ବଢୁଛି ମସ୍ତିଷ୍କ

ବର୍ତ୍ତମାନ ମିଳିଥିବା ସୂଚନା ଅନୁସାରେ ମଣିଷଙ୍କ ମସ୍ତିଷ୍କ ବଢିବାରେ ଲାଗିଛି । ଏହା ଗବେଷଣାରେ ମିଳିଥିବା ତଥ୍ୟା ଅନୁସାରେ ୧୯୩୦ରେ ଜନ୍ମ ନେଇଥିବା ବ୍ୟକ୍ତି ଓ ୧୯୭୦ରେ ଜନ୍ମନେଇଥିବା ବ୍ୟକ୍ତିଙ୍କ ମସ୍ତିଷ୍କର ଆକାର ଭିତରେ ଫରକ ଦେଖିବାକୁ ମିଳୁଛି । ମସ୍ତିଷ୍କର ଭଲ୍ୟୁମ, ସରଫେସ୍‌ ଏରିଆ (ଭୂପୃଷ୍ଟ କ୍ଷେତ୍ର). ଆକାର ଆଦିରେ ପରିବର୍ତ୍ତନ ଦେଖିବାକୁ ମିଳୁଛି । ହେଲ୍‌ଥ ରିସର୍ଚ୍ଚରୟୁସି ଡାଭିସଙ୍କ ଅନୁସାରେ ଏହି ପରିବର୍ତ୍ତନ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିଛି […]

ବଢୁଛି ମସ୍ତିଷ୍କ
Samaya Live Picture
Published On

ବର୍ତ୍ତମାନ ମିଳିଥିବା ସୂଚନା ଅନୁସାରେ ମଣିଷଙ୍କ ମସ୍ତିଷ୍କ ବଢିବାରେ ଲାଗିଛି । ଏହା ଗବେଷଣାରେ ମିଳିଥିବା ତଥ୍ୟା ଅନୁସାରେ ୧୯୩୦ରେ ଜନ୍ମ ନେଇଥିବା ବ୍ୟକ୍ତି ଓ ୧୯୭୦ରେ ଜନ୍ମନେଇଥିବା ବ୍ୟକ୍ତିଙ୍କ ମସ୍ତିଷ୍କର ଆକାର ଭିତରେ ଫରକ ଦେଖିବାକୁ ମିଳୁଛି । ମସ୍ତିଷ୍କର ଭଲ୍ୟୁମ, ସରଫେସ୍‌ ଏରିଆ (ଭୂପୃଷ୍ଟ କ୍ଷେତ୍ର). ଆକାର ଆଦିରେ ପରିବର୍ତ୍ତନ ଦେଖିବାକୁ ମିଳୁଛି । ହେଲ୍‌ଥ ରିସର୍ଚ୍ଚରୟୁସି ଡାଭିସଙ୍କ ଅନୁସାରେ ଏହି ପରିବର୍ତ୍ତନ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିଛି । ତେବେ ପୂର୍ବରୁ ମସ୍ତିଷ୍କ କମୁଥିବାର ତଥ୍ୟ ମିଳିଥିଲା, ହେଲେ ବର୍ତ୍ତମାନର ତଥ୍ୟ ଅନୁସାରେ ମସ୍ତିଷ୍କ ବଢୁଛି । ଏହା ଡିମ୍‌ନେସିଆ ରୋଗୀଙ୍କ ପାଇଁ ବେଶ ଉପକାରୀ ସାବସ୍ତ୍ୟ ହେଉଥିବା ଜଣା ପଡିଛି । ୧୯୭୦ ପରେ କମ ଡିମନେସିଆ ରୋଗୀ ଦେଖିବାକୁ ମିଳୁଥିବା ଜଣା ପଡିଛି । ଏହି ପରୀକ୍ଷଣ କରିବା ସମୟରେ ବୈଜ୍ଞାନିକଙ୍କୁ ଖୁବ ସମସ୍ୟା ମଧ୍ୟ ହୋଇଛି । ସେମାନେ ଯେଉଁମାନେ ୧୯୩୦-୧୯୭୦ ଭିତରେ ଜନ୍ମ ହୋଇଥିବା ଲୋକଙ୍କ ମଧ୍ୟରେ ଏକ ସବ୍‌ଗ୍ରୁପ ବାହାର କରିବାକୁ ପଡିଥିଲା ଯେଉଁମାନଙ୍କର ବ୍ରେନ୍‌ ମ୍ୟାପିଂ ୪୫ ରୁ ୭୪ ବର୍ଷ ଭିତରେ ହୋଇଥିବ । ଏହାପରେ ସେମାନେ ନିଜର ଗବେଷଣା ଆରମ୍ଭ କରିଥିବା ଜଣା ପଡିଛି ।

Tags: