ପୁରସ୍କାର
- ପାମ୍ ଡିଓର୍
- ଗ୍ରାଣ୍ଡ ପ୍ରିକ୍ସ
- ଜୁରୀ ପ୍ରାଇଜ୍
- ଶ୍ରେଷ୍ଠ ନିର୍ଦ୍ଦେଶକ
- ଶ୍ରେଷ୍ଠ ଅଭିନେତା-ଶ୍ରେଷ୍ଠ ଅଭିନେତ୍ରୀ
- କ୍ୟାମେରା ଡିଓର୍
- ସର୍ଟ ଫିଲ୍ମ ପାମ୍ ଡିଓର୍
‘ପାମ ଡିଓର’ ନାମାଙ୍କନ :
- ସତ୍ୟଜିତ ରଏ : ଚଳଚ୍ଚିତ୍ର ‘ପାରସ ପଥର’ (୧୯୫୮)
- ସତ୍ୟଜିତ ରଏ : ଚଳଚ୍ଚିତ୍ର ‘ଦେବୀ’ (୧୯୬୨)
- ମୃଣାଲ ସେନ : ଚଳଚ୍ଚିତ୍ର ‘ଖାରଜୀ’ (୧୯୮୩)
- ସତ୍ୟଜିତ ରଏ : ଚଳଚ୍ଚିତ୍ର ‘ଘରେ ବାଇରେ’ (୧୯୮୪)
- ଶାହଜୀ ଏନ. କରୁଣ : ଚଳଚ୍ଚିତ୍ର ‘ସ୍ୱହମ’ (୧୯୯୪)
- ପାୟଲ କପାଡିଆ : ଚଳଚ୍ଚିତ୍ର ‘ଅଲ ଭି ଇମେଜିନ ଏଜ ଲାଇଟ’ (୨୦୨୪)
ପ୍ରଥମ 'ପାମ୍ ଡି'ଓର୍',
କାନ୍ସ ଫିଲ୍ମ ଫେଷ୍ଟିଭାଲକୁ ଯାଇଥିବା ପ୍ରଥମ ଭାରତୀୟ ଚଳଚ୍ଚିତ୍ର ଥିଲା ‘ନୀଚା ନଗର’ । ଚେତନ ଆନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରଟି ଭାରତରେ କେବେ ରିଲିଜ୍ ହୋଇପାରିନଥିଲା । ଏହାର ପ୍ରସାରଣ କେବଳ ଦୂରଦର୍ଶନରେ ହିଁ କରାଯାଇଥିଲା। ଧନୀ ଏବଂ ଗରିବଙ୍କ ଜୀବନଶୈଳୀକୁ ଦର୍ଶାଉଥିବା ଏହି ଚଳଚ୍ଚିତ୍ରକୁ କାନ୍ସ ଫିଲ୍ମ ଫେଷ୍ଟିଭାଲର ସର୍ବଶ୍ରେଷ୍ଠ ପୁରସ୍କାର ‘ପାମ୍ ଡି'ଓର୍’ ମିଳିଥିଲା । ‘ନୀଚା ନଗର’ ହେଉଛି ଏହି ସମ୍ମାନଜନକ ପୁରସ୍କାର ଜିତିଥିବା ଭାରତର ଏକମାତ୍ର ଚଳଚ୍ଚିତ୍ର । ଏହା ବ୍ୟତୀତ ‘ଦୋ ବିଘା ଜମିନ୍’ (୧୯୫୪), ‘ବୁଟ୍ ପଲିଶ୍’, ‘ପାଥେର ପାଞ୍ଚାଲୀ’, ‘ସଲାମ ବମ୍ବେ’ ଏବଂ ‘ଲଞ୍ଚ ବକ୍ସ’ ପରି ପ୍ରାୟ ୨୧ଟି ଭାରତୀୟ ଚଳଚ୍ଚିତ୍ର କାନ୍ସ ଫିଲ୍ମ ଫେଷ୍ଟିଭାଲରେ ବିଭିନ୍ନ ବର୍ଗରେ ପୁରସ୍କାର ପାଇଛନ୍ତି । ବର୍ତ୍ତମାନ ସୁଦ୍ଧା ଭାରତକୁ ମୋଟ ୩୮ଟି ନାମାଙ୍କନ ମିଳିସାରିଛି । ନାମାଙ୍କନ ହାସଲ କରିଥିବା ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ରାଜ କପୁରଙ୍କ ବ୍ଲକବଷ୍ଟର ଫିଲ୍ମ ‘ଆୱାରା’ ମଧ୍ୟ ସାମିଲ ଅଛି ।



