ପତାକା ଦିବସ

ପ୍ରତିବର୍ଷ ଅଗଷ୍ଟ ସାତ ତାରିଖକୁ ପତାକା ଦିବସ ଭାବେ ପାଳନ କରାଯାଇଥାଏ । ୧୯୦୬ ମସିହା ଅଗଷ୍ଟ ସାତ ତାରିଖରେ କୋଲକାତାର ଗ୍ରୀନ ପାର୍କଠାରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ପ୍ରଥମରୁ ଜାତୀୟ ପତାକାର ରଙ୍ଗ ସବୁଜ, ହଳଦିଆ ଓ ଲାଲ ରଖା ଯାଇଥିଲା । ପରେ ୧୯୨୯ ମସିହାରେ ନୂତନ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ଆମର ଜାତୀୟ ପତାକାକୁ ଅନେକଥର ପ୍ରସ୍ତୁତ କରାଯାଇଥିଲା । ୧୯୦୭ରେ ଥରେ ଏବଂ ଏହାପରେ ୧୯୧୭ରେ […]

ପତାକା ଦିବସ
Samaya Live Picture
Published On

ପ୍ରତିବର୍ଷ ଅଗଷ୍ଟ ସାତ ତାରିଖକୁ ପତାକା ଦିବସ ଭାବେ ପାଳନ କରାଯାଇଥାଏ । ୧୯୦୬ ମସିହା ଅଗଷ୍ଟ ସାତ ତାରିଖରେ କୋଲକାତାର ଗ୍ରୀନ ପାର୍କଠାରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ପ୍ରଥମରୁ ଜାତୀୟ ପତାକାର ରଙ୍ଗ ସବୁଜ, ହଳଦିଆ ଓ ଲାଲ ରଖା ଯାଇଥିଲା । ପରେ ୧୯୨୯ ମସିହାରେ ନୂତନ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ଆମର ଜାତୀୟ ପତାକାକୁ ଅନେକଥର ପ୍ରସ୍ତୁତ କରାଯାଇଥିଲା । ୧୯୦୭ରେ ଥରେ ଏବଂ ଏହାପରେ ୧୯୧୭ରେ ଜାତୀୟ ପତାକା ପ୍ରସ୍ତୁତ କରାଯାଇଥିଲା । ଶେଷରେ ୧୯୨୧ରେ ତ୍ରିରଙ୍ଗାର ସୃଷ୍ଟି କରାଯାଇଥିଲା । ଏହାକୁ ତିନୋଟି ରଙ୍ଗରୁ ସୃଷ୍ଟି କରାଯାଇଥିବାରୁ ଏହାର ନାଁ ତ୍ରିରଙ୍ଗା ରଖା ଯାଇଥିଲା । ଏଥିରେ ଥିବା ସମସ୍ତ ରଙ୍ଗ ଓ ଆକୃତି ବିଭିନ୍ନ ପ୍ରକାର ସନ୍ଦେଶ ଭାରତବାସୀଙ୍କୁ ପ୍ରଦାନ କରିଥାଏ । କମଳା ରଙ୍ଗ ତ୍ୟାଗ, ଧଳା ରଙ୍ଗ ସତ୍ୟ, ସବୁଜ ରଙ୍ଗ ଉତ୍ତମ ବୁଝାମଣାର ପ୍ରତୀକ ହୋଇଥାଏ । ପତାକା ମଧ୍ୟରେ ଥିବା ଅଶୋକ ଚକ୍ର ସତ୍ୟ, ଧର୍ମ ଓ ନ୍ୟାୟର ପ୍ରତୀକ ହୋଇଥାଏ ।

Tags: