ପରିତିତ ପ୍ରିଣ୍ଟ
ଭାରତର ଶାଢିର ପ୍ରିଣ୍ଟ ସାରା ବିଶ୍ୱରେ ଚର୍ଚ୍ଚିତ ହୋଇଥାଏ । ଏଥିରେ ବିଭିନ୍ନ ପ୍ରକାରର ପ୍ରିଣ୍ଟ ସାମିଲ ରହିଛି, ଯାହା ଭାରତୀୟ କାରିଗରଙ୍କର କାର୍ଯ୍ୟକୁ ସାରା ବିଶ୍ୱରେ ପହଞ୍ଚାଇଥାଏ । ଏଥିରୁ କିଛି ପ୍ରିଣ୍ଟ ୟୁନେସ୍କୋର ତାଲିକାରେ ମଧ୍ୟ ସାମିଲ ରହିଛି । ସେହିଭଳି କିଛି ଶାଢି ପ୍ରିଣ୍ଟ ସମ୍ପର୍କରେ ଅଳ୍ପରେ । ବନାରସୀ ଶାଢି ଉତ୍ତରପ୍ରଦେଶ ବାଣରାସୀର ବନାରସି ଶାଢି ଖୁବ ପରିଚିତ । ଏହି ଶାଢିକୁ ସୁନା ଓ ରୁପାର ସୁତାରେ ପ୍ରସ୍ତୁତ କରାଯାଇଥାଏ […]
ଭାରତର ଶାଢିର ପ୍ରିଣ୍ଟ ସାରା ବିଶ୍ୱରେ ଚର୍ଚ୍ଚିତ ହୋଇଥାଏ । ଏଥିରେ ବିଭିନ୍ନ ପ୍ରକାରର ପ୍ରିଣ୍ଟ ସାମିଲ ରହିଛି, ଯାହା ଭାରତୀୟ କାରିଗରଙ୍କର କାର୍ଯ୍ୟକୁ ସାରା ବିଶ୍ୱରେ ପହଞ୍ଚାଇଥାଏ । ଏଥିରୁ କିଛି ପ୍ରିଣ୍ଟ ୟୁନେସ୍କୋର ତାଲିକାରେ ମଧ୍ୟ ସାମିଲ ରହିଛି । ସେହିଭଳି କିଛି ଶାଢି ପ୍ରିଣ୍ଟ ସମ୍ପର୍କରେ ଅଳ୍ପରେ ।
ବନାରସୀ ଶାଢି
ଉତ୍ତରପ୍ରଦେଶ ବାଣରାସୀର ବନାରସି ଶାଢି ଖୁବ ପରିଚିତ । ଏହି ଶାଢିକୁ ସୁନା ଓ ରୁପାର ସୁତାରେ ପ୍ରସ୍ତୁତ କରାଯାଇଥାଏ । ଏହା ବିଶେଷଭାବେ ହିନ୍ଦୁ ପୁରାଣ ଓ ମୋଗଲ ମାନଙ୍କର କଳାସ୍ଥାପତ୍ୟକୁ ଏହା ପ୍ରତିନିଧିତ୍ୱ କରିଥାଏ । ଏହି ଶାଢିଗୁଡିକ ଖୁବ ସୁନ୍ଦର ହୋଇଥାଏ ଏବଂ ଏହାର ଚାହିଦା ମଧ୍ୟ ଖୁବ ଅଧିକ ରହିଥାଏ । ଏଠାକାର ଅନେକ ଅଧିବାସୀ ଏହି ଶାଢିକୁ ନିଜ କୂଳ ବେଉଷା ଭାବେ ବୁଣି ଥାଆନ୍ତି ।
କାଞ୍ଚିପୁରମ
ଏହି ଶାଢିର ଫାବ୍ରିକ୍ ଓ କଲର ପାଇଁ ଖୁବ ପରିଚିତ । ଏହି ଶାଢିର ବଡର ଖୁବ ସୁନ୍ଦର ହୋଇଥାଏ । ଏହି ବଡରରେ ପାରମ୍ପରିକ ମନ୍ଦିର ଗୁଡିକ ଦେଖିବାକୁ ମିଳିଥାଏ । ଏହା ସହ ଏହି ଶାଢିର ଡିଜାଇନ ଗୁଡିକ ମଧ୍ୟ ଖୁବ ଚାହିଦାରେ ରହିଥାଏ । ତାମିଲନାଡୁର ଏହି ପାରମ୍ପରିକ ଶାଢିକୁ ବିଶେଷଭାବେ ବିବାହରେ ପିନ୍ଧାଯାଇଥାଏ ।
ଜାମଦାନି ଶାଢି
ପଶ୍ଚିମବଙ୍ଗର ହାତତିଆରି ଶାଢି ଜାମଦାନି ଖୁବ ପରିଚିତ । ଏହା ନିଜର ସୂତା ଓ ସ୍ୱତନ୍ତ୍ର ପାର୍ଟନ ପାଇଁ ଗ୍ରାହକଙ୍କ ଭିତରେ ଖୁବ ଆଦର ପାଇଥାଏ । ଏଥିରେ ମୁଖ୍ୟତଃ ଫୁଲ ଓ ଜ୍ୟାମିତିର ବିଭିନ୍ନ ଆକାର ଦେଖିବାକୁ ମିଳିଥାଏ । ଏହାକୁ ସ୍ଥାନୀୟ ଲୋକ ହାତରେ ପ୍ରସ୍ତୁତ କରିଥାଆନ୍ତି, ଯାହା କୂଳ ବେଉସା ଭାବେ ପିଢି ପରେ ପିଢି କରି ଆସୁଛନ୍ତି ।
ଭେଙ୍କଟଗିରି ଶାଢି
ଆନ୍ଧ୍ରପ୍ରଦେଶର ଭେଙ୍କଟଗିରି ଶାଢି ଏକ ତନ୍ତଶାଢି, ଯାହାର ଖୁବ ଆଦର ରହିଛି । ଏହା ଜରି କାମକୁ ପ୍ରଚାର କରିଥାଏ । ପ୍ରତିଟି ଶାଢି ନିଜର ଏଲିଗାଣ୍ଟ ଲୁକ ଓ ସ୍ୱତନ୍ତ୍ର କାରିଗରୀ ପାଇଁ ଖୁବ ଚାହିଦାରେ ରହିଥାଏ । ଏହି ଶାଢି ନିଜର ହାଲୁକା ଓଜନ ପାଇଁ ମଧ୍ୟ ବେଶ୍ ପରିଚିତ ।
କାଣ୍ଡଙ୍ଗୀ ଶାଢି
ତାମିଲନାଡୁ ଚେତିନାଡର ଏହି ଶାଢି ନିଜର ସ୍ୱତନ୍ତ୍ର ପାର୍ଟନ ପାଇଁ ଖୁବ ପରିଚିତ । ଏହାକୁ ବିଶେଷଭାବେ ଚେକ୍ପାର୍ଟନ ଓ ସ୍ୱତନ୍ତ୍ର ବର୍ଡର ଦେଇ ବୁଣା ଯାଇଥାଏ ଯାହା ଏହାର ସୌନ୍ଦର୍ଯ୍ୟକୁ ବଢାଇଥାଏ । ଏହାକୁ ସୂତାରୁ ପ୍ରସ୍ତୁତ କରାଯାଇଥାଏ ଯାହା ପିନ୍ଧିବାକୁ ଖୁବ ଆରାମ ଦାୟକ ହୋଇଥାଏ ।
ସମ୍ବଲପୁରୀ
ଓଡ଼ିଶାର ପ୍ରସିଦ୍ଧ ସମ୍ବଲପୁରୀ ଶାଢି ପୁରା ବିଶ୍ୱ ପ୍ରସିଦ୍ଧ । ଏହି ଶାଢିର ଆଦର ସମସ୍ତଙ୍କ ନିକଟରେ ରହିଥାଏ । ଏହାକୁ ସେଠିକାର ସ୍ଥାନୀୟ ଲୋକମାନେ ଖୁବ ଯନିର ସହକାରେ ବୁଣିଥାଆନ୍ତି । ଏହାର ପ୍ରିଣ୍ଟ ଓ ଶାଢିର ମାନ ଏହାକୁ ଖୁବ ସ୍ୱତନ୍ତ୍ର କରିଥାଏ । ଏହା ବିଭିନ୍ନ ପ୍ରକାରର ମିଳିଥାଏ ଯେଉଁ ଗୁଡିକର ପ୍ରିଣ୍ଟ ଓ ସୂତା ଭିନ୍ନଭିନ୍ନ ହୋଇଥାଏ । ଏହାକୁ ପଶ୍ଚିମ ଓଡ଼ିଶା ଯେପରି ସମ୍ବଲପୁର, ବରଗଡ, ବଲାଙ୍ଗିର ଓ ସୁବର୍ଣ୍ଣପୁର ଅଞ୍ଚଳର ଲୋକ ପ୍ରସ୍ତୁତ କରିଥାଆନ୍ତି । ଏହାର ନିର୍ମାଣ ଶୈଳୀ ଖୁବ ସ୍ୱତନ୍ତ୍ର ଓ ଭିନ୍ନ ହୋଇଥାଏ, ଯାହା ଏହାର ଗୁରୁତ୍ୱତାକୁ ବଢାଇଥାଏ ।




