ବଦଳୁଛି ବାଦଲ
ଏକଦା ଆମର ପୃଥିବୀକୁ ଅନେକ ବାଦଲ ଢାଙ୍କି ରଖିଥିଲା, ଯାହା ଫଳରେ ପୃଥିବୀର ତାପମାତ୍ରା ଖୁବ କମ ରହୁଥିଲା । ଏହା ପରିବେଶକୁ ଥଣ୍ଡା ମଧ୍ୟ ରଖୁଥିଲା । ହେଲେ ଦିନକୁ ଦିନ ପୃଥିବୀର ତାପମାତ୍ରା ବଢୁଛି, ଯାହାର କାରଣ ବିଶ୍ୱତାପମାନ ଓ ଗ୍ରୀନହାଉସ୍ ଗ୍ୟାସ । ତେବେ ଏହାର ପ୍ରଭାବ ଆକାଶରେ ଥିବା ବାଦଲଙ୍କ ଉପରେ ମଧ୍ୟ ପଡୁଥିବା ଜଣାପଡିଛି । କିଛି ବର୍ଷଧରି ଏହି ଘଟଣାରେ ଗବେଷଣା କରାଯିବାପରେ ଅନେକ ତଥ୍ୟ ଜଣା ପଡିଛି […]
ଏକଦା ଆମର ପୃଥିବୀକୁ ଅନେକ ବାଦଲ ଢାଙ୍କି ରଖିଥିଲା, ଯାହା ଫଳରେ ପୃଥିବୀର ତାପମାତ୍ରା ଖୁବ କମ ରହୁଥିଲା । ଏହା ପରିବେଶକୁ ଥଣ୍ଡା ମଧ୍ୟ ରଖୁଥିଲା । ହେଲେ ଦିନକୁ ଦିନ ପୃଥିବୀର ତାପମାତ୍ରା ବଢୁଛି, ଯାହାର କାରଣ ବିଶ୍ୱତାପମାନ ଓ ଗ୍ରୀନହାଉସ୍ ଗ୍ୟାସ । ତେବେ ଏହାର ପ୍ରଭାବ ଆକାଶରେ ଥିବା ବାଦଲଙ୍କ ଉପରେ ମଧ୍ୟ ପଡୁଥିବା ଜଣାପଡିଛି । କିଛି ବର୍ଷଧରି ଏହି ଘଟଣାରେ ଗବେଷଣା କରାଯିବାପରେ ଅନେକ ତଥ୍ୟ ଜଣା ପଡିଛି । ସାଧାରଣତଃ ବାଦଲ ସୂର୍ଯ୍ୟକିରଣକୁ ପ୍ରତିଫଳନ କରିଥାଏ, ଯାହା ଆମ ପରିବେଶ ପାଇଁ ଖୁବ ଉପକାରୀ । ହେଲେ ବିଶ୍ୱତାପମାନର ପ୍ରଭାବରେ ଯେଉଁ ବାଦଲ ସୂର୍ଯ୍ୟ କିରଣକୁ ପ୍ରତିଫଳନ କରିଥାଆନ୍ତି ସେମାନଙ୍କ ସଂଖ୍ୟା କମିବାରେ ଲାଗିଛି ଏବଂ ସେହି ସ୍ଥାନରେ ଭଙ୍ଗା ବା ଯେଉଁମାନେ କମ ପ୍ରତିଫଳନ କରନ୍ତି ସେହିଭଳି ବାଦଲ ବଢିବାରେ ଲାଗିଛନ୍ତି । ଯାହାଫଳରେ ସୂର୍ଯ୍ୟ କିରଣ ଅଧିକ ପରିମାଣରେ ପୃଥିବୀରେ ପଡିବାରେ ଲାଗିଛି ତେଣୁ ତାପମାତ୍ରା ଅଧିକ ପରିମାଣରେ ବଢୁଛି । ତେବେ ବାଦଲର ପାର୍ଟନ ବଦଳିବା ପଛରେ ମୁଖ୍ୟତଃ ବିଭିନ୍ନ ପ୍ରଦୂଷଣ ରହିଛି ଯାହା ମନୁଷ୍ୟକୃତ । ତେଣୁ ବର୍ତ୍ତମାନ ଆମକୁ ଏହି ଦିଗରେ ଖୁବ ଗୁରୁତର ପଦକ୍ଷେପ ନେବାର ରହିଛି ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି ।




