ଫ୍ରୋଜେନ୍‌ ଡିଏନ୍‌ଏରୁ ଜୀବନ

ବର୍ତ୍ତମାନ ବିଭିନ୍ନ ପ୍ରକ୍ରିୟାରେ ବୈଜ୍ଞାନିକମାନେ କ୍ଲୋନିଂ କରିବାର ପ୍ରୟାସ କରୁଛନ୍ତି । ତେବେ ସେହିଭଳି ଏକ ଘଟଣା ବର୍ତ୍ତମାନ ଚର୍ଚ୍ଚାକୁ ଆସିଛି । ଫ୍ରୋଜେନ୍‌ ଡିଏନ୍‌ଏରୁ ଆଉ ଏକ ନୂଆ ଜୀବନ ସୃଷ୍ଟି ହୋଇ ପାରିଛି । ୧୯୮୦ରେ ଦୁଇଟି ଫେରେଟ୍‌ଙ୍କର ଡିଏନ୍‌ଏକୁ ଫ୍ରୋଜେନ୍‌ ମୋଡରେ ସଂରକ୍ଷିତ କରି ରଖାଯାଇଥିଲା । ସୂଚନା ଅନୁସାରେ ଆମେରିକାର ବୈଜ୍ଞାନିକମାନେ ଗତ ବର୍ଷ ଏହି ଡିଏନ୍‌ଏରୁ ଦୁଇଟି ନୂଆ ଫେରେଟ୍‌ଙ୍କୁ ପୂର୍ନଜନ୍ମ କରାଇଛନ୍ତି । ତେବେ ଏହି ଦୁଇଟି ନୂଆ […]

Samaya Live Picture
Published On

ବର୍ତ୍ତମାନ ବିଭିନ୍ନ ପ୍ରକ୍ରିୟାରେ ବୈଜ୍ଞାନିକମାନେ କ୍ଲୋନିଂ କରିବାର ପ୍ରୟାସ କରୁଛନ୍ତି । ତେବେ ସେହିଭଳି ଏକ ଘଟଣା ବର୍ତ୍ତମାନ ଚର୍ଚ୍ଚାକୁ ଆସିଛି । ଫ୍ରୋଜେନ୍‌ ଡିଏନ୍‌ଏରୁ ଆଉ ଏକ ନୂଆ ଜୀବନ ସୃଷ୍ଟି ହୋଇ ପାରିଛି । ୧୯୮୦ରେ ଦୁଇଟି ଫେରେଟ୍‌ଙ୍କର ଡିଏନ୍‌ଏକୁ ଫ୍ରୋଜେନ୍‌ ମୋଡରେ ସଂରକ୍ଷିତ କରି ରଖାଯାଇଥିଲା । ସୂଚନା ଅନୁସାରେ ଆମେରିକାର ବୈଜ୍ଞାନିକମାନେ ଗତ ବର୍ଷ ଏହି ଡିଏନ୍‌ଏରୁ ଦୁଇଟି ନୂଆ ଫେରେଟ୍‌ଙ୍କୁ ପୂର୍ନଜନ୍ମ କରାଇଛନ୍ତି । ତେବେ ଏହି ଦୁଇଟି ନୂଆ ଛୁଆଙ୍କ ସ୍ୱାସ୍ଥ୍ୟଅବସ୍ଥା ୨ରୁ ୩ ବର୍ଷ ହେବ ଠିକ୍‌ ରହିଥିବାରୁ ସେମାନଙ୍କ ବଂଶ ବର୍ତ୍ତମାନ ବଢାଇବା ପାଇଁ ବୈଜ୍ଞାନିକମାନେ ନିଷ୍ପତ୍ତି ନେଇଛନ୍ତି । ଆଗକୁ ଏହି ଟେକ୍‌ନିକ୍‌ ଜରିଆରେ ଅନ୍ୟ ଜୀବଜନ୍ତୁଙ୍କର ମଧ୍ୟ ବଂଶ ବିସ୍ତାର କରାଯାଇ ପାରିବ ବୋଲି ସେମାନେ ଆଶା ବ୍ୟକ୍ତ କରିଛନ୍ତି । ଯାହା ଫଳରେ ବିଲୁପ୍ତ ହେଉଥିବା ପ୍ରାଣୀମାନଙ୍କୁ ପୁଣି ପୃଥିବୀକୁ ଫେରାଇ ଆଣିହେବ ବୋଲି ସେମାନେ ମତ ଦେଇଛନ୍ତି ।

Tags: