ପଥର ପାଇଁ କୋଟିକୋଟି ଖର୍ଚ୍ଚ

 ପଥର ପାଇଁ କୋଟିକୋଟି ଖର୍ଚ୍ଚ
Ipsita Picture
By: Ipsita


ଜାପାନରେ ଗୋଟିଏ ଛୋଟ ପଥର ପାଇଁ ପାଣି ଭଳି ଅର୍ଥ ଖର୍ଚ୍ଚ ହେଉଥିବା ଜଣାପଡିଛି । ଏହି ପଥରର ନାଁ ରହିଛି ଓକିନୋଟୋରିଶିମା, ଯାହା ପ୍ରଶାନ୍ତ ମହାସାଗରେ ଜାପାନ ଠାରୁ ୧୭୪୦ କିମି ଦୂରରେ ରହୁଛି । ଏହି ଚଟାଣକୁ ବଞ୍ଚାଇବା ପାଇଁ ଜାପାନ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛି । ସୂଚନା ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ୪.୩ କୋଟି ଟଙ୍କା ଖର୍ଚ୍ଚ ସରିଲାଣି । ଏହାର ଆକାର ଖୁବ ଛୋଟ ହେଲେ ଏହାର ମହତ୍ତ୍ୱ ଖୁବ ଅଧିକ । ଏହାକୁ ବୁଡିବାରୁ ବଞ୍ଚାଇବା ପାଇଁ ଏହାର ଚାରିପଟେ ପଥରର କିଲ୍ଲା ପ୍ରସ୍ତୁତ କରାଯାଇଛି । ସେହିଭଳି ଏହାର ନେଣ୍ଟେନାନ୍ସ ପାଇଁ ପୁରାପୁରି ଏକ ସେନା ରହିଛନ୍ତି । ତେବେ ଏହାପଛରେ ଅନ୍ତରାଷ୍ଟ୍ରୀୟ ସମୁଦ୍ର ନିୟମ ରହିଛି । ଯାହା ଅନୁସାରେ ଜାପାନ ଏହି ଚଟାଣକୁ ସୁରକ୍ଷିତ ରଖିବା ପାଇଁ ଏତେ କାର୍ଯ୍ୟ କରୁଛି ।

Read More ଚିକିତ୍ସା କରିବାରୁ ଜେଲ ଦଣ୍ଡ

Tags:

Related Posts