ପର୍ଯ୍ୟଟକ ଚୋରି କରୁଛନ୍ତି ପଥର
By: Ipsita
ବେଲଜିୟମର ସୁନ୍ଦର ସହର ବ୍ରୁଗସର ବାସିନ୍ଦା ବର୍ତ୍ତମାନ ଖୁବ ସମସ୍ୟାରେ ଅଛନ୍ତି । ଏହା ପଛରେ କାରଣ ରହିଛି ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ବର୍ତ୍ତମାନ ଏଠାରୁ ପଥର ଚୋରି କରିବାରେ ଲାଗିଛନ୍ତି । ସୂଚନା ଅନୁସାରେ ନିକଟରେ ସହରର ଜଣେ ସ୍ଥାନୀୟନେତା ଏନେଇ ସୂଚନା ଦେଇଛନ୍ତି । ପ୍ରତିମାସରେ ଏଠିକାର ରାସ୍ତାରୁ ୫୦ ରୁ ୭୦ଟି ପଥର ଗାୟବ ହୋଇଯାଉଛି । ସେହିଭଳି ବୁଲିବା ସିଜିନ୍ରେ ଏହା ବଢି ୧୦୦ ପାରି କରୁଛି । ଯାହାଫଳରେ ସେଠିକାର ସରକାରଙ୍କୁ ଅନେକ ସମସ୍ୟା ହେଉଛି । ସରକାରଙ୍କୁ ରାସ୍ତା ମରିମତି ପାଇଁ ଖୁବ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ଏହି ସହର ନିଜର ଖୁବ ପୁରୁଣା ବିଲïିଂ ଓ ପଥର ପାଇଁ ପରିଚିତ । ତେଣୁ ଏଠାକୁ ଆସୁଥିବା ଲୋକମାନେ ଏହି ପଥରକୁ ଚୋରାଇ ନେଇଯାଉଛନ୍ତି ।
Read More ଫୁଲରୁ ମିଳେ ଖୁସି
Tags:


