ପଲଙ୍କ ମୁଣ୍ଡାଇ ଦୌଡ
ଶ୍ରୀଲଙ୍କାରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଛି, ଯେଉଁଠାରେ ପୁରୁଷମାନେ ପ୍ରାୟ ୩୫ କିଲୋଗ୍ରାମ ଓଜନର କାଠ ପଲଙ୍କକୁ ନିଜ କାନ୍ଧରେ ବୋହି ରାସ୍ତାରେ ୮ କିଲୋମିଟର ପର୍ଯ୍ୟନ୍ତ ଦୌଡ଼ିଛନ୍ତି । ପ୍ରକୃତରେ ଶ୍ରୀଲଙ୍କାରେ ଏପ୍ରିଲ ମାସରେ ସିଂହଳ ଏବଂ ତାମିଲ ନବବର୍ଷ ଉତ୍ସବ ପାଳନ କରାଯାଏ । ଏହି ଅବସରରେ ଏକ ପାରମ୍ପରିକ ‘ବେଡ୍ ରେସ୍’ ଆୟୋଜନ କରାଯାଏ । ଏହି ଦୌଡ଼ରେ ପ୍ରତିଯୋଗୀମାନଙ୍କୁ ଭାରୀ ଖଟ ଧରି ଦୂର ବାଟ ଅତିକ୍ରମ କରିବାକୁ ପଡିଥାଏ । ଏହାକୁ କେବଳ ଶାରୀରିକ ଶକ୍ତି ନୁହେଁ ବରଂ ସନ୍ତୁଳନ ଏବଂ ଟିମୱର୍କର ଏକ ବଡ଼ ପରୀକ୍ଷା ବୋଲି ବିଚାର କରାଯାଏ । ସେଠାକାର ଗାଁ ଏବଂ ବିଭିନ୍ନ ସମୁଦାୟରେ ଏହି ପରମ୍ପରାକୁ ବେଶ୍ ସମ୍ମାନର ସହ ଦେଖାଯାଏ । ବହୁ ସଂଖ୍ୟାରେ ଦର୍ଶକ ମଧ୍ୟ ଏହି ନିଆରା ପ୍ରତିଯୋଗିତାର ଆନନ୍ଦ ନେଇଥାନ୍ତି ।
Tags:



