ବନ୍ଦ ହେଉନି ଗୋଟିଏ ଆଖି
ଦୁନିଆରେ ସାଧାରଣତଃ ସମସ୍ତେ ଚା ପିଇଥାଆନ୍ତି । କାରଣ ଚା ପିଇଲେ ସମସ୍ତଙ୍କୁ ଟିକେ ଫ୍ରେସ ଲାଗିଥାଏ । ହେଲେ ଏଭଳି ଜଣେ ମହିଳା ଅଛନ୍ତି, ଯିଏ ଚା ପିଇବା କଥା କେବେ ଭାବନ୍ତି ବି ନାହିଁ । କାରଣ ଚା ପିଇବା ସହିତ ତାଙ୍କର ଏକ ଭୟଙ୍କର ଅନୁଭୂତି ଯୋଡି ହୋଇଛି । ସୂଚନା ଅନୁସାରେ ସ୍କଟଲାଣ୍ଡର ୩୦ ବର୍ଷୀୟ କରୀନା ହ୍ୱାଇଟ ନାମକ ଜଣେ ମହିଳା ଏକ ବିରଳ ରୋଗରେ ପୀଡିତ ହୋଇଛନ୍ତି । […]
ଦୁନିଆରେ ସାଧାରଣତଃ ସମସ୍ତେ ଚା ପିଇଥାଆନ୍ତି । କାରଣ ଚା ପିଇଲେ ସମସ୍ତଙ୍କୁ ଟିକେ ଫ୍ରେସ ଲାଗିଥାଏ । ହେଲେ ଏଭଳି ଜଣେ ମହିଳା ଅଛନ୍ତି, ଯିଏ ଚା ପିଇବା କଥା କେବେ ଭାବନ୍ତି ବି ନାହିଁ । କାରଣ ଚା ପିଇବା ସହିତ ତାଙ୍କର ଏକ ଭୟଙ୍କର ଅନୁଭୂତି ଯୋଡି ହୋଇଛି । ସୂଚନା ଅନୁସାରେ ସ୍କଟଲାଣ୍ଡର ୩୦ ବର୍ଷୀୟ କରୀନା ହ୍ୱାଇଟ ନାମକ ଜଣେ ମହିଳା ଏକ ବିରଳ ରୋଗରେ ପୀଡିତ ହୋଇଛନ୍ତି । ଏହି ବରିଳ ରୋଗର ନାଁ ହେଉଛି ବେଲ୍ସ ପାଲ୍ସି, ଯେଉଁ କାରଣରୁ ତାଙ୍କର ମୁହଁର ଗୋଟିଏ ଭାଗରେ ଦୁର୍ବଳତା ଆସୁଛି । ଯେଉଁ କାରଣରୁ ସେ କିଛି ଅଙ୍ଗ ପରିଚାଳନା କରିବାରେ ଅସମର୍ଥ ହେଉଛନ୍ତି । ତେବେ ଏହି ଘଟଣା ସମ୍ପର୍କରେ ସେ ଚା ପିଇବା ସମୟରେ ହିଁ ଜାଣିଥିଲେ ତେଣୁ ଚା ପିଇବାକୁ ସେ ସେବେଠାରୁ ଆଉ ସାହସ କରିପାରୁ ନାହାନ୍ତି । ବର୍ତ୍ତମାନ ଡାକ୍ତର ତାଙ୍କର ଚିକିତ୍ସା ଜାରି ରଖିଛନ୍ତି ।




