ବହି ପଢିଲେ କମିବ ଦଣ୍ଡ
By: Ipsita
ବ୍ରାଜିଲର ଜେଲରେ ଥିବା କଏଦୀମାନଙ୍କୁ ନିଜ ଦଣ୍ଡ କମ କରିବାକୁ ଏକ ଭିନ୍ନ ସୁଯୋଗ ପ୍ରଦାନ କରାଯାଉଛି । ଏହି ନିୟମ ଅନୁସାରେ ଯଦି ଜଣେ କଏଦୀ ଜେଲରେ ରହିବା ସମୟରେ ବହି ପଢୁଛନ୍ତି ତେବେ ତାଙ୍କର ଦଣ୍ଡ କମିବ । ବର୍ତ୍ତମାନ ଏହାର ଖୁବ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି । ୨୦୧୨ରେ ବ୍ରାଜିଲ ସରକାର ଏକ ନୁଆ ନିୟମ ତିଆରି କରିଛନ୍ତି ଯେଉଁଥିରେ କଏଦୀମାନେ ବର୍ଷକୁ ଅଧିକରୁ ଅଧିକ ୧୨ଟି ବହି ପଢିପାରିବେ । ଗୋଟିଏ ବହି ପଢିବା ପରେ ୪ଦିନର ଦଣ୍ଡ କମିଯାଇଥାଏ । ଅର୍ଥାତ ଗୋଟିଏ ବର୍ଷରେ ସର୍ବମୋଟ ୪୮ ଦିନର ଦଣ୍ଡ କମ ହେବ । ତେବେ କେବଳ ବହି ପଢିବା ନୁହେଁ ସମସ୍ତ କଏଦୀଙ୍କୁ ପଢୁଥିବା ବହି ଉପରେ ନିବନ୍ଧ ମଧ୍ୟ ଲେଖିବାକୁ ହୋଇଥାଏ । ଜେଲ ଅଧିକାରୀ ଏହି ନିବନ୍ଧଙ୍କୁ ଚେକ କରିଥାଆନ୍ତି । ସୋସିଆଲ ମିଡିଆରେ ଏହି ନିୟମର ଖୁବ ପ୍ରଶଂସା ହେଉଥିବା ଦେଖିବାକୁ ମିଳୁଛି । ଜେଲରେ ଶାନ୍ତି ଶୃଙ୍ଖଳା ରଖିବାକୁ ଏହି ନିୟମ ଖୁବ କାମରେ ଆସିବ ବୋଲି ଚର୍ଚ୍ଚା ହେଉଛି ।
Read More ମେସିନ୍ ଓକିଲ
Tags:


