ପର୍ସନାଲ ସ୍ପେସ୍
ଆଜିକାଲିର ଜେନ୍ ଜେଡ୍ଙ୍କୁ ସବୁବେଳେ ପର୍ସନାଲ ସ୍ପେସ୍ ବିଷୟରେ କଥା ହେଉଥିବାର ଦେଖିବାକୁ ମିଳୁଛି । ସେମାନଙ୍କ ଏହି ଟର୍ମର ଗୁରୁତ୍ୱ ଢେର ଅଧିକ । ତେବେ ଏହି ପର୍ସନାଲ ସ୍ପେସ ଅର୍ଥ ନିଜ ପାଇଁ ସମୟ । ପର୍ସନାଲ ସ୍ପେସ କାରଣରୁ ସେମାନଙ୍କୁ ଇମୋସନାଲି ଓ ମେଣ୍ଟାଲି ଶାନ୍ତି ମିଳିଥାଏ ବୋଲି ବିଭିନ୍ନ ସମୟରେ ମତ ପ୍ରକାଶ ପାଇଥାଏ । ଗୋଟିଏ ସ୍ଥାନରେ ଜଣେ ବ୍ୟକ୍ତିଙ୍କର ଫିଜିକାଲି ପ୍ରେଜେନ୍ସ ଯେତିକି ଆବଶ୍ୟକ, ମେଣ୍ଟାଲି ପ୍ରେଜେନ୍ସର ମଧ୍ୟ […]
ଆଜିକାଲିର ଜେନ୍ ଜେଡ୍ଙ୍କୁ ସବୁବେଳେ ପର୍ସନାଲ ସ୍ପେସ୍ ବିଷୟରେ କଥା ହେଉଥିବାର ଦେଖିବାକୁ ମିଳୁଛି । ସେମାନଙ୍କ ଏହି ଟର୍ମର ଗୁରୁତ୍ୱ ଢେର ଅଧିକ । ତେବେ ଏହି ପର୍ସନାଲ ସ୍ପେସ ଅର୍ଥ ନିଜ ପାଇଁ ସମୟ । ପର୍ସନାଲ ସ୍ପେସ କାରଣରୁ ସେମାନଙ୍କୁ ଇମୋସନାଲି ଓ ମେଣ୍ଟାଲି ଶାନ୍ତି ମିଳିଥାଏ ବୋଲି ବିଭିନ୍ନ ସମୟରେ ମତ ପ୍ରକାଶ ପାଇଥାଏ । ଗୋଟିଏ ସ୍ଥାନରେ ଜଣେ ବ୍ୟକ୍ତିଙ୍କର ଫିଜିକାଲି ପ୍ରେଜେନ୍ସ ଯେତିକି ଆବଶ୍ୟକ, ମେଣ୍ଟାଲି ପ୍ରେଜେନ୍ସର ମଧ୍ୟ ସେତିକି ଆବଶ୍ୟକତା ରହିଛି । ତେଣୁ ଓଭରାଲ ମେଣ୍ଟାଲ ହେଲ୍ଥ ପାଇଁ ମେଣ୍ଟାଲ ସ୍ପେସ୍ର ଆବଶ୍ୟକତା ରହିଛି । ପର୍ସନାଲ ସ୍ପେସ୍ ସବୁବେଳେ ମେଣ୍ଟାଲ ହେଲ୍ଥକୁ ରେଗୁଲେଟ୍ କରିବାରେ ସହାୟତା କରିଥାଏ । ଯେତେବେଳେ ଆମେ କୌଣସି କଥାକୁ ନେଇ ଦ୍ୱନ୍ଦରେ ରହିଥାଉ, ସେହି ସମୟରେ ପର୍ସନାଲ ସ୍ପେସ୍ ବା ଏକା ରହିବା ଦ୍ୱାରା ଏହା ଉପରେ ଆମେ ଅଧିକ ଶାନ୍ତିରେ ଭାବିପାରୁ, ଯାହା ଦ୍ୱାରା ଆମର ଦ୍ୱନ୍ଦ ଦୂର ହୋଇଥାଏ । ପର୍ସନାଲ ସ୍ପେସ କାରଣରୁ ଜଣେ ବ୍ୟକ୍ତି ନିଜ ସୋଲ୍ ସହିତ ସହଜରେ କନେକଫ ହୋଇପାରେ, ଯାହା ତାର ଆତ୍ମବିଶ୍ୱାସ ବଢାଇଥାଏ । ସେହିଭଳି ତାର ଟାଲେଣ୍ଟ୍କୁ ବଢିବାରେ ମଧ୍ୟ ପର୍ସନାଲ ସ୍ପେସ୍ ସାହାଯ୍ୟ କରିଥାଏ । କ୍ରିଏଟିଭିଟି ବଢିବାରେ ମଧ୍ୟ ପର୍ସନାଲ ସ୍ପେସ ସାହାଯ୍ୟ କରିଥାଏ । ତେଣୁ ପର୍ସନାଲ ସ୍ପେସର ଅନେକ ଫାଇଦା ଥିବାରୁ ଏହ ରଖିବା ଉପକାରୀ ହୋଇଥାଏ ।




