ପେଙ୍ଗୁଇନ ଗଣିବାକୁ ନିଯୁକ୍ତି
ଆଣ୍ଟାର୍କଟିକାରେ ପେଙ୍ଗୁଇନ୍ ଗଣନା ଏବଂ ଏକ ଐତିହାସିକ ଗବେଷଣା କେନ୍ଦ୍ର ପରିଚାଳନା ପାଇଁ ପାଞ୍ଚରୁ ଛଅ ମାସ ନିମନ୍ତେ ଏକ ଆକର୍ଷଣୀୟ ନିଯୁକ୍ତି ସୁଯୋଗ ରହିଛି । ଯାହାକୁ ବ୍ରିଟେନର ଏକ ସଂସ୍ଥା ପ୍ରତିବର୍ଷ ପୋର୍ଟ ଲକ୍ରୋୟରେ କାମ କରିବା ପାଇଁ ଏକ କ୍ଷୁଦ୍ର ଦଳକୁ ନିଯୁକ୍ତ କରିଥାଏ । ଆଣ୍ଟାର୍କଟିକାର ଗୌଡିୟର ଦ୍ୱୀପରେ ଅବସ୍ଥିତ ଏହି ଘାଟିରେ କର୍ମଚାରୀମାନେ ଜେଣ୍ଟୁ ପେଙ୍ଗୁଇନ୍ଙ୍କ ଗଣନା ସହ ସେମାନଙ୍କ ବସା, ଅଣ୍ଡା ଓ ଛୁଆଙ୍କ ଉପରେ ନଜର ରଖିବା, ପର୍ଯ୍ୟଟକମାନଙ୍କୁ ଘାଟିର ଇତିହାସ ଜଣାଇବା, ଗିଫ୍ଟ ଦୋକାନ ଏବଂ ପୋଷ୍ଟ ଅଫିସ୍ ପରିଚାଳନା କରିବା ସହ ଐତିହାସିକ କୋଠାଗୁଡ଼ିକର ରକ୍ଷଣାବେକ୍ଷଣ କାର୍ଯ୍ୟ କରିଥାଆନ୍ତି । ଏଥିପାଇଁ ମାସିକ ଦରମା ପ୍ରାୟ ୧.୮ ଲକ୍ଷରୁ ୨.୭ ଲକ୍ଷ ଟଙ୍କା ମଧ୍ୟରେ ରହିଛି । ୧୯୪୪ ମସିହାରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ରିଟେନ ଦ୍ୱାରା ପ୍ରତିଷ୍ଠିତ ଏହି ସ୍ଥାନରେ ଏକ ସଂଗ୍ରହାଳୟ , ଗିଫ୍ଟ ଦୋକାନ ଓ ପୋଷ୍ଟ ଅଫିସ୍ ରହିଛି, ଯେଉଁଠାରୁ ପ୍ରତି ସିଜିନ୍ରେ ୮୦,୦୦୦ରୁ ଅଧିକ ପୋଷ୍ଟକାର୍ଡ ପଠାଯାଇଥାଏ ।




