ପିତୃପକ୍ଷ ଓ ପିଣ୍ଡଦାନର ମାହାତ୍ମ୍ୟ

ଶ୍ରଦ୍ଧା ରୁ ଶ୍ରାଦ୍ଧ I ଇହକାଳରେ ଥିବା ପୂର୍ବଜ ତଥା ପିତୃପୁରୁଷମାନଙ୍କର ଶ୍ରାଦ୍ଧ ଓ ପିଣ୍ଡଦାନ କରିବା ଦ୍ୱାରା ସେମାନଙ୍କର ଆତ୍ମାକୁ ଶାନ୍ତି ମିଳିଥାଏ ଏବଂ ପିତୃଋଣରୁ ସନ୍ତାନ ତଥା ପରିବାରକୁ ମୁକ୍ତି ମିଳେ । ଘରେ ଶାନ୍ତି, ସୁଖ, ସୌହାର୍ଦ୍ଧ ବଢ଼େ ବୋଲିକୁହାଯାଏ । ଶ୍ରାଦ୍ଧ ପିତୃପୁରୁଷ ଯଥା ବାପା, ମାଆ, ଶାଶୁ, ଶ୍ୱଶୁର, ବଡବାପା, ଦାଦା ନିଜ ବଂଶଜ ପୂର୍ବପୁରୁଷ ଯାହାର ପରଲୋକ ହୋଇଯାଇଛି ତାଙ୍କ ଉଦ୍ଦେଶ୍ୟରେ ପ୍ରତିବର୍ଷ କରାଯାଇଥାଏ । ପ୍ରତ୍ୟେକ ସନ୍ତାନର […]

Samaya Live Picture
Published On

ଶ୍ରଦ୍ଧା ରୁ ଶ୍ରାଦ୍ଧ I ଇହକାଳରେ ଥିବା ପୂର୍ବଜ ତଥା ପିତୃପୁରୁଷମାନଙ୍କର ଶ୍ରାଦ୍ଧ ଓ ପିଣ୍ଡଦାନ କରିବା ଦ୍ୱାରା ସେମାନଙ୍କର ଆତ୍ମାକୁ ଶାନ୍ତି ମିଳିଥାଏ ଏବଂ ପିତୃଋଣରୁ ସନ୍ତାନ ତଥା ପରିବାରକୁ ମୁକ୍ତି ମିଳେ । ଘରେ ଶାନ୍ତି, ସୁଖ, ସୌହାର୍ଦ୍ଧ ବଢ଼େ ବୋଲିକୁହାଯାଏ । ଶ୍ରାଦ୍ଧ ପିତୃପୁରୁଷ ଯଥା ବାପା, ମାଆ, ଶାଶୁ, ଶ୍ୱଶୁର, ବଡବାପା, ଦାଦା ନିଜ ବଂଶଜ ପୂର୍ବପୁରୁଷ ଯାହାର ପରଲୋକ ହୋଇଯାଇଛି ତାଙ୍କ ଉଦ୍ଦେଶ୍ୟରେ ପ୍ରତିବର୍ଷ କରାଯାଇଥାଏ । ପ୍ରତ୍ୟେକ ସନ୍ତାନର ପ୍ରଧାନ କର୍ତ୍ତବ୍ୟ ହୋଇଥାଏ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବା । ତେଣୁ ଶ୍ରଦ୍ଧାରେ ପିତୃପୁରୁଷଙ୍କୁ ଯେଉଁ ଭୋଜନ, ଅନ୍ନ, ତିଳ ତର୍ପଣ କରାଯାଏ ଭକ୍ତି ପୂର୍ବକ ତାକୁ ଶ୍ରାଦ୍ଧ କୁହାଯାଏ । ଆଶ୍ୱିନ କୃଷ୍ଣପକ୍ଷ ପ୍ରତିପଦା ଠାରୁ ଅମାବାସ୍ୟା ୧୫ ଦିନ ପର୍ଯ୍ୟନ୍ତ ସମୟକୁ ପିତୃପକ୍ଷର ସମୟ କୁହାଯାଏ ।

ସୂର୍ଯ୍ୟ କନ୍ୟାରାଶିରେ ସ୍ଥିତ ସମୟରେ ଯେଉଁ ଅମାବସ୍ୟା ପଡେ ତାହା ମହାଳୟା ଅମାବସ୍ୟା ନାମରେ ନାମିତ । ଏହି ଅମାବାସ୍ୟାରେ ଅନୁଷ୍ଠିତ ଶ୍ରାଦ୍ଧକୁ ମହାଳୟା ବା ମଉଳା ଶ୍ରାଦ୍ଧ କୁହାଯାଏ ଏବଂ ସାମ୍ବତ୍ସରିକ ଶ୍ରାଦ୍ଧ ମଧ୍ୟ କୁହାଯାଏ । ଏହି ସମୟକୁ ପିତୃପକ୍ଷ ଓ ଅପରପକ୍ଷ କୁହାଯାଏ । ନିଜ ପୂର୍ବପୁରୁଷଙ୍କୁ ମନେ ପକାଇବା ସହ ନଦୀରେ ସ୍ନାନ ପୂଜାର୍ଚ୍ଚନା, ପିଣ୍ଡଦାନ, ତର୍ପଣ କରିଥାନ୍ତି । ଶ୍ରାଦ୍ଧ ଦିନ ସକାଳୁ ସ୍ନାନ ସାରି ଘରର ଜ୍ୟେଷ୍ଠ ପୁତ୍ର ଭକ୍ତି ସହକାରେ ଦେବଗଣ ଋଷିଗଣଙ୍କୁ ପୂଜାର୍ଚ୍ଚନା କରି ପିତୃମାତୃଗଣଙ୍କୁ ହାତରେ କୁଶ ପିନ୍ଧି ଦୁଇ ଆଞ୍ଜୁଳାରେ ତିଳ ତଣ୍ଡୁଳ ମିଶ୍ରିତ ଜଳ,ଫୁଲ, ତର୍ପଣ ଓ ପିଣ୍ଡଦାନ କରିଥାନ୍ତି । ଜଳାଶୟ , ସମୁଦ୍ର, କୂଅ, ନଦୀ ଥିବା ସ୍ଥାନରେ ବ୍ରାହ୍ମଣ ବା କୁଳ ପୁରୋହିତମାନଙ୍କ ଦ୍ୱାରା ପିଣ୍ଡଦାନ କରାଯାଏ । ସାନମାନେ ତିଳତର୍ପଣ କରିପାରିବେ କିନ୍ତୁ ପିଣ୍ଡଦାନ ପରିବାରର ଜ୍ୟେଷ୍ଠ ପୁତ୍ର କରିବେ । ସେଥିପାଇଁ ପିଣ୍ଡଦାନର ସର୍ବଶ୍ରେଷ୍ଠ ସ୍ଥାନ ହେଉଛି ଗୟା । କୁହାଯାଏ ଯେ ସେହି ସ୍ଥାନରେ ପିଣ୍ଡଦାନ କଲେ ବିଷ୍ଣୁଲୋକକୁ ଯାଆନ୍ତି । ସେହିପରି ଓଡିଶାର ପବିତ୍ର ସ୍ଥାନ ରୂପେ ପରିଗଣିତ ଯାଜପୁରର ନାଭିଗୟା, ଭୁବନେଶ୍ୱରର ବିନ୍ଦୁସାଗର ଏବଂ ପୁରୀର ବାଇଶିିପାହାଚ ଆଦି ସ୍ଥାନରେ ମଧ୍ୟ ପିତୃଶ୍ରାଦ୍ଧ ଦିଆଯାଏ । ଘରେ ମଧ୍ୟ ବ୍ରାହ୍ମଣଙ୍କ ଦ୍ୱାରା ପିଣ୍ଡଦାନ କରିପାରିବେ । ପିଣ୍ଡଦାନ କରୁଥିବା ବ୍ୟକ୍ତି ଏହି ପନ୍ଦର ଦିନ ନଖ, ଚୁଟି, ଦାଢ଼ି ଆଦି କାଟନ୍ତି ନାହିଁ । ଏହାସହ ଆମିଷ, ପିଆଜ, ରସୁଣ ଆହାର, ମୈଥୁନ ଠାରୁ ଦୂରେଇ ରୁହନ୍ତି ଓ ବାସୀଖାଦ୍ୟ କିମ୍ବା ପରପାଗରେ ମଧ୍ୟ ଖାଆନ୍ତି ନାହିଁ । ନିଷ୍ଠାର ସହ ପିଣ୍ଡଦାନ କରିବା ତଥା ବ୍ରାହ୍ମଣକୁ ଭୋଜନ ଦେବା ଦ୍ୱାରା ପିତୃଲୋକ ସନ୍ତୁଷ୍ଟ ହୁଅନ୍ତି ବୋଲି ପ୍ରବାଦ ରହିଛି । ପିତୃଲୋକ ସନ୍ତୁଷ୍ଟ ହେଲେ ପିତୃଅଭିଶାପରୁ ଏବଂ ପିତୃମାତୃଋଣରୁ ସନ୍ତାନକୁ ମୁକ୍ତି ମିଳିଥାଏ । ପରିବାରରେ ସୁଖ ଶାନ୍ତି ବିରାଜେ । ସେମାନଙ୍କର ଶୁଭଦୃଷ୍ଟି ପରିବାର ଉପରେ ପଡିଥାଏ ।

ଏ ମହାନ କର୍ମ ହେଉଛି ପ୍ରତ୍ୟେକ ସନ୍ତାନର ପ୍ରଧାନ କର୍ତ୍ତବ୍ୟ । ପିତୃପୁରୁଷଙ୍କ ତୃପ୍ତି ନିମନ୍ତେ ଶ୍ରାଦ୍ଧ ତର୍ପଣ କରାଯାଉଥିବାରୁ ପରିବାରର ମୃତବ୍ୟକ୍ତିମାନେ ପ୍ରେତତ୍ୱ ଜୀବନ ମୁକ୍ତ ହୋଇ ପିତୃଲୋକରେ ବାସ କରିଥାନ୍ତି । ସେମାନେ ଉତ୍ତରପୁରୁଷ ଠାରୁ ତିଳୋଦକାଦି ପାଇବା ପାଇଁ ଏହି ସମୟକୁ ଅପେକ୍ଷା କରିଥାନ୍ତି । ଯମ ମଧ୍ୟ ଏହି ସମୟରେ ପିତୃଲୋକଙ୍କୁ ମୁକ୍ତ କରିଥାନ୍ତି ପିଣ୍ଡ ପାଇବା ପାଇଁ । ସୁତରାଂ ସେମାନେ ପିତୃଲୋକରୁ ମର୍ତ୍ତ୍ୟଲୋକକୁ ନିଜ ସନ୍ତାନମାନଙ୍କ ଠାରୁ ପିଣ୍ଡପାଣି ଗ୍ରହଣ କରିବା ପାଇଁ ଆସନ୍ତି । ପୁଣି ଦୀପାବଳି ପୟାଶ୍ରାଦ୍ଧ ପରେ ଅନ୍ଧାରରୁ ଆସି ଆଲୋକିତ ପଥରେ ବାହୁଡି ଯାଆନ୍ତି । ପିତୃଲୋକରେ ଗୋଟାଏ ଦିନର ଶ୍ରାଦ୍ଧ ମର୍ତ୍ତ୍ୟରେ ଗୋଟାଏ ବର୍ଷ ସହିତ ସମାନ ।

ତେଣୁ ସନ୍ତାନ ହିସାବରେ ପ୍ରତ୍ୟେକ ବର୍ଷ ଶ୍ରାଦ୍ଧ କର୍ମ କରିବା ବିଧେୟ । କୋଉ ଆବାହମାନ କାଳରୁ ଏହି ପରମ୍ପରା ଚଳିଆସୁଅଛି । ମହାଭାରତର ଅନୁଶାସନ ପର୍ବରେ ଯୁଧିଷ୍ଠିରଙ୍କୁ ଶ୍ରାଦ୍ଧର ମହତ୍ତ୍ୱ ପ୍ରକ୍ରିୟା ଜ୍ଞାନ ପ୍ରଦାନ କରାଯାଇଥିଲା । ସର୍ବପ୍ରଥମେ ମହାତପସ୍ୱୀ ଅତ୍ରି ଋଷିମାନଙ୍କୁ ଶ୍ରାଦ୍ଧ ଜ୍ଞାନ ପ୍ରଦାନ କରିଥିଲେ ଏବଂ ଏହାପରେ ଅନ୍ୟ ଋଷିମାନେ ଶ୍ରାଦ୍ଧଦାନ ପାଳନ କଲେ ଏବଂ ସାଧାରଣ ଜନଜୀବନରେ ଶ୍ରାଦ୍ଧ କରିବାର ପଦ୍ଧତି ଆଦୃତ ହେଲା ବୋଲି କଥିତ ଅଛି । ସେହିପରି ପ୍ରବାଦପୁରୁଷ ଶ୍ରୀରାମଚନ୍ଦ୍ର ବନବାସ ସମୟରେ ପିତା ଦଶରଥଙ୍କ ଶ୍ରାଦ୍ଧ ପାଳିବାକୁ ଗୟାକୁ ଯାଇଥିଲେ । ପାଖରେ କିଛି ସାମଗ୍ରୀ ନ ଥିବାରୁ ସୀତା ଅକ୍ଷୟବଟ, ଫଲଗୁ ନଦୀ, ପିଣ୍ଡ ବ୍ରହ୍ମାଣ୍ଡ, ଗାଈକୁ ସାକ୍ଷୀ ରଖି ଦଶରଥଙ୍କୁ ବାଲିପିଣ୍ଡ ଦେଇଥିଲେ ଏକଥା ମଧ୍ୟ ପ୍ରବାଦ ରହିଛି

Tags: