ପେପର୍ ହାଉସ୍
ବିଶ୍ୱରେ କ୍ରିଏଟିଭ୍ ଲୋକଙ୍କର କୌଣସି ଅଭାବ ନାହିଁ । ଗୋଟିଏ ଜିନିଷକୁ ଦେଖି ଆମେ କିଛି ଭିନ୍ନ ଭାବିଥାଉ, ହେଲେ ତାହା ପ୍ରକୃତରେ କିଛି ଅଲଗା ଥାଏ । ଅର୍ଥାତ୍ ଯାହା ଆମକୁ ବେକାର ଲାଗିଥାଏ, ତାହା କୌଣସି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବ୍ୟବହୃତ ହୋଇଥାଏ । ଏହାର ଏକ ନିଚ୍ଛକ ଉଦାହରଣ ଆମେରିକାରେ ଦେଖିବାକୁ ମିଳିଛି । ସାଧାରଣତଃ ପୁରୁଣା ଖବରକାଗଜକୁ ଲୋକେ ବିକ୍ରି କରିଦିଅନ୍ତି କିମ୍ବା କୌଣସି ଛୋଟମୋଟ କାର୍ଯ୍ୟରେ ବ୍ୟବହାର କରନ୍ତି । […]
ବିଶ୍ୱରେ କ୍ରିଏଟିଭ୍ ଲୋକଙ୍କର କୌଣସି ଅଭାବ ନାହିଁ । ଗୋଟିଏ ଜିନିଷକୁ ଦେଖି ଆମେ କିଛି ଭିନ୍ନ ଭାବିଥାଉ, ହେଲେ ତାହା ପ୍ରକୃତରେ କିଛି ଅଲଗା ଥାଏ ।
ଅର୍ଥାତ୍ ଯାହା ଆମକୁ ବେକାର ଲାଗିଥାଏ, ତାହା କୌଣସି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବ୍ୟବହୃତ ହୋଇଥାଏ । ଏହାର ଏକ ନିଚ୍ଛକ ଉଦାହରଣ ଆମେରିକାରେ ଦେଖିବାକୁ ମିଳିଛି । ସାଧାରଣତଃ ପୁରୁଣା ଖବରକାଗଜକୁ ଲୋକେ ବିକ୍ରି କରିଦିଅନ୍ତି କିମ୍ବା କୌଣସି ଛୋଟମୋଟ କାର୍ଯ୍ୟରେ ବ୍ୟବହାର କରନ୍ତି । ହେଲେ ଆମେରିକାର ମାସାଚ୍ୟୁସେଟ୍ସରେ ପୁରୁଣା ଖବରକାଗଜ ସାହାଯ୍ୟରେ ଏକ ସମ୍ପୂର୍ଣ୍ଣ ଘର ନିର୍ମାଣ କରାଯାଇଛି । କେବଳ ଏତିକି ନୁହେଁ, ବରଂ ଘର ସହିତ ଘରର ଆସବାବପତ୍ରକୁ ମଧ୍ୟ ପୁରୁଣା ଖବରକାଗଜକେ ପ୍ରସ୍ତୁତ କରାଯାଇଛି । ଦୀର୍ଘ ୧୦୦ ବର୍ଷ ହେବ ଏହି ଘର ଏଠାରେ ରହିଥିବାବେଳେ ମେକାନିକାଲ୍ ଇଞ୍ଜିନିଅର୍ ଏଲିସ୍ ଷ୍ଟେନ୍ମ୍ୟାନ୍ ୧୯୨୨ରେ ଏହି ଘରଟିକୁ ନିର୍ମାଣ କରିଥିଲେ । ଖବରକାଗଜରେ କୌଣସି ଜିନିଷ କେତେଦିନ ପର୍ଯ୍ୟନ୍ତ ରହିପାରିବ ବୋଲି ସେ ଦେଖିବାକୁ ଚାହୁଁଥିଲେ, ଯାହାଫଳରେ ଏହି ଘରକୁ ନିର୍ମାଣ କରିଥିଲେ । ପେପର୍ ହାଉସ୍ ନାମକ ଏହି ଘରକୁ ମୋଟ ୧ ଲକ୍ଷ ପୁରୁଣା ଖବରକାଗଜକୁ ବାର୍ଣ୍ଣିସ୍ କରାଯାଇ ନିର୍ମାଣ କରାଯାଇଛି । ଘରର ଛାତ, କାନ୍ଧ ଓ ଫ୍ରେମ୍ ମଧ୍ୟ ଖବରକାଗଜରେ ନିର୍ମିତ । ଏହାର କବାଟ ମଧ୍ୟ ଖବରକାଗଜରେ କରାଯାଇଥିବାବେଳେ ଏହାର ମୋଟେଇ ହେଉଛି ଅଧ ଇଞ୍ଚ । ସେହିପରି ବାର୍ଣ୍ଣିସ୍ ଓ ରୋଲ୍ କରାଯାଇ ଘରର ଆସବାବପତ୍ରକୁ ନିର୍ମାଣ କରାଯାଇଛି । ଏଥିରେ ଟେବଲ୍, ଘଣ୍ଟା, ଆଲମାରୀ, ଲ୍ୟାମ୍ପ୍ ଆଦି ସାମିଲ ରହିଛି । ଏହି ପେପର୍ହାଉସ୍କୁ କରିବା ପାଇଁ ୨୦ ବର୍ଷ ସମୟ ଲାଗିଥିଲା । ତେବେ ଏହି ଘରଟିକୁ ସର୍ବସାଧାରଣଙ୍କ ପାଇଁ ଏପ୍ରିଲ୍ରୁ ଅକେଫାବର ପର୍ଯ୍ୟନ୍ତ ଖୋଲା ରଖାଯାଏ ।




