ପାଳନ ହେଉନି ଦୀପାବଳି

ନିକଟରେ ଦେଶରେ ଖୁବ ଧୁମଧାମରେ ଦୀପାବଳି ପାଳନ ହୋଇଛି । ସମସ୍ତେ ଏହି ପର୍ବକୁ ଖୁବ ଆନନ୍ଦ ଉଲ୍ଲାସରେ ପାଳନ କରିଥାଆନ୍ତି । ହେଲେ ହିମାଚଳ ପ୍ରଦେଶର ଏକ ଗାଁରେ ଦୀପାବଳି ପାଳନ ସମୟରେ ଏଠିକାର ବାସିନ୍ଦା ଦୁଃଖରେ ବୁଡିଥିଲେ । ମାନତ୍ୟା ଅନୁଯାୟୀ ଏଠାରେ ଯଦି କିଏ ଦୀପାବଳି ପାଳନ ପାଇଁ ଚେଷ୍ଟା କରେ ତାହେଲେ ଗ୍ରାମରେ କୌଣସି ବିପଦ କିମ୍ବା କାହାର ଅକାଳ ମୃତ୍ୟୁ ହୋଇଥାଏ । ତେଣୁ ଏହି ବିଶ୍ୱାସ କାରଣରୁ ଏଠାରେ […]

ପାଳନ ହେଉନି ଦୀପାବଳି
Samaya Live Picture
Published On

ନିକଟରେ ଦେଶରେ ଖୁବ ଧୁମଧାମରେ ଦୀପାବଳି ପାଳନ ହୋଇଛି । ସମସ୍ତେ ଏହି ପର୍ବକୁ ଖୁବ ଆନନ୍ଦ ଉଲ୍ଲାସରେ ପାଳନ କରିଥାଆନ୍ତି । ହେଲେ ହିମାଚଳ ପ୍ରଦେଶର ଏକ ଗାଁରେ ଦୀପାବଳି ପାଳନ ସମୟରେ ଏଠିକାର ବାସିନ୍ଦା ଦୁଃଖରେ ବୁଡିଥିଲେ । ମାନତ୍ୟା ଅନୁଯାୟୀ ଏଠାରେ ଯଦି କିଏ ଦୀପାବଳି ପାଳନ ପାଇଁ ଚେଷ୍ଟା କରେ ତାହେଲେ ଗ୍ରାମରେ କୌଣସି ବିପଦ କିମ୍ବା କାହାର ଅକାଳ ମୃତ୍ୟୁ ହୋଇଥାଏ । ତେଣୁ ଏହି ବିଶ୍ୱାସ କାରଣରୁ ଏଠାରେ ଦୀପାବଳି ପାଳନ ହୋଇ ନଥାଏ । ଏଠାରେ ଥିବା ବରିଷ୍ଠ ଗ୍ରାମବାସୀଙ୍କ ସୂଚନା ଅନୁସାରେ ଏହା ଏକ ଅଭିଶପ୍ତ ଗାଁ । ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଦୀପାବଳି ଦିନ ଗାଁର ଜଣେ ଗର୍ଭବତୀ ମହିଳା ନିଜ ବାପ ଘରକୁ ଯିବା ପାଇଁ ବାହାରିଥିଲେ । ହେଲେ ସେହି ସମୟରେ ତାଙ୍କୁ ଖବର ମିଳିଲା କି ତାଙ୍କ ସ୍ୱାମୀ ସହିଦ ହୋଇ ଯାଇଛନ୍ତି । ଏହା ସେ ସହି ପାରିଲେ ନାହିଁ ଏବଂ ତାଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଥିଲା । ହେଲେ ସେ ମରିବା ସମୟରେ ଗାଁକୁ ଅଭିଶାପ ଦେଇଥିଲେ କି ଏଠାରେ କେହି ଯେପରି ଦୀପାବଳି ପାଳନ ନକରିବେ । ଏହା ପରଠାରୁ ଏହି ଗ୍ରାମରେ କେବେ ବି ଦୀପାବଳି ପାଳନ ହୋଇ ନଥାଏ ।

Tags: