ପର୍ସ ପାଇଁ ବାସ୍ତୁ
ଧନୀ ହେବା ପ୍ରତ୍ୟେକ ବ୍ୟକ୍ତିଙ୍କର ସ୍ୱପ୍ନ ଥାଏ, ଯାହାକୁ ପୂରଣ କରିବା ଲାଗି ଖୁବ୍ ପରିଶ୍ରମ କରିବାକୁ ପଡ଼ିଥାଏ । ହେଲେ ଅନେକ ଥର କଠିନ ପରିଶ୍ରମ କରିବା ସତ୍ତେ୍ୱ ଫଳ ଶୂନ୍ୟ ହୋଇଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ଟଙ୍କାକୁ ସଠିକ୍ ଢଙ୍ଗରେ ନରଖିଲେ ଧନ ଆମଠୁ ଦୂରେଇ ଯାଏ ବୋଲି କୁହାଯାଇଛି । ପ୍ରତ୍ୟେକ ବ୍ୟକ୍ତି ଟଙ୍କାକୁ ପର୍ସରେ ସାଇତି କରି ରଖିଥାଆନ୍ତି । ତେଣୁ ଏ ସମ୍ବନ୍ଧିତ କିଛି ବାସ୍ତୁ ନିୟମ ରହିଛି, ଯାହା […]
ଧନୀ ହେବା ପ୍ରତ୍ୟେକ ବ୍ୟକ୍ତିଙ୍କର ସ୍ୱପ୍ନ ଥାଏ, ଯାହାକୁ ପୂରଣ କରିବା ଲାଗି ଖୁବ୍ ପରିଶ୍ରମ କରିବାକୁ ପଡ଼ିଥାଏ । ହେଲେ ଅନେକ ଥର କଠିନ ପରିଶ୍ରମ କରିବା ସତ୍ତେ୍ୱ ଫଳ ଶୂନ୍ୟ ହୋଇଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ଟଙ୍କାକୁ ସଠିକ୍ ଢଙ୍ଗରେ ନରଖିଲେ ଧନ ଆମଠୁ ଦୂରେଇ ଯାଏ ବୋଲି କୁହାଯାଇଛି । ପ୍ରତ୍ୟେକ ବ୍ୟକ୍ତି ଟଙ୍କାକୁ ପର୍ସରେ ସାଇତି କରି ରଖିଥାଆନ୍ତି । ତେଣୁ ଏ ସମ୍ବନ୍ଧିତ କିଛି ବାସ୍ତୁ ନିୟମ ରହିଛି, ଯାହା ଆପଣଙ୍କୁ ଧନୀ ହେବାରେ ସାହାଯ୍ୟ କରିବ ।
– ବାସ୍ତୁଶାସ୍ତ୍ରରେ ପର୍ସରେ କିଛି ପୁରୁଣା ସାମଗ୍ରୀ ରଖିବା ଦ୍ୱାରା ଟଙ୍କା ଆଗମନ ଥମିଯାଏ । ଏହାସହିତ ଖର୍ଚ୍ଚ ମଧ୍ୟ ବଢ଼ିଯାଏ । ଏଥିମଧ୍ୟରୁ ଗୋଟିଏ ହେଲା ପୁରୁଣା ରସିଦ ଓ ବିଲ୍ । କୁହାଯାଏ ଯେ ଏହାକୁ ପକେଟ୍ରେ ରଖିଲେ ଧନ ଆମଠୁ ଦୂରେଇ ଯାଏ । ପୁରୁଣା ସାମଗ୍ରୀ ଉପରେ ରାହୁର ପ୍ରଭାବ ଥାଏ, ଯାହାଫଳରେ ଏହାକୁ ରଖିବା କାରଣରୁ ଧନହାନୀ ହେବାର ସମ୍ଭାବନା ବଢ଼ିଯାଏ ।
– ପର୍ସ କିମ୍ବା ପକେଟରେ ବ୍ଲେଡ୍ ଓ ଛୁରୀ ରଖିବା ଉଚିତ୍ ନୁହେଁ । ଏଭଳି କରିବା ଦ୍ୱାରା ଧନ ଆସିବାର ସମ୍ଭାବନା କ୍ଷୀଣ ହେବା ସହିତ ଖର୍ଚ୍ଚ ବଢ଼ିଯାଏ ।
– କେବେବି ଚିରାଫଟା ପର୍ସ ବ୍ୟବହାର କରନ୍ତୁ ନାହିଁ । ଚିରା ପର୍ସ ଆର୍ଥିକ ସଙ୍କଟକୁ ଦର୍ଶାଇଥାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି । ଚିରା ପର୍ସ ଥିଲେ ତୁରନ୍ତ ଏହାକୁ ଫୋପାଡ଼ି ନୂଆ ପର୍ସ ବ୍ୟବହାର କରନ୍ତୁ ।
– ପର୍ସରେ ରଖିଥିବା ଟଙ୍କା ସର୍ବଦା ବ୍ୟବସ୍ଥିତ ଢଙ୍ଗରେ ରହିବା ଆବଶ୍ୟକ । ନଚେତ୍ କରଜରେ ବୃଦ୍ଧି ହୋଇଥାଏ ବୋଲି ବାସ୍ତୁରେ ବିଶ୍ୱାସ ରହିଛି ।
– ପର୍ସରେ ଥିବା ଟଙ୍କା କେବେବି ଶବ୍ଦ ନକରିବା ଉଚିତ । ଏହାବ୍ୟତୀତ ପର୍ସରେ ସବୁବେଳେ ଲକ୍ଷ୍ମୀଙ୍କର ଫଟୋ ରହିବା ଉଚିତ । ଏହାକୁ ଖୁବ୍ ଶୁଭ ବୋଲି ମନେ କରାଯାଏ । ଏଭଳି କରିବା ଦ୍ୱାରା ଧନବାନ ହେବାର ସ୍ୱପ୍ନ ସାକାର ହୁଏ ବୋଲି ଉଲ୍ଲେଖ ରହିଛି ।




