ଫ୍ଲୋଟିଂ ମ୍ୟୁଜିୟମ

ଦୁନିଆରେ ଏଭଳି ଅନେକ ଜିନିଷ ଅଛି, ଯାହା ଆଖିକୁ ମ୍ୟାଜିକ୍‌ ଭଳି ଦେଖାଯାଏ । ସେହିଭଳି ଏକ ମ୍ୟୁଜିୟମ୍‌ ରହିଛି ଚୀନରେ, ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାରେ ଲାଗିଛି । ଏହି ମ୍ୟୁଜିୟମ୍‌କୁ ଦୂରରୁ ଦେଖିଲେ ଏକ ସ୍ପେସ୍‌ସିପ୍‌ ପରି ମନେ ହୋଇଥାଏ । ହେଲେ ଏହାକୁ ସ୍ୱତନ୍ତ୍ରଭାବେ ଭବିଷ୍ୟତରେ ବ୍ୟବହାର ହେବାକୁ ଯାଉଥିବା ନୂତନଧରଣର ଟେକ୍ନୋଲୋଜିର ବିଭିନ୍ନ ଇଭେଣ୍ଟକୁ ହୋଷ୍ଟ କରିବାକୁ ପ୍ରସ୍ତୁତ କରାଯାଇଛି । ଏହାର ଆକାରକୁ ସାଇନ୍ସ -ଫିକସନ୍‌ ମାଗାଜିନ୍‌ରେ ପବ୍ଲିସ୍‌ […]

ଫ୍ଲୋଟିଂ ମ୍ୟୁଜିୟମ
Samaya Live Picture
Published On

ଦୁନିଆରେ ଏଭଳି ଅନେକ ଜିନିଷ ଅଛି, ଯାହା ଆଖିକୁ ମ୍ୟାଜିକ୍‌ ଭଳି ଦେଖାଯାଏ । ସେହିଭଳି ଏକ ମ୍ୟୁଜିୟମ୍‌ ରହିଛି ଚୀନରେ, ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାରେ ଲାଗିଛି । ଏହି ମ୍ୟୁଜିୟମ୍‌କୁ ଦୂରରୁ ଦେଖିଲେ ଏକ ସ୍ପେସ୍‌ସିପ୍‌ ପରି ମନେ ହୋଇଥାଏ । ହେଲେ ଏହାକୁ ସ୍ୱତନ୍ତ୍ରଭାବେ ଭବିଷ୍ୟତରେ ବ୍ୟବହାର ହେବାକୁ ଯାଉଥିବା ନୂତନଧରଣର ଟେକ୍ନୋଲୋଜିର ବିଭିନ୍ନ ଇଭେଣ୍ଟକୁ ହୋଷ୍ଟ କରିବାକୁ ପ୍ରସ୍ତୁତ କରାଯାଇଛି । ଏହାର ଆକାରକୁ ସାଇନ୍ସ -ଫିକସନ୍‌ ମାଗାଜିନ୍‌ରେ ପବ୍ଲିସ୍‌ ହେଉଥିବା ପ୍ରୋଜେକ୍‌ଟ ସହ ତୂଳନା କରାଯାଉଛି । ଏହି ମ୍ୟୁଜିୟମକୁ ୬୦ ହଜାର ସ୍କୋୟାର ମିଟରରେ ପ୍ରସ୍ତୁତ କରାଯାଇଛି, ଯାହା ସିଡନୀ ଅପେରା ହାଉସଠାରୁ ପ୍ରାୟ ୩ଗୁଣ ବଡ । ଏହି ମ୍ୟୁଜିୟମଟିକୁ ଅନନ୍ୟ କଳାକାରୀ ବ୍ୟବହାର କରି ପ୍ରସ୍ତୁତ କରାଯାଇଛି, ଯାହା ସବୁ ଆଙ୍ଗେଲ୍‌ରୁ ଖୁବ ସୁନ୍ଦର ବୋଲି ସୂଚନା ରହିଛି । ଏହି ମ୍ୟୁଜିୟମକୁ ମାତ୍ର ଗୋଟିଏ ବର୍ଷରେ ନିର୍ମାଣ କରାଯାଇଥିଲା । ମ୍ୟୁଜିୟମଟିକୁ ପରିଚିତ ବ୍ରିଟିଶ ଆର୍କିଟେକଚର୍‌ ଡମେ ଜାହା ହଦିଦ୍‌ ନିର୍ମାଣ କରିଛନ୍ତି । ସେ ଏହି ମ୍ୟୁଜିୟମର ଡିଜିଟାଲ ଡିଜାଇନ୍‌ କରିଛନ୍ତି, ଯାହା ଟେକ୍ନୋଲୋଜିରେ ଖୁବ ଆଗରେ ରହିଛି । ଏହାକୁ ବିଭିନ୍ନ ଅତ୍ୟାଧୂନିକ ଜ୍ଞାନକୌଶଳ ବ୍ୟବହାର କରି ପ୍ରସ୍ତୁତ କରାଯାଇଛି । ଏହି ମ୍ୟୁଜିୟମରେ ସୋଲାର ପ୍ୟାନେଲର ମଧ୍ୟ ବ୍ୟବହାର କରାଯାଇଛି, ଯାହା ପାଓ୍ୱାର ସପ୍ଲାଇରେ ବ୍ୟବହାର ହେଉଛି । ମ୍ୟୁଜିୟମ୍‌ଟି ବର୍ତ୍ତମାନ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି ।

Tags: