପ୍ରତିଦିନ ଠାକୁରଙ୍କର କୌଣସି ନା କୌଣସି ପର୍ବ ପାଳନ କରାଯାଇଥାଏ । ଯେଉଁଥିପାଇଁ ପ୍ରତି ସମୟରେ ମନ୍ଦିରରେ ଗହଳି ଚହଳି ଲାଗିଥାଏ । ସମସ୍ତ ସେବାୟତ ଠାକୁରଙ୍କର ଏହି ରୀତିନୀତିରେ ସାମିଲ ହେଉଥିବାର ଦେଖିବାକୁ ମିଳିଥାଏ ।
ସପ୍ତପୁରୀ ଅମାବାସ୍ୟା
ଭାଦ୍ରବ ଅମାବାସ୍ୟା ଦିନ ସକାଳ ଧୂପ ସହ ସାତପୁରୀ ଭୋଗ ମଧ୍ୟ ଘଣ୍ଟ, ଶଙ୍ଖ, କାହାଳି ଆଦି ପଟୁଆର ସହ ରୋଷରୁ ପୋଖରିଆକୁ ଆସେ । ପଣ୍ଡା, ପତି, ମୁଦିରସ୍ତ ତିନିବାଡରେ ବନ୍ଦାପନା କରନ୍ତି ।

ଦାବାଗ୍ନି ଲୀଳା
ଭାଦ୍ର ଶୁକ୍ଳ ପ୍ରତିପଦା ଦିନ ସନ୍ଧ୍ୟା ଧୂପ ପରେ ମଦନମୋହନ ନାଟପା ମନ୍ଦିର ଖଟ ଉପରେ ବିଜେ କରିବେ ଓ ତାଙ୍କ ଛାମୁରେ ମାଟିମଣ୍ଡପ ସାହି ଲୋକ ଦାବାଗ୍ନିଲୀଳା କରନ୍ତି । ଶୀତଳ ଭୋଗ ପରେ ମଦନ ମୋହନଙ୍କ ବାହୁଡା ହୁଏ ।
ନିକୁଞ୍ଜ ଲୀଳା
ଭାଦ୍ରଶୁକ୍ଳ ଦ୍ବିତୀୟା ଦିନ ସନ୍ଧ୍ୟା ଧୂପ ପରେ ମଦନମୋହନ ନାଟପା ମନ୍ଦିରରେ ବିଜେ ହେଲେ ହରଚଣ୍ଡୀ ସାହି ଲୋକ ନିକୁଞ୍ଜ ଲୀଳା କରନ୍ତି ।
ଅନ୍ଧ ମନ୍ଦିର ହାତୀ ଲୀଳା
ଭାଦ୍ର ଶୁକ୍ଳ ତୃତୀୟା ଦିନ ସନ୍ଧ୍ୟା ଆଳତୀ ବଢିଲା ପରେ ବାସେଳି ସାହି ଲୋକ ଦକ୍ଷିଣ ଘରୁ ରାମକୃଷ୍ଣ ଠାକୁର ଉତ୍ତକ ପାର୍ଶ୍ବେ ଦକ୍ଷିଣ ଘର ଆଗେ କାଠ ସିଂହାସନରେ ବିଜେ କଲେ ବାସେଳି ସାହି ଲୋକ ଅନ୍ଧ ମନ୍ଦିର ହାତୀ ଲୀଳା କରନ୍ତି ।
ଶ୍ରୀଗଣେଷ ପୂଜା
ଭାଦ୍ର ଶୁକ୍ଳ ଚତୁର୍ଥୀରେ ଏହି ପୂଜା କରାଯାଇଥାଏ । ସନ୍ଧ୍ୟା ଧୂପ ସରିବା ପରେ ବଟଗଣେଷଙ୍କ ପାଖରେ ବନ୍ଦାପନା ହୋଇଥାଏ । ଏହାସହ ଶୀତଳ ଭୋଗ ମଧ୍ୟ ହୋଇଥାଏ । ସରସ୍ବତୀ ମନ୍ଦିରରେ ମାଦଳା ପାଞି ପୂଜା ହୋଇଥାଏ । ବାଇଶଟି ନଡିଆ ମଧ୍ୟ ଭଙ୍ଗା ଯାଇଥାଏ ।
ଋଷି ପଞ୍ଚମୀ ବ୍ରତ
ଭାଦ୍ରଶୁକ୍ଳ, ପଞ୍ଚମୀରେ ଏହି ପୂଜା ହୁଏ । ମହାଲକ୍ଷ୍ମୀଙ୍କ ଠାରୁ ଆଜ୍ଞାମାଳ ପାଇ ସକାଳ ଧୂପ ପରେ ମାର୍କଣ୍ଡେଶ୍ବର ପାଖକୁ ବିଜେ କରିବେ ।
ରାଧାଷ୍ଟମୀ
ଏହି ନୀତି ଭାଦ୍ର ଶୁକ୍ଳ ଅଷ୍ଟମୀରେ ହୁଏ । ସକାଳ ଧୂପ ପରେ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ପାଇ ଲକ୍ଷ୍ମୀ ଠାକୁରାଣୀ ଲକ୍ଷ୍ମୀ ଦେଉଳ ଖଟ ଉପରେ ବିଜେ ହେବେ । ଏହାପରେ ଯଥାବିଧି ରାଧାଷ୍ଟମୀ ବ୍ରତ ଅନୁଷ୍ଠିତ ହୁଏ ।
କୃଷ୍ଣ ଲୀଳା
ଏହି ନୀତି ଭାଦ୍ରବ ଶୁକ୍ଳ ଦଶମୀରେ ପାଳନ ହୋଇଥାଏ । ଏହା କୁଣ୍ଢେଇବେଣ୍ଟ ସାହିରେ ଲବଣୀଖିଆ ଠାରେ ଅନୁଷ୍ଠିତ ହୋଇଥାଏ । ଏହି ଦିନ ଠାକୁରଙ୍କର ଲବଣୀଖିଆ ଓ ମଥୁରାହାଟ ଭଳି ନୀତି ହୋଇଥାଏ ।
ପାର୍ଶ୍ବ ପରିବର୍ତ୍ତନ
ଏହି ନୀତି ଭାଦ୍ରବ ଶୁକ୍ଳ ଏକାଦଶୀରେ ହୁଏ । ଦେବଶୟନ କରିଥିବା ସ୍ଥାନରେ ନାନାବିଧ ଉପଚାର ପରେ ପାର୍ଶ୍ବପରିବର୍ତ୍ତନ କରାଯାଇଥାଏ ।
ଅନନ୍ତ ଚତୁର୍ଦ୍ଦଶୀ
ଏହି ନୀତି ଭାଦ୍ର ଶୁକ୍ଳ ଚତୁର୍ଦ୍ଦଶୀ ଦିନ ଅନୁଷ୍ଠିତ ହୁଏ । ମୁକ୍ତି ମଣ୍ଡପ ନିକଟରେ ଥିବା ଅନନ୍ତଙ୍କ ପାଖରେ ଏହି ନୀତି ହୁଏ । ଏହାକୁ ପୂଜା ପଣ୍ଡା ସମାପନା କରିଥାଆନ୍ତି ।
ଇନ୍ଦ୍ର ଚନ୍ଦ୍ର ଗୋବିନ୍ଦ ଉପାସନା
ଏହି ନୀତି ଭାଦ୍ରବପୂର୍ଣ୍ଣମୀ ଦିନ ଅନୁଷ୍ଠିତ ହୋଇଥାଏ । ବଡଛତା ମଠ ପାଖରେ ଭିତରଛୁ ମହାପାତ୍ରେ ଏଠାରେ ଇନ୍ଦ୍ର, ଚନ୍ଦ୍ର ଗୋବିନ୍ଦଙ୍କୁ ବନ୍ଦାପନା କରନ୍ତି ।




