ବର୍ତ୍ତମାନରେ ବଞ୍ଚନ୍ତୁ

ଅନେକ ଲୋକ ଏଭଳି ଅଛନ୍ତି ଯେଉଁମାନେ ସବୁବେଳେ ନିଜ ଅତୀତରେ ରହିଥାଆନ୍ତି, ବର୍ତ୍ତମାନକୁ ଅଣଦେଖା କରିଥାଆନ୍ତି । ସେହିଭଳି କିଛି ଲୋକ ଅଛନ୍ତି ଯେଉଁମାନେ ଭବିଷ୍ୟତ ଚିନ୍ତାରେ ବର୍ତ୍ତମାନକୁ ଅବହେଳା କରନ୍ତି ହେଲେ ଏଭଳି କରିବା ସଠିକ୍‌ ନୁହେଁ । ଅତୀତ ଯାହା ବିତି ସାରିଛି ଏବଂ ଭବିଷ୍ୟତ ଯାହା ଏପର୍ଯ୍ୟନ୍ତ ଆସିନାହିଁ, ହେଲେ ଯଦି ଆମେ ଅତୀତ ଓ ଭବିଷ୍ୟତରେ ବଞ୍ଚିବା ତେବେ ଆମ ମନ ଶାନ୍ତ ରହିବ ନାହିଁ । ଯଦି ଆପଣ ବର୍ତ୍ତମାନରେ […]

ବର୍ତ୍ତମାନରେ ବଞ୍ଚନ୍ତୁ
Samaya Live Picture
Published On

ଅନେକ ଲୋକ ଏଭଳି ଅଛନ୍ତି ଯେଉଁମାନେ ସବୁବେଳେ ନିଜ ଅତୀତରେ ରହିଥାଆନ୍ତି, ବର୍ତ୍ତମାନକୁ ଅଣଦେଖା କରିଥାଆନ୍ତି । ସେହିଭଳି କିଛି ଲୋକ ଅଛନ୍ତି ଯେଉଁମାନେ ଭବିଷ୍ୟତ ଚିନ୍ତାରେ ବର୍ତ୍ତମାନକୁ ଅବହେଳା କରନ୍ତି ହେଲେ ଏଭଳି କରିବା ସଠିକ୍‌ ନୁହେଁ । ଅତୀତ ଯାହା ବିତି ସାରିଛି ଏବଂ ଭବିଷ୍ୟତ ଯାହା ଏପର୍ଯ୍ୟନ୍ତ ଆସିନାହିଁ, ହେଲେ ଯଦି ଆମେ ଅତୀତ ଓ ଭବିଷ୍ୟତରେ ବଞ୍ଚିବା ତେବେ ଆମ ମନ ଶାନ୍ତ ରହିବ ନାହିଁ । ଯଦି ଆପଣ ବର୍ତ୍ତମାନରେ ବଞ୍ଚିବା ଆରମ୍ଭ କରିବେ ତେବେ ଖୁବ ଶାନ୍ତିର ସହିତ ଜୀବନ ବଞ୍ଚିବେ । ଯଦି ଆମେ ବର୍ତ୍ତମାନରୁ ଦୂରରେ ରହିବା ତେବେ ଆମେ ସବୁବେଳେ ଅବଶୋଷ ଓ ଚିନ୍ତାରେ ରହିବା । ଯାହା ବିତି ଯାଇଛି ତାହା ପାଇଁ ଅବଶୋଷ ଓ ଯାହା ହୋଇନାହିଁ ତାହା ପାଇଁ ଚିନ୍ତା କରିକରି ଆମର ସବୁ ସମୟ କଟିବ । ତେଣୁ ଆମକୁ ଜୀବନରେ ଶାନ୍ତିରେ ବଞ୍ଚିବାକୁ ହେଲେ ପ୍ରଥମେ ବର୍ତ୍ତମାନରେ ବଞ୍ଚିବାକୁ ହେବ । ସେହିଭଳି ସବୁବେଳେ ଅନ୍ୟର ଭୁଲ ନଖୋଜି ନିଜକୁ ସଜାଡିବାକୁ ହେବ । ନିଜର କେଉଁ ଗୁଣ ଖରାପ ତାହାକୁ ବୁଝି ଠିକ୍‌ କରିବାକୁ ହେବ । ଏହା କରିବାଦ୍ୱାରା ନିଜର ଆତ୍ମବିଶ୍ୱାସ ବଢିବ । ସବୁସମୟରେ ନିଜର ବିଚାର, ନିଜର ଚିନ୍ତାଧାରାକୁ ବିଚାର କରନ୍ତୁ, ଅନ୍ୟପାଇଁ ନିଜ ବ୍ୟବହାରକୁ ବଦଳାନ୍ତୁ ଅନେକ ସମସ୍ୟାର ସମାଧାନ ଆପେଆପେ ହୋଇଯିବ ।

Tags: